Odisha News

ଗଣିଆ ଗ୍ରାମ ପଞ୍ଚାୟତ ୭୨ ଘଣ୍ଟା ସଟ୍ ଡାଉନ୍

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ଗଣିଆ,୭/୭ : ନୟାଗଡ ଜିଲ୍ଲା ଗଣିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର‌୍ୟ୍ୟରତ ଫାର୍ମାସିଷ୍ଟ ସୋମବାର ଦିନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି କୋଭିଡ୍ ଯୋଦ୍ଧା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ରୁ ଜନସାଧାରଣ ଙ୍କୁ ସୁରକ୍ଷିତ ରଖିବା ପାଇଁ ଗଣିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ସସ୍ମିତା ଲେଙ୍କା ଜିଲ୍ଲାପାଳ ଙ୍କ କ୍ଷମତା ପ୍ରୟୋଗ କରି ୭୨ ଘଣ୍ଟା ଗଣିଆ ଗ୍ରାମ ପଞ୍ଚାୟତ କୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ୭ ତାରିଖ ମଙ୍ଗଳବାର ସକାଳ ୭ ଘଟିକା ଠାରୁ ୧୦ ତାରିଖ ଶୁକ୍ରବାର ସକାଳ ୭ ଘଟିକା ପର‌୍ୟ୍ୟନ୍ତ ଗ୍ରାମ ପଞ୍ଚାୟତ ର ସମସ୍ତ ରାଜସ୍ୱ ଗ୍ରାମ କୁ ସରପଞ୍ଚ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।

Related Posts

Seo wordpress plugin by www.seowizard.org.