Odisha News

ଗଜପତି: ଭାରତ ବନ୍ଦ ଆଂଶିକ ସଫଳ ; ସଂରକ୍ଷଣ ବର୍ଗୀକରଣ ବନ୍ଦ ଦାବିରେ ଆଦିବାସୀ ହରିଜନ ସମନ୍ଵୟ ପରିଷଦ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୧/୮: ଅନୁସୂଚିତ ଜାତି-ଜନଜାତିଙ୍କୁ ସଂରକ୍ଷଣରେ ଗତ ଅଗଷ୍ଟ ୧ ତାରିଖ ରେ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ରାୟ ନିଷ୍ପତ୍ତିକୁ ବିରୋଧ କରି ଆଦିବାସୀ ମହାସଂଘ ପକ୍ଷରୁ ଦିଆ ଯାଇଥିବା ” ଭାରତ ବନ୍ଦ” ଡାକରା ଆଜି ପାରଳାଖେମୁଣ୍ଡି ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲା ଅନୁସୂଚିତ ଜାତି-ଜନଜାତି ସମନ୍ଵୟ ପରିଷଦ ପକ୍ଷରୁ ନେତା ଓ କର୍ମୀମାନେ ବିଭିନ୍ନ ଛକ ରାସ୍ତାରେ ବାଉଁଶ ବାନ୍ଧି ବ୍ୟାନର ଲଗାଇ ରାସ୍ତା ଅବରୋଧ କରିବା ସହ ମାନ୍ୟବର ସୁପ୍ରିମକୋର୍ଟ ନିଷ୍ପତ୍ତି ବିରୁଦ୍ଧରେ ବିଭିନ୍ନ ନାରା ଦେଇଥିଲେ ।
ସମନ୍ଵୟ ପରିଷଦର ନେତା ଓ କର୍ମୀ ମାନେ ବିଭିନ୍ନ ସ୍କୁଲ , କଲେଜ , ଦୋକାନ , ବଜାର , ଅଫିସ , ବ୍ୟାଙ୍କ ଓ ଡାକଘର ପିକେଟିଂ କରି ବନ୍ଦ କରାଇଥିଲେ ।
ଅଧିକାଂଶ ଦୋକାନ ବନ୍ଦ ରହିଥିବା ବେଳେ କାଆଁ ଭାଁ ଦୋକାନ ଖୋଲା ରହିବା ସହ ଦୁଇ ଚକିଆ ଯାନ ଚଳାଚଳ କରୁଥିଲା। ।
ବସ ଚଳାଚଳ ଓ ଟ୍ୟାକ୍ସି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବା ଫଳରେ ଯାତ୍ରୀ ମାନେ ବସଷ୍ଟାଣ୍ଡ ସ୍ଥିତ ଯାତ୍ରୀ ବିଶ୍ରାମ କକ୍ଷ ଠାରେ ଅପେକ୍ଷା କରି ରହିଥିଲେ ।
ଶାନ୍ତି ଶୃଙ୍ଖଳା ପାଇଁ ବିଭିନ୍ନ ଛକ ସ୍ଥାନରେ ପୋଲିସ ବାହିନୀ ମୃତୟନ ଥିଲେ ।
ଏହି ଅବସରରେ ଆଦିବାସୀ ହରିଜନ ମହାସଂଘ ତଥା ସମନ୍ଵୟ ପରିଷଦର ଶ୍ରୀ ବେର୍ଣିକ ଗମାଙ୍ଗ , ସୁମନ୍ତ ଚିନ୍ତାଡ଼ା ଏବଂ ତ୍ରିନାଥ କାର୍ଜୀ କହିଛନ୍ତି ଯେ , ଭାରତ ସମ୍ବିଧାନ ପ୍ରଣେତା ଡ଼ଃ ବି:ଆର: ଆମ୍ବେଦକର ଆଦିବାସୀ ହରିଜନ ମାନଙ୍କ ପାଇଁ ପୂର୍ବରୁ ନୀତିନିୟମ କରି ଯେଉଁ ସଂରକ୍ଷଣ ବ୍ୟବସ୍ଥା କରି ଯାଇଛନ୍ତି ।
ସେ ସଂରକ୍ଷଣ ବ୍ୟବସ୍ଥାକୁ ବର୍ତ୍ତମାନର ସରକାର ଆମ ମାନଙ୍କୁ ବିଧିବଦ୍ଧ ଭାବେ ରାଜ୍ୟସଭା କି ଲୋକସଭାରେ କୌଣସି ଉପସ୍ଥାପନା ନ କରି ଯେହେତୁ ସଂଖ୍ୟା ଗରିଷ୍ଠତା ସେଠାରେ ହାସଲ ହୋଇପାରୁନି , ତାହା ନକରି ମାନ୍ୟବର ସୁପ୍ରିମକୋର୍ଟଙ୍କ ମାଧ୍ୟମରେ ଆମମାନଙ୍କ ଆରକ୍ଷଣ ବ୍ୟବସ୍ଥାକୁ କାଟିବାକୁ ଷଡ଼ଯନ୍ତ୍ର କରୁଛନ୍ତି ।
ଅନ୍ୟପକ୍ଷରେ ଏହାକୁ ନେଇ ଗତ ଅଗଷ୍ଟ ୧ ତାରିଖରେ ସୁପ୍ରିମକୋର୍ଟ ଯେଉଁ ସଂଶୋଧନ କରିଛନ୍ତି , ତାହାକୁ ଆମେ ଘୋର ନିନ୍ଦା କରୁଛୁ , ତେଣୁ ପୂର୍ବରୁ ଯେଉଁଭଳି ଆରକ୍ଷଣ ରହିଥିଲା ଏବଂ ତା ଦ୍ଵାରା ଆମ ପିଲାମାନେ ଯେଉଁ ସୁବିଧା ପାଉଥିଲେ ସେଭଳି କରାଯାଉ ।
ସଂରକ୍ଷଣ କ୍ଷେତ୍ରରେ ପୁର୍ନବିଚାର ଓ ପରିବର୍ତ୍ତନ କରାଯାଉ ନ ହେଲେ ଆଗାମୀ ଦିନରେ ଏହାର ପ୍ରତିବାଦରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଥିଲେ ।

Related Posts

Seo wordpress plugin by www.seowizard.org.