Odisha News

ଗଜପତି: ସମର୍ଥ ଅନୁଷ୍ଠାନର ନବ ନିର୍ମିତ ସିସି ରୋଡ଼, ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀଙ୍କ ଦ୍ୱାରା ଉଦଘାଟିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୩/୬ : ପାରଳାଖେମୁଣ୍ଡି ଠାରେ ଦୀର୍ଘବର୍ଷ ଧରି ମାଟି-ଖାଲ ହୋଇ ଶୋଚନୀୟ ଅବସ୍ଥାରେ ପଡି ରହିଥିବା “ସମର୍ଥ” ଭିନ୍ନକ୍ଷମ ଅନୁଷ୍ଠାନର ରାସ୍ତାକୁ ପୌର ପରିଷଦ ପକ୍ଷରୁ ନବ ନିର୍ମିତ ସିସି-ରାସ୍ତାକୁ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ରିବନ କାଟି ଶୁଭ ଉଦଘାଟନ କରିଛନ୍ତି ।
ଉଦଘାଟନୀ ଉତ୍ସବ ଅବସରରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଶ୍ରୀମତୀ ସେଠୀ କହିଥିଲେ ଯେ , ସେ ଆଜି ବେଶ ଖୁସି କାରଣ “ସମର୍ଥ” ଅନୁଷ୍ଠାନକୁ କିଛିମାସ ତଳେ ଦେଇଥିବା ପ୍ରତିଶ୍ରୁତି ଆଜି ପାଳନ କରିଛି । ଅନୁଷ୍ଠାନର ଅନ୍ୟ ଯେଉଁ ଦୁଇଟି ଦାବୀ ରହିଛି , ତାକୁ ପୂରଣ କରିବା ଦିଗରେ ଚେଷ୍ଟା କରିବି ବୋଲି କହିଥିଲେ ।
ଗତ ଏପ୍ରିଲ ୨୦ ତାରିଖ ଦିନ ପୌର ପରିଷଦର ଅନୁଷ୍ଠିତ ମାସିକ ବୈଠକରେ “ସମର୍ଥ” ଭିନ୍ନକ୍ଷମ ଅନୁଷ୍ଠାନ ପକ୍ଷରୁ ସମ୍ପାଦକ ଶ୍ରୀ ସନ୍ତୋଷ ମହାରଣା , ୩ ଗୋଟି ସମସ୍ୟାର ସମାଧାନ କରିବା ପାଇଁ ପୌରଧ୍ୟକ୍ଷା ଶ୍ରୀମତୀ ସେଠିଙ୍କୁ ଦାବୀ ପୂରଣ ପାଇଁ ଅନୁରୋଧ ଜଣାଇଥିଲେ ।
ସେହି ଦାବୀ ଗୁଡିକ ହେଲା:- (୧):-ପିଚୁ ରାସ୍ତାଠାରୁ “ସମର୍ଥ” ଅନୁଷ୍ଠାନକୁ ଯାଇଥିବା ମାଟି ରାସ୍ତାକୁ ପକ୍କା ରାସ୍ତାରେ ପରିଣତ କରିବା , (୨):- ପୌର ପରିଷଦର ଯେଉଁ ସବୁ ରୁମ ରହିଛି , ତାହା ନେବାପାଇଁ ସେଥିରେ ଭିନ୍ନକ୍ଷମ ମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା , ସେହି ୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଅନୁଯାଇ , ଭିନ୍ନକ୍ଷମ ଭାଇ-ଭଉଣୀ ମାନଙ୍କ ଜୀବିକା ନିମନ୍ତେ କେତୋଟି ରୁମ ମଞ୍ଜୁର କରାଯାଉ ଏବଂ (୩):- ପୌର ପରିଷଦ ପକ୍ଷରୁ ଯେତେ ସବୁ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟ ସବୁ ହେଉଛି , ସେଥିରେ ଭିନ୍ନକ୍ଷମ ଭାଇ-ଭଉଣୀ ମାନଙ୍କୁ ସଦସ୍ୟତା ରଖାଯାଉ ବୋଲି ଦାବୀରଖି ସମାଧାନ ପାଇଁ ଅନୁରୋଧ ଜଣାଇଥିଲେ ।
ଏହି ଅବସରରେ “ହିନ୍ଦୁସ୍ଥାନ ଲାଟେଷ୍ଟ ଫେମିଲି ପ୍ଳାନିଙ୍ଗ ପ୍ରମୋସନ ଟ୍ରଷ୍ଟ” ପକ୍ଷରୁ ଦିଆ ଯାଇଥିବା କରୋନା କିଟସ ସବୁକୁ “ସମର୍ଥ” ଅନୁଷ୍ଠାନର ଅନ୍ତେବାସୀ ତଥା ଭିନ୍ନକ୍ଷମ ଭାଇ-ଭଉଣୀ ମାନଙ୍କୁ ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ୧୫ ନଂ ୱାର୍ଡ କାଉନସିଲର ଶ୍ରୀ ସୁରଜିତ ତ୍ରିପାଠୀ ପ୍ରମୁଖ ବଣ୍ଟନ କରିଥିଲେ ।
ଏହି ଉଦଘାଟନୀ ସଭା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ “ସମର୍ଥ” ଭିନ୍ନକ୍ଷମ ଅନୁଷ୍ଠାନର ସଭାପତି ଶ୍ରୀ ନିରଞ୍ଜନ ବେହେରା , ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା , ଠିକାଦାର ଶ୍ରୀ ଭାର୍ଗଭ ପ୍ରମୁଖ ମଞ୍ଚାସିନ ଥିବା ବେଳେ ଅନୁଷ୍ଠାନର କର୍ମକର୍ତ୍ତା ଓ ଅନ୍ତେବାସୀ ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.