Odisha News

ଗଜପତି: ସ୍ୱୟଂ ସହାୟକ ଗୋଷ୍ଠୀ ନେତ୍ରୀ ମାନଙ୍କୁ ଏକ ଦିବସୀୟ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୯/୯:ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ: ସୀତାପୁର ପଞ୍ଚାୟତର ସୁନାବାଡ଼ ଗ୍ରାମ ଠାରେ ଆ:କେ:ଏସ୍:ଏସ୍: ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ନାବାର୍ଡ ସଂସ୍ଥା , ଭୁବନେଶ୍ବର ସହାୟତାରେ ୧୫ ଟି ସ୍ୱୟଂ ସହାୟକ ଗୋଷ୍ଠୀର ୫୦ ରୁ ଉର୍ଦ୍ଧ୍ୱ ଦଳର ନେତ୍ରୀ ମାନଙ୍କୁ ସୁଦୃଢ଼ କରିବା ପାଇଁ ଏକ ଦକ୍ଷତା ବୃଦ୍ଧି କର୍ମଶାଳା ଆୟୋଜନ କରା ଯାଇଥିଲା।
ଉକ୍ତ ଶିବିରରେ ମୁଖ୍ୟତଃ ମହିଳା ସଶକ୍ତୀକରଣ , ଦଳ ପରିଚାଳନା , ଦଳର ଦଶସୁତ୍ରି କାର୍ଯ୍ୟକ୍ରମ , ଖାତାପତ୍ର ଲେଖିବା , ସରକାରଙ୍କ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ଦଳ ଦ୍ବାରା ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ , ଆ:ର୍ ସେ.ଟିରେ ବିଭିନ୍ନ ପ୍ରକାର ଯଥା :- ମହିଳା ମାନଙ୍କୁ ଛତୁଚାଷ , କୁକୁଡ଼ା ପାଳନ , ମହମବତୀ ତିଆରି , ଧୂପକାଠି ତିଆରି , ଫିନାଇଲ ତିଆରି ପ୍ରଭୃତି ତାଲିମ ନେଇ ନିଜେ କିପରି ରୋଜଗାର କରି ପାରିବେ , ଆର୍ଥିକ ସାକ୍ଷରତା ସହ ବିଭିନ୍ନ ପ୍ରକାର ବୀମା ଯଥା :- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା , ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା , ଅଟଳ ପେନସନ , ବ୍ୟାଙ୍କ ତରଫରୁ ଦଳକୁ ଆର୍ଥିକ ସହାୟତା ସମ୍ପର୍କରେ ବୁଝା ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ବାଲ୍ଲା ସାୟାମା , ନାବାର୍ଡ ସଂସ୍ଥାର ଡି:ଡି:ଏମ ଶ୍ରୀ ପ୍ରତୀକ କୁମାର ପଣ୍ଡା , ଶ୍ରୀ ମହେଶ୍ୱର ମଣ୍ଡଳ , ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ୍ ମ୍ୟାନେଜର ଶ୍ରୀ ପ୍ରଣବ ପଟ୍ଟନାୟକ , ଯୁ:ଜି:ବି ଶାଖା ପରିଚାଳକ (ହାଡୁଭାଙ୍ଗି) ଶ୍ରୀ ଶ୍ରୀକାନ୍ତ ପଟ୍ଟନାୟକ , କାଶୀନଗର ବି:ପି:ସି: ଶ୍ରୀ ସୁରେଶ ପାଇକ , ଉଦ୍ୟାନ ବିଭାଗ , କେ.ଶ୍ରୀନିବାସ ରାଓ , ଶିକ୍ଷା ପରିଚାଳକ ୟୁନିଅନ୍ ବ୍ୟାଙ୍କ , ରାଣୀପେଣ୍ଠା ଓ ତାଲିମ ଦାତା ବନିତା ପାଇକ ପ୍ରମୁଖ ଉପସ୍ଥିତ ଥିଲେ ।
ଆ:କେ:ଏସ୍:ଏସ: ଅନୁଷ୍ଠାନର୍ ସମ୍ପାଦକ ଲକ୍ଷ୍ମୀ ପ୍ରସାଦ ପଣ୍ଡା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ସ୍ୱାଗତ ଭାଷଣ ଦେଇଥିବା ବେଳେ , ଶ୍ରୀ ଗଣେଶ ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିଶନର ସି:ଆର:ସି:ଏ: ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.