Odisha News

ଗଜପତି: ସିୟୁଟିଏମ: ପକ୍ଷରୁ “ଜାତୀୟ ଫିସ-ଫାର୍ମର୍ସ ଦିବସ ପାଳନ “କାର୍ଯ୍ୟକ୍ରମରେ ଆଇସିଏଆର–ସିଫା ର ନିର୍ଦ୍ଦେଶକ ଓଏମଓୟୁ ପତ୍ର ସ୍ୱାକ୍ଷର

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୪/୭ : ପାରଳାଖେମୁଣ୍ଡି ନିକଟସ୍ଥ ଗଜପତି ଜିଲ୍ଲା ଗୋସାଣୀ ବ୍ଲକର ରାଜ ସୀତାପୁର ସ୍ଥିତ ସେଞ୍ଚୁରିଅନ ୟୁନିଭରସିଟି (ସିୟୁଟିଏମ)ର ଏମଏସ ସ୍ୱାମୀନାଥନ ସ୍କୁଲ ଅଫ ଏଗ୍ରିକଲଚର ଅଧିନସ୍ଥ ସ୍କୁଲ ଅଫ ଫିସରିଜ ପକ୍ଷରୁ ଜାତୀୟ ଫିସ-ଫାର୍ମର୍ସ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସ୍କୁଲ ଅଫ ଫିସରିଜ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ଭାରତ ସରକାରଙ୍କ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଅନ୍ତର୍ଗତ “କେନ୍ଦ୍ରୀୟ ଫ୍ରେସ-ୱାଟର ଏକ୍ଵାକଲଚର ସଂସ୍ଥା (ସିଫା)ର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ଏବଂ ଫିସ ହେଲଥ ମ୍ୟାନେଜମେଣ୍ଟ ବିଭାଗର ପ୍ରିନ୍ସିପାଲ ସାଇଣ୍ଟିଷ୍ଟ ଡଃ ମୃନାଲ ସାମନ୍ତ ଯୋଗ ଦେଇଥିଲେ ।
ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ନିର୍ଦ୍ଦେଶକ ଡଃ ସ୍ୱାଇଁ ଏବଂ ପ୍ରିନ୍ସିପାଲ ସାଇଣ୍ଟିଷ୍ଟ ଡଃ ସାମନ୍ତ ପ୍ରଥମେ , ସିୟୁଟିଏମ କେମ୍ପସର ସେମିନାର ହଲ ଠାରେ, ବିଭାଗିୟ ଛାତ୍ରଛାତ୍ରୀ ମାନଙ୍କ ସହିତ ଅନୁଷ୍ଠିତ ମତ୍ସ୍ୟ ବିଜ୍ଞାନ ସମ୍ଭନ୍ଧୀୟ ଇଣ୍ଟରାକ୍ସନ ତଥା ପ୍ରଶ୍ନୋତ୍ତର ଆଲୋଚନା କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ସନ୍ଦେହ ମୂଳକ ପ୍ରଶ୍ନର ଉତ୍ତର ଦେଇ ମତ୍ସ୍ୟ ବିଜ୍ଞାନ ଅଧ୍ୟୟନ ଓ ତାର ଭବିଷ୍ୟତ ସମ୍ପର୍କରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।
ପରେ ସିଫା ନିର୍ଦ୍ଦେଶକ ଡଃ ସ୍ୱାଇଁ ଏବଂ ସିଫା\’ ର ପ୍ରିନ୍ସିପାଲ ସାଇଣ୍ଟିଷ୍ଟ ଡଃ ସାମନ୍ତ , ବୋର୍ଡ-ରୁମ\’ରେ ସେଞ୍ଚୁରିଅନ ୟୁନିଭରସିଟି\’ର ସ୍କୁଲ ଅଫ ଫିସରିଜ ଏବଂ ସିଫା\” ମଧ୍ୟରେ ଅନୁଷ୍ଠିତ ଏମଓୟୁ: ତଥା ବୁଝାମଣକ୍ଷ ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ସେଠାରେ ଉଭୟଙ୍କ ପକ୍ଷରୁ ଏମଓୟୁ: ତଥା ବୁଝାମଣକ୍ଷ ପତ୍ର ସମସ୍ତ ନୀତିନିୟମ ପ୍ରକାରେ ପ୍ରସ୍ତୁତ ହୋଇ ସ୍ଵାକ୍ଷର ହେବା ସହ ଦିଆନିଆ ହୋଇଥିଲା ।
ଏହି ବୁଝାମଣକ୍ଷ ପତ୍ର ସ୍ୱାକ୍ଷର ହେବା କାର୍ଯ୍ୟକ୍ରମରେ ଆଇସିଏଆର–ସିଫା ପକ୍ଷରୁ ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ଏବଂ ସିଫାର ମତ୍ସ୍ୟ-ହେଲଥ ପରିଚାଳନା ବିଭାଗ ପ୍ରିନ୍ସିପାଲ ସାଇଣ୍ଟିଷ୍ଟ ଡଃ ମୃନାଲ ସାମନ୍ତ ଉପସ୍ଥିତ ଥିବା ବେଳେ ସେଞ୍ଚୁରିଆନ ୟୁନିଭରସିଟି ର ସ୍କୁଲ ଅଫ ଫିସରିଜ ପକ୍ଷରୁ ରେଜିଷ୍ଟ୍ରାର ଡଃ ଅନିତା ପାତ୍ର , ଏମଏସ ସ୍ୱାମୀନାଥନ ଏଗ୍ରିକଲଚର ସ୍କୁଲର ନିର୍ଦ୍ଦେଶକ-ଏଡମିନ ଡଃ ଦୁର୍ଗା ପ୍ରସାଦ ପାଢ଼ୀ , ଡିନ-ଏଡମିନ ଡଃ ଏସପି ନନ୍ଦ , ଡିନ ଡଃ ଏମ ଦେବେନ୍ଦର ରେଡ୍ଡୀ ଏବଂ ସ୍କୁଲ ଅଫ ଫିସରିଜର ଏସୋସିଏଟ ଡିନ ଡଃ ସମ୍ବିଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ବୁଝାମଣକ୍ଷ ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ପୂର୍ବରୁ , ସ୍କୁଲ ଅଫ ଫିସରିଜର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ଆଇସିଏଆର-ସିଫାର ନିର୍ଦ୍ଦେଶକ ଡଃ ସ୍ୱାଇଁ ଏବଂ ପ୍ରିନ୍ସିପାଲ ସାଇଣ୍ଟିଷ୍ଟ ଡଃ ସାମନ୍ତଙ୍କୁ, ପାୱାର ପଏଣ୍ଟ ମାଧ୍ୟମରେ ଅବଗତ କରା ଯାଇଥିଲା ।
ପରେ ସିଫା ନିର୍ଦ୍ଦେଶକ ଡଃ ସ୍ୱାଇଁ ଏବଂ ପ୍ରିନ୍ସିପାଲ ସାଇଣ୍ଟିଷ୍ଟ ଡଃ ସାମନ୍ତ ୟୁନିଭରସିଟି କେମ୍ପସ ମଧ୍ୟରେ ଥିବା ସ୍କୁଲ ଅଫ ଫିସରିଜର ବିଭିନ୍ନ ଲେବ ଓ ୟୁନିଟ ପରିଦର୍ଶନ କରିଥିଲେ ।
ଶେଷରେ ସେଞ୍ଚୁରିଅନ ୟୁନିଭରସିଟିର ସ୍କୁଲ ଅଫ ଫିସରିଜ ପକ୍ଷରୁ ଗୋସାଣୀ ବ୍ଲକ ଅନ୍ତର୍ଗତ ତୋଟା-ଗୁମୁଡା ଗ୍ରାମ ଉପକଣ୍ଠରେ ନବ ନିର୍ମିତ ଏକ୍ଵା କଲଚର ରିସର୍ଚ୍ଚ ଫାର୍ମ ଠାରେ ଆଇସିଏଆର-ସିଫା ନିର୍ଦ୍ଦେଶକ ଡଃ ସ୍ୱାଇଁ ଏବଂ ସିଫାର ପ୍ରିନ୍ସିପାଲ ସାଇଣ୍ଟିଷ୍ଟ ଡଃ ସାମନ୍ତ ପହଞ୍ଚି ଉଦଘାଟନ କରିଥିଲେ ।
ସେଠାରେ ୧୦ ଏକର ଜମିରେ ୨୧ଟି ପୋଖରୀ , ମାଛ ଚାଷ ପାଇଁ ନିର୍ମିତ ହୋଇଛି , ସେ ଗୁଡିକ ପରିଦର୍ଶନ କରିବା ସହ ପୋଖରୀ ହିଡ଼ ମାନଙ୍କରେ ନଡ଼ିଆ ଗଛ ଚାରା ରୋପଣ କରିଥିଲେ ।
ପରେ ଏକ୍ଵା-କଲଚର ରିସର୍ଚ୍ଚ ଫାର୍ମର ଉଦଘାଟନ ଅବସରରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ଗଣ ମାଧ୍ୟମକୁ ଅଧିକ ସୂଚନା ଦେଇ ଆଇସିଏଆର- ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ କହିଛନ୍ତି ଯେ , ପ୍ରଥମେ ସେମାନେ ମତ୍ସ୍ୟ ବିଜ୍ଞାନ କୋର୍ସରେ ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନଙ୍କ ସହ ଇଣ୍ଟରାକ୍ସନ ବେଳେ ଏହାକୁ ନେଇ ସେମାନଙ୍କ ଭବିଷ୍ୟତ କିଭଳି ଗଢିବେ , ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।
ତାପରେ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଫିସରିଜ ଏବଂ ସିଫା ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଥିଲା ।
ଏହି ବୁଝାମଣା ପତ୍ର ସ୍ୱାକ୍ଷର ହେବା ଦ୍ୱାରା ଉଭୟ ମଧ୍ୟରେ ରିସର୍ଚ୍ଚ ବିନିମୟ ହୋଇ ପାରିବା ସହ ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଧିକ ଜ୍ଞାନ ଉପଲବ୍ଧ ହୋଇ ପାରିବ , ସେମାନେ ସିଫାକୁ ଯାଇ ସିଫାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣି ପାରିବା ସହ ସିଫାରେ ଟ୍ରେନିଂ ନେଇ ପାରିବେ ଏବଂ ମାଛ ଚାଷର ବିଭିନ୍ନ ବୈଷୟିକ ପ୍ରଣାଳୀ ଉପରେ ଜାଣି ପାରିବା ସହ ସିଫାର ରିସର୍ଚ୍ଚ ବିଷୟରେ ଜାଣି ପାରିବେ ।
ଅନ୍ୟ ପକ୍ଷରେ ଏଠାରେ ଯେଉଁ ଏକ୍ଵା-କଲଚର ରିସର୍ଚ୍ଚ ଫାର୍ମ ହୋଇଛି , ତାହା ଉନ୍ନତ ମାନର ଏବଂ ଭବିଷ୍ୟତରେ ଏହା ବେଶ ଅଗ୍ରଗତି କରିବା ସମ୍ଭାବନା ରହିଛି । ଏହି ମତ୍ସ୍ୟ ରିସର୍ଚ୍ଚ ଫାର୍ମ ଦ୍ୱାରା ଆଦିବାସୀ ବହୁଳ ଗଜପତି ଜିଲ୍ଲାର ସମସ୍ତ ପ୍ରକାରର ମତ୍ସ୍ୟଚାଷୀ , ମାଛ ପ୍ରଜନନ ଓ ତାର ଲାଳନ ପାଳନ କରିବା କ୍ଷେତ୍ରରେ ବେଶ ଉପକୃତ ହୋଇ ପାରିବେ ବୋଲି ଡଃ ସ୍ୱାଇଁ କହିଥିଲେ ।

Related Posts

Seo wordpress plugin by www.seowizard.org.