Odisha News

ଗଜପତି: ମାନସିକ ଅନଗ୍ରସର “ନିୟତି” ସ୍କୁଲ୍ ରେ ୭୮ ତମ ସ୍ବାଧିନତା ଦିବସ ବହୁ ଆଡମ୍ବର ସହିତ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୬/୮ : ନିୟତି ସ୍କୁଲ୍ ଅଧକ୍ଷା ସ୍ୱେହଲତା ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପିଲା ମାନଙ୍କ ଆରୋଗ୍ୟ କାମନା କରିଥିଲେ ।
ଏହି ଅବସରରେ ଦେଶପାଇଁ ପ୍ରାଣବଳୀ ଦେଇଥିବା ସ୍ଵାଧୀନତା ସଂଗ୍ରାମୀ ଓ ଦେଶର ସହିଦ ଯବାନ ମାନଙ୍କ ସ୍ମୃତିଚାରଣ କରି ସେମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ବର୍ତ୍ତମାନର ଯବାନ ମାନଙ୍କୁ ସେଲୁଟ ଜଣାଇଥିଲେ ।
କୋଷାଧ୍ୟକ୍ଷ ଶ୍ରୀ ଲୋକନାଥ ମିଶ୍ର ଏହି ପବିତ୍ର ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦେଶ ପାଇଁ ଆଜିର ଯୁବ ସମାଜ ଆଗେଇବା ଆସିବା ଦରକାର ବୋଲି କହିଥିଲେ ।
ବିନୋଦିନୀ ବିଜ୍ଞାନ ମହା ବିଦ୍ୟାଳୟର ଅଧକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଙ୍କ ପରିଚାଳନା ରେ ମହାବିଦ୍ୟାଳୟ ର ଛାତ୍ରୀ ମାନେ ଦେଶାତ୍ମବୋଧକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ ।
ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ଖଟୁଆ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ସୁନିତ୍ ଗମାଙ୍ଗ ଓ ଜୟା ଆମ୍ମା ପରିଚାଳନାରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.