ଗଜପତି : ସେଞ୍ଚୁରିଅନ ପବ୍ଲିକ ସ୍କୁଲରେ ଜାତୀୟ ହାତଧୋଆ ସଚେତନତା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୭/୧୨ : ସେଞ୍ଚୁରିଅନ ପବ୍ଲିକ ସ୍କୁଲ
ସେଞ୍ଚୁରିଅନ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟର ସ୍କୁଲ ଅଫ୍ ନର୍ସିଙ୍ଗ ସହଯୋଗରେ ସେଞ୍ଚୁରିଅନ ପବ୍ଲିକ ସ୍କୁଲରେ ଜାତୀୟ ହାତଧୋଆ ସଚେତନତା ସପ୍ତାହ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଯେ , ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର ସ୍ୱଛତା ଅଭ୍ୟାସକୁ ବଢ଼ାଇବା ।
କାର୍ଯ୍ୟକ୍ରମର ଶୁଭାରମ୍ଭ ସେଞ୍ଚୁରିଅନ ପବ୍ଲିକ ସ୍କୁଲର ପ୍ରଧାନାଚାର୍ଯ୍ୟ ଶ୍ରୀମତୀ ସୁନିତା ପାଣିଗ୍ରାହୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ମୁଖ୍ୟତଃ ସେ ହାତ ସ୍ୱଛତା\’ର ଗୁରୁତ୍ୱ ବିଷୟରେ ଆଲୋକ ପାତ କରିବା ସହିତ ଏହା ସଂକ୍ରମଣ ରୋଧର ପ୍ରାଥମିକ ପଦକ୍ଷେପ , ବିଶେଷ କରି କମ୍ ଦେଖାର ଛାତ୍ରଛାତ୍ରୀଙ୍କ ପାଇଁ।
ଅନ୍ୟପକ୍ଷରେ ସେ ନର୍ସିଙ୍ଗ ଛାତ୍ରଛାତ୍ରୀଙ୍କ ସୃଜନଶୀଳ ଏବଂ ଆକର୍ଷଣୀୟ ପ୍ରୟାସକୁ ପ୍ରଶଂସା କରିଥିଲେ।
ଶିକ୍ଷକ ସମନ୍ୱୟକାରୀ ମିସ୍ ସୌମ୍ୟଶ୍ରୀ ପ୍ରଧାନ ଓ ମିସ୍ ଶୁଭଶ୍ରୀ ପାଣିଗ୍ରାହୀଙ୍କ ନିର୍ଦ୍ଦେଶନାରେ ଅନେକ ଆକର୍ଷଣୀୟ କାର୍ଯ୍ୟକଳାପ ଆୟୋଜନ କରା ଯାଇଥିଲା।
ଏହି ଅବସରରେ ସ୍କୁଲର ଛାତ୍ର ଆଦିତ୍ୟ ପ୍ରସାଦ ସାହୁ ସଠିକ୍ ହାତଧୋଆ ପ୍ରକ୍ରିୟା ବିଷୟରେ ଏକ ପୋଷ୍ଟର ଏବଂ ଭିଡିଓ ପ୍ରଦର୍ଶନ କରିଥିଲେ। ପରେ ଛାତ୍ର ଦୀପକ ପଣ୍ଡାଙ୍କ ଦ୍ୱାରା ହାତଧୋଆର ଉପକାର ବିଷୟରେ ଫ୍ଲାସକାର୍ଡ ପ୍ରଦର୍ଶନ କରା ଯାଇଥିଲା , ଯାହା କି ତାହା ଛାତ୍ରଛାତ୍ରୀଙ୍କୁ ହାତଧୋଆର ସ୍ୱାସ୍ଥ୍ୟକର ଉପକାର ସମ୍ପର୍କରେ ବୁଝିବାରେ ସହଯୋଗ କରିଥିଲା ।
“କେବେ ଆମେ ହାତ ଧୋଇବା ଉଚିତ?” ଏ ପ୍ରଶ୍ନ ବିଷୟରେ ବିସ୍ତୃତ ସ୍ୱାସ୍ଥ୍ୟ ଆଲୋଚନା ଛାତ୍ର ଗଣେଶ ଚୌଧୁରୀଙ୍କ ଦ୍ୱାରା ପ୍ରସ୍ତୁତ କରା ଯାଇଥିଲା। ସେ ସରଳ ଏବଂ ଦୈନନ୍ଦିନ ଉଦାହରଣ ଦେଇ ହାତଧୋଆର ଆବଶ୍ୟକତା ସମୟ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇ ଥିଲେ।
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଯେ , ଛାତ୍ରୀ ସୋନାଲି ସିଆଲି , ସନ୍ଧ୍ୟା ନାହକ , ସଂସ୍କୃତି ରାଜ , ମିନାକ୍ଷୀ ପାଣିଗ୍ରାହୀ , ସୁଭଶ୍ରୀ ପଣ୍ଡା , ଅମ୍ବଳା ତନୁଜା ଏବଂ ଦୁବା ସୈଲଜାଙ୍କ ଦ୍ୱାରା ପ୍ରସ୍ତୁତ ଏକ ଶିକ୍ଷାମୂଳକ ନାଟ୍ୟ-ନୃତ୍ୟ ।
ମୁଖ୍ୟତଃ ଭାବେ ଏହି ପ୍ରଦର୍ଶନ ଦୈନନ୍ଦିନ ଜୀବନରେ ହାତଧୋଆର ଗୁରୁତ୍ୱକୁ ଆକର୍ଷଣୀୟ ଭାବରେ ଦେଖାଇଥିଲା ଏବଂ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ନିକଟରୁ ବହୁତ ପ୍ରଶଂସା ପାଇଥିଲା।
ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହାତ ସ୍ୱଛତା ବିଷୟରେ ସଚେତନତା ବଢ଼ାଇବାରେ ସଫଳ ହୋଇଥିଲା। ଶିକ୍ଷକମାନେ କହିଥିଲେ ଯେ , ଏହା ଦ୍ୱାରା ଛାତ୍ରଛାତ୍ରୀ ସଠିକ୍ ହାତଧୋଆ ପ୍ରକ୍ରିୟାକୁ ଦୈନନ୍ଦିନ ଆଚରଣରେ ଅନୁସରଣ କରିବାକୁ ପ୍ରେରିତ ହୋଇଛନ୍ତି।
କାର୍ଯ୍ୟକ୍ରମ ଶେଷରେ ସମନ୍ୱୟକାରୀ ମାନଙ୍କ ଦ୍ୱାରା ଧନ୍ୟବାଦ ଜ୍ଞାପନ କରାଯାଇ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନଙ୍କ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରା ଯାଇଥିଲା।




