Odisha News

ଗଜପତି: ମଣ୍ଡିରେ ଚାଷୀ ଧାନ ଦେବା ପାଇଁ ପ୍ରଚାର ନିମନ୍ତେ ଜିଲ୍ଲାସ୍ତରୀୟ ଚାଷୀ ସଚେତନତା ରଥର ଶୁଭାରମ୍ଭ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୮/୧୨: ଗଜପତି ଜିଲ୍ଲାରେ ଆସନ୍ତା ୩୦/୧୨/୨୦୨୨ ତାରିଖ ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲାଯାଇ ଚାଷୀଙ୍କ ଅମଳ ଧାନ କ୍ରୟ କରାଯିବ ।
ସେଥିପାଇଁ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲା ଯୋଗାଣ ବିଭାଗ , ନିୟନ୍ତ୍ରିତ ବଜାର କମିଟି ଓ ଏଆରସିଏସ: ର ମିଳିତରେ ଜିଲ୍ଲାବ୍ୟାପୀ ପ୍ରଚାର ପାଇଁ ବାହାରି ଥିବା ଏକ କୃଷକ ସଚେତନତା ପ୍ରଚାର ରଥର ଶୁଭାରମ୍ଭ ହୋଇଯାଇଛି ।
ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ଏହି ଚାଷୀ ସଚେତନତା ପ୍ରଚାର ରଥର ଶୁଭାରମ୍ଭ କରିଥିଲେ ।
ତ ମୁଖ୍ୟତଃ ଚାଷୀ ସେମାନଙ୍କ ଅମଳ ଧାନ ମଣ୍ଡିକୁ କେଉଁ ପ୍ରକାରର ଧାନ ଆଣିବେ , ସେମାନଙ୍କ ଧାନର ଉଚିତ୍ ପ୍ରାପ୍ୟ କିଭଳି ପାଇବେ , କେଉଁ କେଉଁ ଜାଗାରେ ଧାନ-ମଣ୍ଡି ଖୋଲାହେବ , ମଣ୍ଡି\’ରେ ଧାନ କେମିତି କ୍ରୟ କରିବେ , ସେ ସବୁ ଉପରେ ଏହି ପ୍ରଚାର ରଥ , ମୁଖ୍ୟତଃ ଜିଲ୍ଲାର ଧାନ ଚାଷ ହେଉଥିବା ଗୋଷାଣୀ ,କାଶୀନଗର , ଗୁମ୍ମା ଓ ରାୟଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଗ୍ରାମ\’କୁ ଯାଇ ଚାଷୀ ମାନଙ୍କୁ ମାଇକ ଯୋଗେ ସଚେତନ କରାଇବା ସହ ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ସଚେତନତା ପ୍ରଚାର ପତ୍ର ମଧ୍ୟ ବଣ୍ଟନ କରାଯିବ ।
ମଣ୍ଡିରେ ଚାଷୀ ଶୁଖିଲା ଓ ନିର୍ମଳ ତଥା ଭଲ ମାନର ଧାନ ଆଣି ଦେବା ପାଇଁ ଏହି ୪ ଟି ବ୍ଲକରେ ମୋଟ ୧୯ ହଜାର ବିଭିନ୍ନ ବର୍ଗର ଚାଷୀ ଚିହ୍ନଟ ହୋଇଛନ୍ତି ।
୪୫ ଟି ପ୍ରାଥମିକ ସମବାୟ ସମିତି ମାଧ୍ୟମରେ ଚାଷୀ ମାନଙ୍କ ଧାନ , ମଣ୍ଡିରେ କିଣାଯିବ । ଏଥିପାଇଁ ଚଳିତ ଥର ୨୧ ଟି ଏସଏଚଜି: ଗ୍ରୁପ ରହିଛନ୍ତି ବୋଲି କହି ଚଳିତ ଥର ଶାନ୍ତି ଶୃଙ୍ଖଳାର ସହ ଏହି କାର୍ଯ୍ୟକ୍ରମ ସମ୍ପାଦନ ହେବ ବୋଲି କହି ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏବଂ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା ।
ଚାଷୀ ସେମାନଙ୍କ ଅମଳ ଧାନ ମଣ୍ଡିକୁ ଆଣିବା ପାଇଁ ଖରାରେ ଭଲ ଭାବେ ଶୁଖାଇ ଉଚିତ୍ ପ୍ରାପ୍ୟ ପାଇବା ଦିଗରେ ପ୍ରସ୍ତୁତ ହେଉଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଆରସିଏସ: ଶ୍ରୀ ହରିହର ସେଠ , ଆରଏମସି: ସେକ୍ରେଟାରୀ ଶ୍ରୀ ଏଲ: ରଘୁବାବୁ ଏବଂ ଏସଏଆରସିଏସ: ଶ୍ରୀ ନାରାୟଣ ସେଠୀ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.