Birthday Wedding Day & Anniversary Odisha News

ଗଜପତି: ଶିକ୍ଷକ ଡମ୍ବରୁ ଧର ବେହେରାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସନନ୍ଦ ପାତ୍ର ପ୍ରଦାନ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୭/୮: ପାରଳାଖେମୁଣ୍ଡି ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଦୀର୍ଘ କାଳ ଧରି ଓଡ଼ିଆ ଶିକ୍ଷକ ଭାବେ ଶିକ୍ଷକତା କରି ଆସୁଥିବା ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ଅନ୍ତର୍ଗତ ସୁରଳ ଗ୍ରାମର ବଡ଼ସାହି ଠାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଡମ୍ବରୁ ଧର ବେହେରାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ , ଭୁବନେଶ୍ଵର ଆନୁକୁଲ୍ୟରେ ସନନ୍ଦ ପାତ୍ର ପ୍ରଦାନ କରାଯାଇଛି ।
ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ବରଚିତ ଦେଶାତ୍ମବୋଧ କବିତା : “ଭାରତ ଦେଶର ମହାନ ହେବା” “ଆବୃତ୍ତି ପାଇଁ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ କରକମଳରେ ସନନ୍ଦ ପତ୍ର ପ୍ରଦାନ କରାଯାଇଛି।
ଏଥିପାଇଁ ଶ୍ରୀ ବେହେରା ଙ୍କୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ପାରଳାର ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ସଂଯୋଜିକା ତଥା ଅଧ୍ୟାପିକା ଡଃ କଲ୍ୟାଣୀ ମିଶ୍ର ଏବଂ ଏକାଡେମୀର ଜିଲ୍ଲା ସଦସ୍ୟ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ପ୍ରମୁଖ ସାଧୁବାଦ ସହ ଧନ୍ୟବାଦ ଜଣାଇଛନ୍ତି।
ଏଥିଲାଗି ତାଙ୍କୁ ନିଜ ଜନ୍ମ ଭୂମି ସୁରଳ ଏବଂ କର୍ମ ଭୂମି ପାରଳାଖେମୁଣ୍ଡି , ଗଜପତି ଠାରେ ସାଙ୍ଗସାଥୀ , ସହକର୍ମୀ ତଥା ବନ୍ଧୁ ସହୋଦରଙ୍କ ଠାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶୁଭେଛା ଆଉ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି।
ପ୍ରକାଶ ଥାଉ କି ଶ୍ରୀ ବେହେରା ପେଶାରେ ଜଣେ ଶିକ୍ଷକ ହୋଇଥିଲେ ହେଁ ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ସ୍ବରଚିତ କବିତା , ଗଳ୍ପ ତଥା ପ୍ରବନ୍ଧ ଲିଖନରେ ସିଦ୍ଧହସ୍ତ । ସାଂପ୍ରତିକ ସମାଜର ଅବ୍ୟକ୍ତ ଘଟଣାକୁ ନେଇ ତାଙ୍କର ଲେଖାଗୁଡ଼ିକ ବିଭିନ୍ନ ସମୟରେ ଓଡ଼ିଶାର ଆଗ ଧାଡ଼ିର ଥିବା ବିଭିନ୍ନ ଓଡ଼ିଆ ଦୈନିକ ଖବର କାଗଜ , ସାପ୍ତାହିକ ତଥା ପତ୍ରପତ୍ରିକାରେ ପ୍ରକାଶ ପାଇ ଆସୁଅଛି ।

Related Posts

Seo wordpress plugin by www.seowizard.org.