Odisha News

ଗଜପତି : ସେଞ୍ଚୁରିଆନ୍ ବିଶ୍ଵବିଦ୍ୟାଳୟ, ପାରଳାଖେମୁଣ୍ଡିରେ ୪ର୍ଥ ଉତ୍କଳ କୃଷି ମେଳା ୨୦୨୬ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୦/୨ : ସେଞ୍ଚୁରିଆନ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ, ପାରଳାଖେମୁଣ୍ଡି ରେ ୪ର୍ଥ ଉତ୍କଳ କୃଷି ମେଳା ୨୦୨୬ ଆସନ୍ତା ୧୧–୧୨ ଫେବୃଆରୀ ୨୦୨୬ ତାରିଖରେ ଆୟୋଜିତ ହେବାକୁ ଯାଉଛି।
ଏହି କୃଷି ମେଳାର ଉଦଘାଟନ କରିବେ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ , ମାନ୍ୟନୀୟ ରାଜ୍ୟମନ୍ତ୍ରୀ (ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ) , ଓଡ଼ିଶା ସରକାର।
ଏହି ଅବସରରେ ଶ୍ରୀ ଇଂ ରୂପେଶ କୁମାର ପାଣିଗ୍ରାହୀ , ବିଧାୟକ, ପାରଳାଖେମୁଣ୍ଡି ; ଶ୍ରୀ କାଲୁଙ୍ଗେ ଗୋରଖ ୱାମନ, ଆଇଏଫଏସ୍, ନିର୍ଦ୍ଦେଶକ, ଉଦ୍ୟାନ କୃଷି, ଓଡ଼ିଶା ଏବଂ ସଚିବ, ଓଡ଼ିଶା ହର୍ଟିକଲ୍ଚର ଡେଭେଲପମେଣ୍ଟ ସୋସାଇଟି ; ଏବଂ ଶ୍ରୀ ଜତିନ୍ଦ୍ର କୁମାର ପଣ୍ଡା , ଓପିଏସ୍ , ଏସପି: ଗଜପତି ଉପସ୍ଥିତ ରହିବେ।
ଏହି କୃଷି ମେଳାରେ ୨୦୦୦ ରୁ ଅଧିକ କୃଷକ ଅଂଶଗ୍ରହଣ କାର୍ଯ୍ୟକ୍ରମ ରହିଛି ଏବଂ ଆଇ:ସି:ଏ:ଆର: ସଂସ୍ଥା , ବିଶ୍ୱବିଦ୍ୟାଳୟ , କୃଷି-ନିବେଶ ଏବଂ କୃଷି-ଉତ୍ପାଦ କମ୍ପାନୀ , ଏଫ:ପି: ଓ: , ଏସ:ଏଚ:ଜି: , ଏନ:ଜି:ଓ: ଏବଂ ସରକାରୀ ବିଭାଗର ଷ୍ଟଲ୍ ମାଧ୍ୟମରେ କୃଷକ–ବୈଜ୍ଞାନିକ ମଧ୍ୟରେ ସମ୍ବାଦ ଆଲୋଚନା ସୃଷ୍ଟି ହେବ ଏବଂ କୃଷି, ମତ୍ସ୍ୟ ଓ ପଶୁପାଳନ ସମ୍ପର୍କିତ ନୂତନ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟା ପ୍ରସାର ହେବା ସହିତ ପ୍ରୋତ୍ସାହନ ମିଳିବ।

Related Posts