Odisha News

ଗଜପତି: ସୁଭଦ୍ରା ଯୋଜନା: ମହିଳାଙ୍କ ମଧ୍ୟରେ ବେଶ ଆଗ୍ରହ ଓ ଉତ୍ସାହ ; ସିଏସସି: ଓ ଆଧାର କେନ୍ଦ୍ରରେ ପ୍ରବଳ ଭିଡ଼ ପରିଲକ୍ଷିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୭/୯ : ମହିଳା ମାନଙ୍କର ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ଯୋଜନା ହେଉଛି ‘ସୁଭଦ୍ରା’ ଯୋଜନା।
ରାଜ୍ୟରେ ମହିଳାଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାର “ସୁଭଦ୍ରା” ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ଏଥିପାଇଁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ମହିଳା ମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଓ ଉତ୍ସାହ ପରିଲକ୍ଷିତ ହୋଇଥିବା ଦେଖାଯାଇଛି ।
ଯାହାକି ସହରରେ ଥିବା ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ଫର୍ମ ନେବାପାଇଁ ଏବଂ ପ୍ରତ୍ୟେକ ଆଧାର ଓ ଜନ ସେବା କେନ୍ଦ୍ର ମାନଙ୍କରେ ସୁଭଦ୍ରା ଯୋଜନାର ଆବେଦନ ପ୍ରକ୍ରିୟାରେ ସାମିଲ ହୋଇ ସୁଭଦ୍ରା ଯୋଜନାର ହିତାଧିକାରୀ ହେବାପାଇଁ ପ୍ରବଳ ଭିଡ଼ ଲାଗିଥିବା ଦେଖାଯାଇଛି ।
ରାଜ୍ୟର ବିଜେପି ସରକାର ତାଙ୍କର ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାକୁ ଯାଇ ଏବଂ ମହିଳା ମାନଙ୍କ ସଶକ୍ତିକରଣ ପାଇଁ ଆରମ୍ଭ କରିଛନ୍ତି ଏହି ସୁଭଦ୍ରା ଯୋଜନା ।
ଏଥିରେ ତାଙ୍କ ମାର୍ଗଦର୍ଶିକା ମଧ୍ୟ ଜାରୀ କରିଥିବା ଦେଖାଯାଇଛି ।
ସହରରେ ଥିବା ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ମହିଳା ମାନେ ସୁଭଦ୍ରା ଯୋଜନାରେ ହିତାଧିକାରୀ ହେବାପାଇଁ ଦରଖାସ୍ତ ଆବେଦନ କରିବା ନିମନ୍ତେ ଉଦ୍ଧିଷ୍ଟ ଫର୍ମ ନେବାପାଇଁ ଆଗ୍ରହ ଓ ଉତ୍ସାହର ସହ ପ୍ରବଳ ଭିଡ଼ ଲଗାଇଛନ୍ତି।
ସେହିଭଳି ପୌର ପରିଷଦ ର ସ୍ୱଚ୍ଛସାଥି ମାନେ ବିଭିନ୍ନ ୱାର୍ଡର ପ୍ରତ୍ୟେକ ଘରକୁ ଘର ଯାଇ ସଂପୃକ୍ତ ଘରର ମହିଳାଙ୍କୁ ସୁଭଦ୍ରା ଯୋଜନା ଫର୍ମ ଦେବା ସହ ଫର୍ମ ପୂରଣ କରିବା ଏବଂ ଯୋଜନା ସମ୍ପର୍କରେ ସଚେତନ କରାଉଥିବା ଦେଖିବାକୁ ମିଳିଛି। ।
ସେହିଭଳି ପ୍ରତ୍ୟେକ ଆଧାର ଓସିଏସ: କେନ୍ଦ୍ର ମାନଙ୍କରେ ମହିଳା ମାନେ ସୁଭଦ୍ରା ଯୋଜନାରେ ହିତାଧିକାରୀ ହେବା ପାଇଁ ଆବେଦନ ଓ ଆଧାର ଲିଙ୍କ ନିମନ୍ତେ ପ୍ରବଳ ଭିଡ଼ ଲଗାଇଛନ୍ତି । ଟାଣ ଖରାରେ ଅପେକ୍ଷା କରି ରହିଥିବା ଦେଖାଯାଇଛି ।
ଏହି ଯୋଜନାକୁ ନେଇ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ , ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ତଥା ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମର ଗଜପତି ଜିଲ୍ଲା ନୋଡାଲ ଅଧିକାରୀ ଡ଼ଃ ଗୁଣନିଧି ନାୟକ ଏବଂ ମହିଳା ଓ ଶି ବିଭାଗର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ ପ୍ରମୁଖ ଏ ସମ୍ପର୍କରେ ଅଧିକ ସୂଚନା ଦେଇ କହିଛନ୍ତି ଯେ ,
ଜିଲ୍ଲାର ୭ ଗୋଟି ବ୍ଲକର ୧୪୯ ଗ୍ରାମ ପଞ୍ଚାୟତ ର ୧୫୩୪ ରାଜସ୍ବ ଗ୍ରାମ ମହିଳା ମାନେ ଏହି ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଅବେଦନ କରିବେ। ଜିଲ୍ଲାରେ ୨୪୪୩ ଗୋଟି ଅଙ୍ଗୱାଡ଼ି କେନ୍ଦ୍ର ଓ ସମସ୍ତ ବ୍ଲକ କାର୍ଯ୍ୟାଳୟ ସମେତ ପୌରପରିଷଦ କାର୍ଯ୍ୟାଳୟ , ମୋ ସେବା କେନ୍ଦ୍ର , ଜନସେବା କେନ୍ଦ୍ର ମାନଙ୍କରେ ଆବେଦନ ଫର୍ମ ମାଗଣାରେ ଉପଲବ୍ଧ ବୋଲି କହିଥିଲେ।
ସେହିପରି ଜିଲ୍ଲାରେ ୨୪ ଆଧାର କେନ୍ଦ୍ର ରହିଥିବା ବେଳେ ୨୧୪ ଟି ମୋ ସେବା କେନ୍ଦ୍ର ଏବଂ ୩୮୨ ଟି କମନ ସର୍ଭିସ ସେଣ୍ଟର ଅଛି ,
ସେହିଭଳି ଜିଲ୍ଲାରେ ୨୦୫୭୫ ଜଣ ଏଏୱାଇ: କାର୍ଡାଧାରୀ ଥିବା ବେଳେ ଜାତୀୟ ଖାଦ୍ୟ ନିରାପଦ ଯୋଜନାରେ ୧,୧୮,୬୬୩ ଜଣ କାର୍ଡଧାରୀ ଏବଂ ଏସଏଫ୍ଏସଏସ: ରେ ୫୧୮୫ ଜଣ କାର୍ଦାଧାରୀ ରହିଛନ୍ତି ।
ଜିଲ୍ଲାରେ ବର୍ତ୍ତମାନ ୧ ଲକ୍ଷ ୮୦ ହଜାର ସୁଭଦ୍ରା ଯୋଜନା ଫର୍ମ ପ୍ରିଣ୍ଟ ହୋଇଥିବା ବେଳେ ୧ ଲକ୍ଷ ୫୦ ହଜାର ଫର୍ମ ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ର , ସ୍ୱଚ୍ଛାସାଥି ଓ ସିଆରପି ମାନଙ୍କୁ ବଣ୍ଟନ ପାଇଁ ଦିଆହୋଇଛି ଏବଂ ଶିଶୁ ବିକାଶ ବିଭାଗ ଓ ବ୍ଲକ୍ କାର୍ଯ୍ୟାଳୟ ମାନଙ୍କରେ ୩୦ ହଜାର ସୁଭଦ୍ରା ଫର୍ମ ମହଜୁଦ ରହିଛି ।
ବର୍ତ୍ତମାନ ସୁଦ୍ଧା ଏହି ଯୋଜନାର ହିତାଧିକାରୀ ହେବା ପାଇଁ ୪୦୦ ରୁ ଅଧିକ ଜଣ ପଞ୍ଜୀକୃତ ହେଲେଣି । ଏହି ଆବେଦନ ପ୍ରକ୍ରିୟା ବେଳେ କୌଣସି କେହି ଯଦି ଟଙ୍କା ମାଗବା କି ନେବା ଅଭିଯୋଗ ହେଲେ ସମ୍ପୃକ୍ତଙ୍କ ପ୍ରତି ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଆବେଦନ ପ୍ରକ୍ରିୟା କୌଣସି ଶେଷ ତାରିଖ ନାହିଁ , ଏହା ଚଳମାନ ଯୋଜନା। ତେଣୁ କୌଣସି ମହିଳା ଏଥିପ୍ରତି ବ୍ୟସ୍ତ ବିବ୍ରତ ନ ହୋଇ ଆରାମରେ ପଞ୍ଜିକରଣ କରିବାକୁ କହିଥିଲେ । ଏହି ଯୁଗାନ୍ତକାରୀ ଯୋଜନାରେ ଯୋଗ୍ୟ ମହିଳା ହିତାଧିକାରୀ ସଚେତନ ହେବା ସହିତ କିପରି ଏହି ଯୋଜନାରେ ସାମିଲ ହୋଇ ସେମାନେ ଉପକୃତ ହେବେ ସେ ସମ୍ପର୍କରେ କହି ଏ ଦିଗରେ ଅଧିକ ସୂଚନା ଜାଣିବା ପାଇଁ ସ୍ଥାନୀୟ ସିଡିପିଓ: ଙ୍କ କାର‌୍ୟ୍ୟଳୟରେ ଯୋଗା ଯୋଗ କରି ଅଧିକ ସମ୍ପୂର୍ଣ୍ଣ ସହାୟତା ପାଇପାରିବେ ଓ ଦେୟ ମୁକ୍ତ ସହାୟତା ନମ୍ବର ୧୪୬୭୮ ଯୋଗାଯୋଗ କରି ଅଧିକ ସହାୟତା ପାଇପାରିବେ ବୋଲି କହିଥିଲେ ।

Related Posts

Seo wordpress plugin by www.seowizard.org.