Odisha News

ଗଜପତି: ସିୟୁଟିଏମ: ଛାତ୍ରଛାତ୍ରୀ ମାନଙ୍କ କେନ୍ଦ୍ର ବଜେଟ ୨୦୨୩-୨୪ ର ବିଶ୍ଳେଷଣ କାର୍ଯ୍ୟକ୍ରମ ହିସାବ-ନିକାଶ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୯/୨: ପାରଳାଖେମୁଣ୍ଡି ସ୍ଥିତ ସିୟୁଟିଏମ: କେମ୍ପସରେ ସିୟୁଟିଏମ: ର ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା କେନ୍ଦ୍ର ବଜେଟ ୨୦୨୩-୨୪ ର ବିଶ୍ଳେଷଣ ର ହିସାବ-ନିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ କୁ ସିୟୁଟିଏମ: ର ରେଜିଷ୍ଟ୍ରାର ଡଃ ଅନିତା ପାତ୍ର ଉଦଘାଟନ କରିଥିବା ବେଳେ ଡଃ ଦେବୀ ପ୍ରସାଦ ଶତପଥୀ ସ୍ଵାଗତ ସମ୍ଭାଷଣ ଦେଇଥିଲେ ଏବଂ ଡିନ- ଏକାଡେମୀକସ ଏମଏସଏସଏସଓଏ: ଡଃ ଦେବେନ୍ଦର ରେଡ୍ଡୀ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।
ଛାତ୍ରଛାତ୍ରୀ ମାନେ ୨୦ ଟି ଦଳରେ ବିଭକ୍ତ ହୋଇ ଅତ୍ୟନ୍ତ ଦକ୍ଷତା\’ର ସହିତ ଏହି କେନ୍ଦ୍ର ବଜେଟ ୨୦୨୩-୨୪ ବିଶ୍ଳେଷଣର ଉପସ୍ଥାପନା କରିଥିଲେ ।
ଛାତ୍ରଛାତ୍ରୀ ମାନେ ଏହି ବିଶ୍ଳେଷଣ ବେଳେ ମୁଖ୍ୟତଃ ଆୟକର ପ୍ରସ୍ତାବ , କୃଷି, ରେଳବାଇ , ସ୍କିଲ୍ ଇଣ୍ଡିଆ , ଯୁବଶକ୍ତି , ଅମୃତ ପିଢ଼ି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଗୁଡିକ ଉପରେ ବିଶେଷ ଆଲୋକପାତ କରିଥିଲେ ।
ଛାତ୍ରଛାତ୍ରୀ ମାନଙ୍କ ଏହି କେନ୍ଦ୍ର ବଜେଟ ବିଶ୍ଳେଷଣର ମୁଖ୍ୟତଃ ୩ ଟି ସ୍ତରରେ ଯଥା:- ପ୍ରଥମ , ଦ୍ଵିତୀୟ ଓ ତୃତୀୟ ପୁରସ୍କାର ଭାବେ ଉପସ୍ଥାପନା ଗୁଡ଼ିକୁ ମନୋନୀତ କରାଯାଇ ଯଥାକ୍ରମେ ୧୫୦୦ ଟଙ୍କା , ୧୦୦୦ ଟଙ୍କା ଏବଂ ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମ କୁ ସିୟୁଟିଏମ:\’ର ଷ୍ଟୁଡେଣ୍ଟସ ଏକ୍ଟିଭିଟିଜ କୋର୍ଡିନେଟର ଡଃ ସୁଶାନ୍ତ କୁମାର ପଟ୍ଟନାୟକ ଏବଂ ଡଃ ଶୁଭ୍ରମୟ ନାୟକ ପ୍ରମୁଖ ସଂଯୋଜନା କରିଥିଲେ ।
ସିୟୁଟିଏମ:ର ସ୍କୁଲ ଅଫ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମ ରେ ସେମାନଙ୍କ\’ର ପ୍ରତିପାଦନ କରିଥିବା ଅବଦାନ ଓ ଭୂମିକା ସମ୍ପର୍କରେ ରେକର୍ଡ କରିଥିଲେ ।
ଏହି ବିଶ୍ଳେଷଣର ହିସାବ-ନିକାଶ କାର୍ଯ୍ୟକ୍ରମ ରେ ପ୍ରଥମ ସ୍ଥାନରେ ରହି ୧୫୦୦ ଟଙ୍କା ଲେଖାଏଁ ପୁରସ୍କାର ପାଇଥିବା ୪ ଜଣ ଛାତ୍ରଛାତ୍ରୀ ହେଲେ:- ଏମ: ଗୀତିକା , ଇପ୍ସିତା ସାହୁ , ଏମ: ଭେଙ୍କେଟା ଅନିଲ ବର୍ମା ଏବଂ ଅମିତାଭ ବନ୍ଦୋପାଧ୍ୟାୟ ।
ସେହିଭଳି ଦ୍ଵିତୀୟ ସ୍ଥାନରେ ରହି ୧୦୦୦ ଟଙ୍କା ଲେଖାଏଁ ପୁରସ୍କାର ପାଇଥିବା ୪ ଜଣ ଛାତ୍ରଛାତ୍ରୀ ହେଲେ:- ଶୁଭାଶିଷ ମିଶ୍ର , ସାୟନ୍ ମୁଖାର୍ଜୀ , ଅବିନାଶ ଦାସ ଏବଂ ଜି: ଗାୟତ୍ରୀ ରେଡ୍ଡୀ ।
ସେହିଭଳି ତୃତୀୟ ସ୍ଥାନରେ ରହି ୫୦୦ ଟଙ୍କା ପୁରସ୍କାର ପାଇଥିବା ୪ ଜଣ ଛାତ୍ରଛାତ୍ରୀ ହେଲେ:- ଜି: ଶ୍ରୀଲକ୍ଷ୍ମୀ , କେ: ରବି କୁମାର , ପି: କରିସ୍ମା ଏବଂ ପି: ପ୍ରବୀଣ ।
ଏହି କୃତୀ ପୁରସ୍କାର ପ୍ରାପ୍ତ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଏଭଳି ଦକ୍ଷତା ଓ ପାରିଦର୍ଷିତା ଯୋଗୁଁ ସିୟୁଟିଏମ: ସ୍କୁଲ ଅଫ ମ୍ୟାନେଜମେଣ୍ଟ ପକ୍ଷରୁ କୃତଜ୍ଞତା ଜ୍ଞାପନ କରା ଯାଇଥିଲା ।

Related Posts

Seo wordpress plugin by www.seowizard.org.