Odisha News

ଗଜପତି: ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ସେନିଟାରୀ ନେପକିନ ପ୍ରସ୍ତୁତି

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୦/୪: ଗଜପତି ଜିଲ୍ଲା କାଶିନଗର ବ୍ଲକ ଅନ୍ତର୍ଗତ କେ: ସିତାପୁର ପଞ୍ଚାୟତର କେ: ସିତାପୁର ଗ୍ରାମର ମାଁ ବିନ୍ଧ୍ୟବାସିନୀ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ସାନିଟାରୀ ନେପକିନ ତିଆରି ତାଲିମ ଦିଆ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ନାବାର୍ଡର ଡିଡିଏମ: ଶ୍ରୀ ପ୍ରତୀକ କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ।
ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ” “ମାଇ ପେଡ–ମାଇ ରାଇଟ ” ପରିଯୋଜନା ଦ୍ଵାରା ଏକ ଜନ-ଜାଗରଣ ସଚେତନତା ସୃଷ୍ଟି କରିବା ନାବାର୍ଡ ଓ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ସାନିଟାରୀ ନେପକିନ ପ୍ରସ୍ତୁତ କରି ନିଜର ଜୀବିକା ନିର୍ବାହ ଓ ଆର୍ଥିକ ସ୍ଥିତି ବଢାଇବାର ଏକ ପ୍ରୟାସ । ” ମାଇ ପେଡ, ମାଇ ରାଇଟ ” ଏକ ବାର୍ତ୍ତା , ଅର୍ଥାତ ମୋ ପେଡ , ମୁଁ ପିନ୍ଧିବାର ଅଧିକାର । ଏହି ବାର୍ତ୍ତା ଦେଇ ପ୍ରତ୍ୟେକ ଗ୍ରାମରେ କିଶୋରୀ ବାଳିକା ଓ ମହିଳା ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି ।
ନାବାର୍ଡ ଦ୍ଵାରା ସ୍ଵୟଂ ସହାୟକ ଗୋଷ୍ଠୀକୁ ୧ ଲକ୍ଷ ଟଙ୍କା ରୂଣ ଯୋଗାଇ ଦିଆଯାଇଛି। ପେଡ ତିଆରି ମେସିନ ସହ ଅନ୍ୟାନ ଉପକରଣ ମଧ୍ୟ ଯୋଗାଇ ଦିଆଯାଇଛି । ଆଶା କରାଯାଉଛି ଯେ , ଗ୍ରୁପର ୧୩ ଜଣ ସଦସ୍ୟା ପ୍ରତ୍ୟେକ ମାସରେ ୭ ହଜାରରୁ ଉର୍ଦ୍ଧ ପେଡ ତିଆରି କରିବା ଦିଗରେ ସହାୟକ ହୋଇ ପାରିବେ ।
ଡ଼ିଡ଼ିଏମ: ନାବାର୍ଡ ଶ୍ରୀ ପ୍ରତୀକ ପଣ୍ଡା ସୂଚନା ଦେଇ କହିଥିଲେ ଯେ , ଦଳର ସଦସ୍ୟା ମାନେ ଏହି ଉଦ୍ଦେଶ୍ୟରେ ଗ୍ରାମରେ ଏକ ସଚେତନତା ସୃଷ୍ଟି ଅଭିଯାନ କରି ପାରିବେ । ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ ଅଟେ । ମେସିନ ଦ୍ଵାରା କିପରି ସାନିଟାରୀ ପେଡ ସିଲାଇ କରିବେ , ଏଥିପାଇଁ ଏକ ବୈଷୟିକ ତାଲିମ ଦିଆ ଯାଇଥିଲା , ଡ଼ିଡ଼ିଏମ: ଶ୍ରୀ ପଣ୍ଡାଙ୍କ ଉପସ୍ଥିତିରେ ।
ଦଳ ଦ୍ଵାରା ପ୍ରସ୍ତୁତି ଏହି କାର୍ଯ୍ୟକ୍ରମ ଆରକେଏସଏସ: ଅନୁଷ୍ଠାନର ମୁଖ୍ୟ ଶ୍ରୀ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସଫଳତାର ସହ ଆଗେଇ ଚାଲିଥିବା ସୂଚନା ପ୍ରଦାନ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ ଓଏଲଏମ: ର ସିଆରପି: ଓ ଏମବିକେ: ପ୍ରମୁଖ ଉପସ୍ଥିତି ଥିଲେ ।
ଶେଷରେ ଆରକେଏସଏସ: ଅନୁଷ୍ଠାନ ପକ୍ଷରୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇ କାର୍ଯ୍ୟକ୍ରମ ଶେଷ କରା ଯାଇଥିଲା ।

Related Posts

Seo wordpress plugin by www.seowizard.org.