Odisha News

ଗଜପତି: ଯୁକ୍ତ ୩ ମହିଳା ସ୍ନାତକ ମହାବିଦ୍ୟାଳୟର ମନ ସମ୍ବନ୍ଧୀୟ ଶିକ୍ଷା ବିଷୟରେ ସଚେତନତା କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୯/୧୦: ପାରଳାଖେମୁଣ୍ଡି ସ୍ଥିତ ମହିଳା ଯୁକ୍ତ ୩ ମହିଳା ସ୍ନାତ୍ତକ ମହାବିଦ୍ୟାଳୟର ସଭାଗୃହ ଠାରେ ଆଜି “ଆନ୍ତର୍ଜାତୀୟ ମାଇଣ୍ଡ ଏଜୁକେଶନ (ଆଇ:ଏମ:ଇ:ଆଇ:) ଭୁବନେଶ୍ଵର ପକ୍ଷରୁ ଏକ ସଚେତନତା ମୁଳକ ଶିକ୍ଷଣୀୟ ଆଲୋଚନା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏକ ସଚେତନତା ସଭା କାର୍ଯ୍ୟକ୍ରମ ରେ ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ସୌଦାମିନୀ ପଣ୍ଡାଙ୍କ ଉପସ୍ଥିତିରେ ଶ୍ରୀମତୀ ଏନ: ସସ୍ମିତା ଯୋଗଦେଇ ପ୍ରୋଜେକ୍ଟର ମାଧ୍ୟମରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ମନ ଓ ତାର ଅବସ୍ଥା କିଭଳି ପରିବର୍ତ୍ତନଶୀଳ , ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ ।
ଆଧୁନିକ ଯୁଗରେ ମୋବାଇଲ ଫୋନ୍ ବ୍ୟବହାର କରି କିଭଳି ମାନସିକ ସ୍ଥିତାବସ୍ଥାକୁ ହରାଇ ଆତ୍ମହତ୍ୟା ଭଳି ପଦକ୍ଷେପ ଗ୍ରହଣ କରିବାକୁ ପଛାଉ ନାହାଁନ୍ତି ଏବଂ ତାକୁ ପ୍ରତିହିତ କରିବା ପାଇଁ ଆଜିର କିଶୋରୀ ମାନେ ନିଜ ମନକୁ ନିୟନ୍ତ୍ରଣ କରିବା ଆବଶ୍ୟକ ବୋଲି ବୁଝାଇ ସଚେତନ କରାଇ ଥିଲେ ।
ଏହି ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) ଓ ରେଡକ୍ରସ ବିଭାଗର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ , ଡଃ ଶ୍ରୀମତୀ କଲ୍ୟାଣୀ ମିଶ୍ର , ଶ୍ରୀମତୀ ସି:ଏଚ: ନିର୍ମଳା , ସୁଶ୍ରୀ ମଧୁସ୍ମିତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିବା ବେଳେ ମାଇଣ୍ଡ ଏଜୁକେଶନର କର୍ମଚାରୀ ଯଶ୍ମୀନ ଶବର , ଏନ: ଆନନ୍ଦ , ଆଜୀୟଲ ଭୂୟାଁ ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମ ଶେଷରେ ଏନ:ଏସ:ଏସ: ପ୍ରୋଗ୍ରାମ ଅଫିସର ଡଃ ଶ୍ରୀମତୀ ଭାରତୀ ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ସହ ସାମ୍ପ୍ରତିକ ଜୀବନ ଚର୍ଯ୍ୟାରେ ପାଶ୍ଚାତ୍ୟ ଜୀବନ ଶୈଳୀ ଦ୍ଵାରା ପ୍ରଭାବିତ ହୋଇ କିଭଳି ମୂଳ ଲକ୍ଷରୁ ବିଚ୍ୟୁତ ତଥା ଓହରି ଯାଉଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ ।
ଏହି କାର୍ଯ୍ୟକ୍ରମ କୁ ଶ୍ରୀ ରାଜେଶ ପାତ୍ର , ରଞ୍ଜିତା ପଟନାୟକ , ଶ୍ରୀ ଏଲ: ଦୁର୍ଯ୍ୟୋଧନ , ଶ୍ରୀ କେ: ଦୁର୍ଯେୃରଧନ , ଶ୍ରୀ ଏଲ: ଅଶୋକ ଏବଂ ଶ୍ରୀମତୀ ଲାଲୀ ଖଡ଼ଗରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.