Odisha News

ଗଜପତି: ୭୬ ତମ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ସମାରୋହ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୫/୮: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ୭୬ ତମ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି ।
ଏହି ସମାରୋହ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ସମାରୋହରେ ଯୋଗ ଦେଇଥିବା ପୋଲିସ ପ୍ୟାରେଡ ଦଳକୁ ପରିଦର୍ଶନ କରିବା ସହ ଦଳର ଅଭିବାଦନ ଗ୍ରହଣ କରିଥିଲେ ।
ପରେ ସମବେତ ଥିବା ଜନତାଙ୍କୁ ମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ସାହୁ ଉଦବୋଧନ ଦେଇ କହିଥିଲେ ଯେ , ଆଜାଦିକା ଅମୃତ ମହୋତ୍ସବ ଅବସରରେ ଆଜି ଦେଶବ୍ୟାପୀ ପାଳନ ହେଉଛି ୭୬ ତମ ସ୍ଵାଧୀନତା ଦିବସ ।
ଆମକୁ ସ୍ଵାଧୀନତା ସହଜେ ମିଳି ନ ଥିବା ବେଳେ ଏହି କଷ୍ଟସାଧ୍ୟ ଜାତୀୟତା ସଂଗ୍ରାମରେ ସାମିଲ ହୋଇ ଉତ୍ସର୍ଗୀକୃତ ବଳିଦାନ ଦେଇଥିବା ଅଗଣିତ ସ୍ଵାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ଆଜି ସେମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
ଭାରତର ସ୍ଵାଧୀନତା ସଂଗ୍ରାମରେ ଗଜପତି ଜିଲ୍ଲାର ଅବଦାନ ଅତୁଳନୀୟ ବୋଲି କହି ପାରଳା ମହାରାଜା ତଥା ନବ ଉତ୍କଳର ନିର୍ମାତା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କୁ ସ୍ମରଣ କରିଥିଲେ ।
ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ଆହ୍ବାନ ଦେଇ କହିଥିଲେ ଯେ , ଆମେ ସମସ୍ତେ ଦେଶ ମାତୃକା ପାଇଁ ଏବଂ ଓଡ଼ିଶା ରାଜ୍ୟର ସର୍ବାଙ୍ଗୀନ ବିକାଶ ଓ ସୁରକ୍ଷା ଦିଗରେ ନିଜକୁ ଉତ୍ସର୍ଗ କରିବା ପାଇଁ ଶପଥ ନେବା ।
ଆମେ ଆମ ରାଜ୍ୟ ଓ ଜିଲ୍ଲାଞ୍ଚଳ ସମେତ ଆମ ଜାତି ଓ ସଭ୍ୟତାର ସୁରକ୍ଷା କରିବା ପାଇଁ ସଂକଳ୍ପ ବଦ୍ଧ ହେବାପାଇଁ ଆହ୍ବାନ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସାହୁ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ଓ ବିଭିନ୍ନ ବିଭାଗର ସର୍ବଶ୍ରେଷ୍ଠ କୃତିତ୍ଵ ଅର୍ଜନ କରିଥିବା କର୍ମଚାରୀ ଓ ବ୍ୟକ୍ତି ବିଶେଷ ମାନଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ବଣ୍ଟନ କରିଥିଲେ ।
ଏହି ସମାରୋହ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ , ଏସପି ଶ୍ରୀ ଜୟରାମ ଶତପଥି , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଡିଆରଡିଏ: ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରୋମାଞ୍ଚ ଖମାରୀ , ପାରଳା ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ଓଏସଏପି: କମାଣ୍ଡେଣ୍ଟ ଶ୍ରୀ ଜରିଆ ବେହେରାଙ୍କ ସମେତ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ପରିଚାଳନା ଓ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.