Odisha News

ଗଜପତି: ସିସି଼ଡି ଆନୁକୁଲ୍ୟରେ ପଞ୍ଚାୟତ ପ୍ରତିନିଧି ମାନଙ୍କ ତିନି ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨/୩: ପାରଳାଖେମୁଣ୍ଡି ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଓ ପାନୀୟ ଜଳ ବିଭାଗ , ରାଜ୍ୟ ସରକାରଙ୍କ ସହାୟତାରେ ଗଜପତି ଜିଲ୍ଲାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡି ସହଯୋଗରେ ପଞ୍ଚାୟତ ପ୍ରତିନିଧି ମାନଙ୍କ ତିନି ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି ।
ଏହି ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକ୍ର ୯ ଗୋଟି ଗ୍ରାମ ପଞ୍ଚାତର ମୋଟ ୨୬ ଜଣ ୱାର୍ଡ ସଭ୍ୟସଭ୍ୟା ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ ଉପସ୍ଥିତ ୱାର୍ଡ ସଭ୍ୟସଭ୍ୟା ମିଳିତ ଭାବେ ପ୍ରଦ୍ୱୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଓ ପାନୀୟ ଜଳ ବିଭାଗ , ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ଶ୍ରୀମତୀ ସୁଶିଳା ମିଶ୍ର ଓ ଶ୍ରୀ ସୁଭ୍ରାଂଶୁ ସେଖର ପଟ୍ଟନାୟକ ପ୍ରମୁଖ ମୁଖ୍ୟ ତାଲିମଦାତା ଭାବେ ଉପସ୍ଥିତ ରହି ଏହି ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟତଃ ପଞ୍ଚାୟତିରାଜରେ ୱାର୍ଡ ସଭ୍ୟସଭ୍ୟାଙ୍କ ଦାୟୀତ୍ୱ ଓ ଭୂମିକା ଉପରେ ତାଲିମଦାତା ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ମହିଳା ସଭ୍ୟସଭ୍ୟାଙ୍କ ଭୂମିକା ଓ ସେମାନଙ୍କର ସକ୍ରୀୟ ଅଂଶଗ୍ରହଣ ଉପରେ ଗୁରୁତ୍ବ ଦିଆ ଯାଇଥିଲା । ଗ୍ରାମ ଓ ପଞ୍ଚାୟତର ସାମୁହିକ ଉନ୍ନତି ଉପରେ ସରକାର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଦାୟୀତ୍ୱ ଦେଇଥାନ୍ତି , ତେଣୁ ଗ୍ରାମର ଉନ୍ନତି ପାଇଁ ୱାର୍ଡ ସଭ୍ୟସଭ୍ୟାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।
ବିଭିନ୍ନ ପାୱାରପଏଣ୍ଟ୍ ମାଧ୍ୟମରେ ତାଲିମଦାତା ମାନେ ପଞ୍ଚାୟତିରାଜ ବ୍ୟବସ୍ଥା ଏବଂ ୱାର୍ଡ ସଭ୍ୟସଭ୍ୟାଙ୍କ ସକ୍ରୀୟ ଅଂଶଗ୍ରହଣର ବିଭିନ୍ନ ଦିଗ ଉପରେ ବିଶେଷ ଆଲୋକପାତ କରିଥିଲେ । ବିଭିନ୍ନ ପ୍ରଶ୍ନୋତ୍ତର ମାଧ୍ୟମ\’ରେ ଉପସ୍ଥିତ ୱାର୍ଡ ସଭ୍ୟସଭ୍ୟା ମାନେ ପଞ୍ଚାୟତି ରାଜ ବ୍ୟବସ୍ଥା , ସରକାରଙ୍କର ବିଭିନ୍ନ ଯୋଜନା ଓ ଏହାର କାର‌୍ୟ୍ୟକାରିତା ଉପରେ ଉପାଦେୟ ଜ୍ଞାନ ଅର୍ଜନ କରିଥିଲେ ।
ପ୍ରଶିକ୍ଷଣର ତୃତୀୟ ଦିନରେ ତରଙ୍ଗଡା ଗ୍ରାମ ପଞ୍ଚାୟତର ୩ ଟି ଗ୍ରାମ ଓ ବନବିଭାଗ ତରଫରୁ ହୋଇଥିଲା ନର୍ସରୀ ପରିଭ୍ରମଣ କରିଥିଲେ । ଏହି ପରିଭ୍ରମଣ ସମୟରେ ତରଙ୍ଗଡା ଗ୍ରାମ ପଞ୍ଚାୟତର ମନରେଗା ସାଥି , ବନବିଭାଗ କର୍ମଚାରୀ ଏବଂ ସିସିଡି: ର କର୍ମଚାରୀ ପ୍ରମୂଖ ସହାୟତା କରିଥିଲେ ।
ପରିଶେଷରେ ସିସିଡି ତାଲିମ ଗୃହ ଠାରେ ଉପସ୍ଥିତ ୱାର୍ଡ ସଭ୍ୟସଭ୍ୟାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ , ରାଜ୍ୟ ସରକାରଙ୍କ ତରଫରୁ ମିଳିତ ଫୋଟ ଏବଂ ପ୍ରମାଣ ପତ୍ର ପ୍ରଦାନ କରା ଯାଇଥିଲା ।

Related Posts

Seo wordpress plugin by www.seowizard.org.