Odisha News

ଗଜପତି: ୧୬ ଦଫା ଦାବୀ ନେଇ ଗଜପତି ଜିଲ୍ଲା ଅଙ୍ଗନବାଡି କର୍ମୀ ମାନଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୮/୪: ୧୬ ଦଫା ଦାବୀ ପୂରଣ ନେଇ ଆଜି ଗଜପତି ଜିଲ୍ଲା ଅଲ ଓଡିଶା ଅଙ୍ଗନବାଡ଼ି ଲେଡ଼ିଜ ୱାର୍କରସ ଆସୋସିଏସନ ପକ୍ଷରୁ ପାରାଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସି ବିକ୍ଷୋଭ ସଭାରେ ରାଜ୍ୟ ସରକାରଙ୍କ ନୀତି ଉପରେ ଗର୍ଜିଥିଲେ ।
ରାଜ୍ୟ ସରକାର ଯଦି ଅଙ୍ଗନବାଡି କର୍ମୀ ମାନଙ୍କ ଯଥୋଚିତ ନ୍ୟାର୍ଯ୍ୟ ଦାବୀ ଗୁଡ଼ିକ ଯଦି ପୂରଣ ନ କରନ୍ତି ତା ହେଲେ ସେମାନେ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବେ ଚାଲିଥିବା ସୋପାନ କାର୍ଯ୍ୟକ୍ରମରେ ସହଯୋଗ କରିବେ ନାହିଁ ବୋଲି ଚେତାବନି ଦେଇ କହିଥିଲେ ସଂଘର ରାଜ୍ୟ କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟା ଶ୍ରୀମତୀ ଅଞ୍ଜଳି ନାୟକ ।
ପରେ ୧୬ ଦଫା ଦାବୀ ସମ୍ମିଳିତ ଏକ ସ୍ମାରକପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଶ୍ରୀ ନଟବର ଗରଡ଼\’ଙ୍କୁ ଜିଲ୍ଲା ସମାଜ କଲ୍ୟାଣା ଅଧିକାରୀ ଶ୍ରୀମତୀ ମିନତୀ ଦେଇଙ୍କ ଉପସ୍ଥିତିରେ ପ୍ରଦାନ କରିଥିଲେ ।
ଏହି ଅବସରରେ ଜିଲ୍ଲା ସମସ୍ତ ବ୍ଳାକାଞ୍ଚଳର ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ଵ ଅଙ୍ଗନବାଡି କର୍ମୀ , ମିନି ଅଙ୍ଗନବାଡି କର୍ମୀ ଓ ହେଲପର ଜିଲ୍ଲା ସଂଘର ସଭାନେତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ପାଣିଗ୍ରାହୀ , ସମ୍ପାଦିକା ଶ୍ରୀମତୀ ପୁଷ୍ପାଞ୍ଜଳି ପଣ୍ଡା ଓ ଜିଲ୍ଲା ସଙ୍ଘ ଟ୍ରେଜେରର ଶ୍ରୀମତୀ ସଂଯୁକ୍ତା ପଳେଇଙ୍କ ନେତୃତ୍ୱରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ନୀତି ବିରୋଧୀ ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ କ୍ଷ
୧୬ ଦଫା ଦାବୀ ଗୁଡିକ ମଧ୍ୟରେ ମୁଖ୍ୟତଃ ଅଙ୍ଗନବାଡି କ୍ଷେତ୍ରରେ ସ୍କିମ ପ୍ରଥା କୁ ଉଛେଦ କରି ସରକାରୀ କର୍ମଚାରି ମାନ୍ୟତା ପ୍ରଦାନ କରାଯିବା ସହ ଚାକିରୀ ସର୍ତ୍ତବଳୀଙ୍କୁ ଲାଗୁ କରାଯାଉ , ସରକାରୀ କର୍ମଚାରି ମାନ୍ୟତା ନ ମିଳିବା ପ ।ର୍ଯ୍ୟନ୍ତ ମାସିକ ପାରିଶ୍ରମିକ ଭାବେ ଅଙ୍ଗନବାଡ଼ି କର୍ମି ମାନଙ୍କୁ ୨୧ ହଜାର ଟଙ୍କା ଓ ସହାୟିକା ମାନଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରାଯାଉ , ଆନ୍ଦୋଳନ ସମୟରେ କା । ର୍ଯ୍ୟରୁ ବହିସ୍କୃତ କରା ଯାଇଥିବା ୭ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି କରାଯାଉ , କାର୍ଯ୍ୟରତ ସମୟରେ ଅଙ୍ଗନବାଡି କର୍ମୀ କି ମିନି ଅଙ୍ଗନବାଡି କର୍ମୀ କି ସାହାୟିକା ମାନେ ମୃତ୍ୟୁ ବରଣ କଲେ ମୃତ୍ୟୁ କାଳୀନ ସହାୟତା ରାଶୀ ୫ ଲକ୍ଷ୍ୟ ଟଙ୍କା ଓ ସମ୍ପୃକ୍ତ ପରିବାରର ଜଣକୁ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତ ଦିଆଯାଉ ।
ଅଙ୍ଗନବାଡି କର୍ମୀ ମାନଙ୍କୁ ବରିଷ୍ଠତା ଭିତ୍ତିରେ ଦରମା ବୃଦ୍ଧି ସହ ବାର୍ଷିକ ଇନକ୍ରିମେଣ୍ଟ ପ୍ରଦାନ କରାଯାଉ , କରୋନାରେ ମୃତ୍ୟୁବରଣ କରିଥିବା କର୍ମୀ ଓ ସାହାୟିକା ମାନଙ୍କୁ କେନ୍ଦ୍ର ସରକାରଙ୍କ ଘୋଷିତ ୫୦ ଲକ୍ଷ ଟଙ୍କାର ବୀମା ଓ ୨୪ ମଇ ୨୦୨୧ରେ ରାଜ୍ୟ ସରକାରଙ୍କ ଘୋଷିତ୬୦ ବର୍ଷ ବୟସ ହେବା ପର୍ଯ୍ୟନ୍ତ ମାସିକ ୭୫୦୦ ଟଙ୍କା ଓ ପାରିବାରର ଜଣକୁ ନିଯୁକ୍ତି ଦିଆଯାଉ ।
ରବିବାର କି ଛୁଟି ଦିନରେ କାର୍ଯ୍ୟ କଲେ ୨ ଗୁଣ ଦରମା ସହିତ , ସବୁ କାର୍ଯ୍ୟ ପାଇଁ ଚିଠି ଓ ସଠିକ ପାରିଶ୍ରମିକ ପ୍ରଦାନ କରାଯାଉ ଏବଂ ବନ୍ଦ ହୋଇଥିବା ପ୍ରକଳ୍ପ ସ୍ତରୀୟ ବୈଠକକୁ ପ୍ରଚଳନ କରାଯାଉ , ପୋଷଣ କାର୍ଯ୍ୟ ଓ ସମସ୍ତ ଅନଳାଇନ କାର୍ଯ୍ୟ ସଠିକ ଭାବେ କରିବା ପାଇଁ ଉନ୍ନତ ମାନର ମୋବାଇଲ ବା ଟ୍ୟାବ ପ୍ରଦାନ କରାଯାଉ ।
ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଡ ଦିଆଯିବା ସହ ବଜାର ଦରକୁ ଆଖି ଆଗରେ ରଖି ଗରମ ରନ୍ଧା ଖାଦ୍ୟର ମୂଲ୍ୟ ବୃଦ୍ଧି କରାଯାଉ ଏବଂ ନୂତନ ଭାବେ ଚାଲିଥିବା ସରକାରଙ୍କ ସୋପାନ କାର୍ଯ୍ୟ କ୍ରମର ଉପଯୁକ୍ତ ପ୍ରାପ୍ୟ ନ ଦେବା ପର୍ଯ୍ୟନ୍ତ ସେଥିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ ଦିଆଯାଉ ପ୍ରଭୃତି ଦାବୀ ଗୁଡାକ ଅନ୍ତର୍ଭୁକ୍ତ ।

Related Posts

Seo wordpress plugin by www.seowizard.org.