Odisha News

ଗଞ୍ଜେଇ ଜବତ କରିବାକୁ ଯାଇ ଖାଇଲେ ଖଣ୍ଡାଚୋଟ,ଅବକାରୀ ଆଇଆଇସି ଓ କନଷ୍ଟେବଲ ଗୁରୁତର

କୋରାପୁଟ,୨୨/୭: କୋରାପୁଟ କୋଟପାଡ଼ ଥାନା ମାଲଚାମାଲ ଜଙ୍ଗଲରେ ଚଢାଉ ବେଳେ ଅବକାରୀ ବିଭାଗ କର୍ମଚାରୀଙ୍କୁ ଗଞ୍ଜେଇ ମାଫିଆମାନେ ଆକ୍ରମଣ କରିଛନ୍ତି । ମାଫିଆଙ୍କ ଆକ୍ରମଣରେ ଜଣେ କନେଷ୍ଟବଳଙ୍କ ସହ ଆଇଆଇସି ଗୁରୁତର ଆହତ ହୋଇଛନ୍ତି ଜ୍ଝ ଗୁରୁତର ଆହତ ହୋଇଥବା କନେଷ୍ଟବଳଙ୍କ ନାମ ମେଘନାଦ ଶବର ହୋଇଥିବାବେଳେ ଆଇଆଇସିଙ୍କ ନାମ ଦୁର୍ବଧଳା ବିଶ୍ୱାଳ ବୋଲି ଜଣାପଡିଛି ।
ତ୍ରରୁ ଖବର ପାଇ କୋଟପାଡ଼ ଥାନା ଅନ୍ତର୍ଗତ ମାଲଚାମାଲ ଜଙ୍ଗଲ ଘଡାଘାଟରେ କୋଟପାଡ଼, ବୋରିଗୁମ୍ମା, ଜୟପୁର ଅବକାରୀ ବିଭାଗ ମିଳିତ ଭାବରେ ଜୟପୁର ଅବକାରୀ ଆଇଆଇସିଙ୍କ ତତ୍ୱାବଧାନରେ ଚଢ଼ାଉ କରିଥିଲେ।
ଚଢ଼ାଉ ସମୟରେ ଗଞ୍ଜେଇ ମାଫିଆମାନେ ଠେଙ୍ଗା ଓ ବନ୍ଧୁକ ଦେଖାଇ ଅବକାରୀ ଓ ପୁଲିସ ଉପରେ ଅତର୍କିତ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଗୁରୁତର ଆହତ ଅବକାରୀ କର୍ମଚାରୀଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ଜ୍ଝ ଏହି ଘଟଣାକୁ ନେଇ କୋଟପାଡ଼ ପୁଲିସ ତଦନ୍ତ ଆରମ୍ଭ କରିଛି।

Related Posts

Seo wordpress plugin by www.seowizard.org.