Odisha News

ଗଜପତି: ରାଣୀପେଣ୍ଠା ଗ୍ରାମରେ ୫ରୁ ୯ ବର୍ଷ ବୟସର ଶିଶୁ ମାନଙ୍କ ନିମନ୍ତେ ଫାଇଲେରିଆ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ରାତ୍ରୀକାଳୀନ ରକ୍ତ ନମୂନା ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୪/୧୧: ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଅନ୍ତର୍ଗତ ରାଣୀପେଣ୍ଠ ପଞ୍ଚାୟତର ରାଣୀପେଣ୍ଠ ଗ୍ରାମ ସ୍ଥିତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପରିସରରେ ଥିବା ମଣ୍ଡପ ଠାରେ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଫାଇଲେରିଆ ନିରାକରଣ ଅଭିଯାନ ଅନ୍ତର୍ଗତ ଫାଇଲେରିଆ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ୫ ରୁ ୯ ବର୍ଷ ବୟସର ଶିଶୁ ମାନଙ୍କ ନିମନ୍ତେ ରାତ୍ରି କାଳୀନ ରକ୍ତ ନମୁନା ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ।
ମୁଖ୍ୟତଃ ଫାଇଲେରିଆ ରୋଗ ସଂକ୍ରମଣରେ ଯେଉଁ ଜୀବାଣୁ ଯୋଗୁଁ ହୋଇଥାଏ , ତାହା ସନ୍ଧ୍ୟା ଠାରୁ ରାତି ମଧ୍ୟରେ ଅଧିକ ସକ୍ରିୟ ହୋଇଥାଏ ।
ଅନ୍ୟପକ୍ଷରେ , ସଂପୃକ୍ତ ରାଣୀପେଣ୍ଠ ଗ୍ରାମରେ ହାତ ଗଣତି ଭାବେ ଫାଇଲେରିଆ ରୋଗୀ ରହିଥିବା ଯୋଗୁଁ ତାର ସମ୍ଭାବ୍ୟ ପ୍ରଭାବ କାଳେ ରହିଥିବ , ତେଣୁ କରି ରାଣୀପେଣ୍ଠ ଗ୍ରାମରେ ଏହି ନିର୍ଦ୍ଧାରିତ ବୟସର ଶିଶୁ ମାନଙ୍କ ପାଇଁ ରାତ୍ରି କାଳୀନ ରକ୍ତ ନମୁନା ସଂଗ୍ରହ ଅଭିଯାନ ପାଇଁ ଚିହ୍ନଟ କରା ଯାଇଥିବା ଜଣାଯାଇଛି । ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ୫ ରୁ ୯ ବର୍ଷ ବୟସର ଶିଶୁ ମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇ ସେମାନଙ୍କ ଦେହରେ ଏହି ଫାଇଲେରିଆ ସଂକ୍ରମଣ ଜୀବାଣୁ ଅଛି ନା ନାହିଁ ତାହା ଜାଣିବା ପାଇଁ ଏହି ଫାଇଲେରିଆ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ରାତ୍ରି କାଳୀନ ରକ୍ତ ନମୁନା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ କରାଯାଉଛି ।
ଅନ୍ୟପକ୍ଷରେ ସୂଚନା ମୁତାବକ ଜଣାଯାଇଛି ଯେ , ଏଇ ନିକଟ ଭବିଷ୍ୟତରେ ଗଜପତି ଜିଲ୍ଲାରେ ଫାଇଲେରିଆ ରୋଗକୁ ସମୂର୍ଣ୍ ଭାବେ ଲୋପ କରାଯାଇ ଜିଲ୍ଲାକୁ ଫାଇଲେରିଆ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯିବା କାର୍ଯ୍ୟକ୍ରମ ରହିଛି ।
ସେଥିପାଇଁ ଏମଡିଏ: ତଥା ସମୂହ ଔଷଧ ସେବନ କାର୍ଯ୍ୟକ୍ରମ ପରବର୍ତ୍ତୀ ଏହି ରାତ୍ରି କାଳୀନ ଫାଲେରିଆ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ଗ୍ରାମରେ ସଫଳତାର ସହ ଆଗେଇ ଚାଲିଥିବା ଜଣାଯାଇଛି ।
ରାଣୀପେଣ୍ଠ ଗ୍ରାମରେ ଅନୁଷ୍ଠିତ ହୋଇଥିବା ଏହି ରକ୍ତ ନମୂନା ସଂଗ୍ରହ କାର୍ଯ୍ୟକ୍ରମରେ ମୋଟ ୫୧ ଜଣ ଶିଶୁଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରା ଯାଇଥିଲା। ।
ରାଣୀପେଣ୍ଠ ଗ୍ରାମରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏମଟିଏସ: ଶ୍ରୀ ସ୍ନେହାଶିସ ସାମଲଙ୍କ ନେତୃତ୍ୱରେ ଏଲଟି: ଶ୍ରୀ ଗୋପେଶ୍ୱର ପାଣିଗ୍ରାହୀ ୫୧ ଜଣ ଶିଶୁଙ୍କ ରକ୍ତ ନମୂନା ସଂଗ୍ରହ କରିଥିବା ବେଳେ ସ୍ବାସ୍ଥ୍ୟକର୍ମୀ ଶ୍ରୀ ସୁବାଷ ଚନ୍ଦ୍ର ନାୟକ ଏବଂ ଶ୍ରୀ ବିଶ୍ଵ ରଞ୍ଜନ ଘଣ୍ଟଙ୍କ ସମେତ ସିଏଚଓ: ସ୍ମୃତି ରାଣୀ ସିଂ , ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ତାଙ୍କୁ ଆଶାକର୍ମୀ ଶ୍ରୀମତୀ କେ: ରେଣୁକା , ଶ୍ରୀମତୀ ଆର: ସାବିତ୍ରୀ ଏବଂ ଶ୍ରୀମତୀ ଶାନ୍ତିଲତା ପଟନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Related Posts