Odisha News

ଗଜପତି : ସଖୀ ୱାନ ଷ୍ଟପ ସେଣ୍ଟର ତରଫରୁ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୧୨/୧୦ : ସଖୀ ୱାନ ଷ୍ଟପ ସେଣ୍ଟର , ଗଜପତି ତରଫରୁ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଉତ୍କଳ ବାଳାଶ୍ରମ, ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ବାଳାଶ୍ରମ ଠାରେ ଅନୁଷ୍ଠାନର ଶିଶୁ କନ୍ୟାମାନଙ୍କୁ ନେଇ ପାଳିତ ହୋଇଯାଇଛି। ।
ଉକ୍ତ କାର୍ଯ୍ୟକ୍ରମରେ ସଖୀ ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଅଧ୍ୟକ୍ଷତା କରିଥିଲେ ।
ଏହି କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମଟିକୁ ଆଗକୁ ବଢେଇ ଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସଂଗୀତ ଉତ୍କଳ ବାଳାଶ୍ରମର ଶିଶୁ କନ୍ୟା ମାନେ ପରିବେଷଣ କରିଥିଲେ ।
ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଭାରପ୍ରାପ୍ତ ସୁରକ୍ଷା ଅଧିକାରୀ ଶ୍ରୀ ଡମ୍ବରୁଧର ବଳବନ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଦିବସ ପାଳନର ଲକ୍ଷ ଏବଂ ଉଦେଶ୍ୟ ବିଷୟରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ ।
ସମ୍ମାନୀତ ଅତିଥି ଭାବରେ ଓଏଲଏମ: ସ୍ଵୟଂ ପ୍ରକଳ୍ପ ଜିଲ୍ଲା ସଂଜୋଜିକା ତଥା ଜିଆଇପି:- କାଉନସିଲର ଶ୍ରୀମତୀ ଶିବାନୀ ପାଣିଗ୍ରାହୀ ଯୋଗ ଦେଇ ଶିଶୁ କନ୍ୟା ମାନଙ୍କ ପ୍ରତି ରହିଥିବା ଅଧିକାର ତଥା ଏହି ଜିଲ୍ଲାରେ ରହିଥିବା କନ୍ୟା ସନ୍ତାନ ଙ୍କ ବିଭିନ୍ନ ପ୍ରକାର ସୁବିଧା ଓ ଅସୁବିଧା ବିଷୟରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ଯୋଗ ଦେଇ ବାଲ୍ୟ ବିବାହ ଆଇନ ତଥା ଶିଶୁ କନ୍ୟା ମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଗକୁ ଗଲେ ଜିଲ୍ଲା ର ଉନ୍ନତି ହୋଇପାରିବ ବୋଲି ଆଲୋକପାତ କରିଥିଲେ ।
ଶିଶୁ କନ୍ୟାମାନଙ୍କୁ ଉତ୍ସାହିତ କରିବା ପାଇଁ ଉତ୍କଳ ବାଳାଶ୍ରମର ବାଳିକା ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଉତ୍କଳ ବାଳାଶ୍ରମ କାଉନସିଲର ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ସମେତ ସମସ୍ତ କର୍ମଚାରି ଉପସ୍ଥିତ ଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସଖୀ ୱାନ ସ୍ଟପ କେନ୍ଦ୍ରର ସୁନିତା ବେହେରା , ସ୍ଵାଗତିକା ଦାସ , ମୋନାଲିସା ବେହେରା , ହରିକୃଷ୍ଣ ଚୌଧୁରୀ , ଟି ସୁରେଶ କୁମାର ଏବଂ ଆଇଏସଆରଡ଼ି: ପରିବାର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟ କ୍ରମଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।
ପରିଶେଷରେ ସଖୀ ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସାଙ୍ଗ କରିଥିଲେ ।

Related Posts

Seo wordpress plugin by www.seowizard.org.