Odisha News

ଗଜପତି: ଭଞ୍ଜ ଗ୍ରାମୀଣ ବିକାଶ ସଂସ୍ଥା “ବାର୍ଡ ପକ୍ଷରୁ ଟେଲିକମ ଉପଭୋକ୍ତାଙ୍କ ଜିଲ୍ଲାସ୍ତରୀୟ ଅଧିକାର ଓ ଅଭିଯୋଗ ସମ୍ପର୍କିତ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି, ୨୬/୯ : ଉପୋଭକ୍ତା ଓକିଲାତି ସଂଘ ତଥା ଗଞ୍ଜାମ ଜିଲ୍ଲା କୁଲାଡ ଗ୍ରାମର ଭଞ୍ଜମଣ୍ଡପ ସ୍ଥିତ ଭଞ୍ଜ ଗ୍ରାମୀଣ ବିକାଶ ସଂସ୍ଥା (ବାର୍ଡ) ପକ୍ଷରୁ ଭାରତ ସରକାର\’ଙ୍କ ଟେଲିକମ ସଞ୍ଚାର ପ୍ରାଧିକରଣ ସଂସ୍ଥା “ଟ୍ରାଇ” ସହଯୋଗରେ ଏକ ଦିନିକିଆ ଟେଲିକମ ଓ ଡ଼ିଟିଏଚ ଗ୍ରାହକ ଅଧିକାର ଓ ଅଭିଯୋଗ ସମ୍ଭନ୍ଧୀୟ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଓଡ଼ିଶା ବିକଳାଙ୍ଗ ମଞ୍ଚର ସଭାପତି ଶ୍ରୀ ନିରଂଜନ ବେହେରାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ଉଦଘାଟନ କରିଥିଲେ ଓ
ଗ୍ରାମାଞ୍ଚଳର ଶତକଡା ୯୫ ଭାଗ ଟେଲିକମ , ମୋବାଇଲ , ଇଣ୍ଟରରନେଟ , ଡ଼ିଟିଏଚ ଗ୍ରାହକ ,ବହୁ ମାତ୍ରାରେ ବ୍ୟବହାର କରନ୍ତି । କିନ୍ତୁ ଟେଲିକମ ଗ୍ରାହକ ମାନେ ସେମାନଙ୍କ ଅଧିକାର ଉପରେ ସେମାନେ ସଚେତନତା ନୁହନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ ଓ
ଗ୍ରାହକ ମାନେ କିପରି ସେମାନଙ୍କ ଅଭିଯୋଗ କରିପାରିବେ ସେହି ବ୍ୟବସ୍ତା ଛାଡି କମ୍ପାନି ମାନେ ଜାଣିଶୁଣି ଅଭିଯୋଗ ପ୍ରଣାଳୀ ସରଳି କରଣ କରନ୍ତି ନଓହିଁ ଯଦ୍ଵାରା କମ୍ପାନୀ ତାହାର ସୁଯୋଗ ନେଇ ଗ୍ରାହକକୁ ଦିବା ରାତ୍ରି ଲୁଟୁଛନ୍ତି ବିଶେଷ କରି ସିମ ଅକଟିବାସେନ କଲାବେଳେ ଇଂରାଜୀ ଭାଷରେ ଟର୍ମ କଣ୍ଡିସନ ,ବହୁତ ଛୋଟ ଅକ୍ଷରରେ ଲେଖିଥାନ୍ତି ,ଭାଷାଭିତିକ ରାଜ୍ୟ ଓଡିଶା ହୋଇଥିବା ହେତୁ ଗ୍ରାହକ ମାନେ ଠକାମିର ଶିକାର ହୋଇଥାନ୍ତି ଓ ତେଣୁ ଉତ୍ତମ ସେବା ଯୋଗାଇ ଦେବାକୁ କହିଥିଲେ ।
ଏଥିରେ ବାର୍ଡ ସଂସ୍ଥାର ସେକ୍ରେଟାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ଯୋଗଦେଇ ଟ୍ରାଇ\” ର ରହିଥିବା ନୀତିନିୟମ ଓ ଆଭିମୁଖ୍ୟ ସମ୍ପର୍କରେ କହି ଆଦିବାସୀ ଅଧ୍ୟୁଷିତ, ଅପ୍ରାନ୍ତ, ଅପହଞ୍ଚ ଗଜପତି ଜିଲ୍ଲା ଥିବା ଦ୍ରୁଷ୍ଟିରୁ ସରକାରଙ୍କ କଡା ନିଷ୍ପତ୍ତି ଥିଲେ ମଧ୍ୟ ଟେଲିକମ କମ୍ଫାନୀ ମାନେ ଅଣଦେଖା କରିବା, ନେଟୱର୍କ ସମସ୍ୟା , ଇନ୍ଟାରନେଟ ଧିମାଗତି ଚାଲିବା , ଫେକ ମେସେଜ , ନ୍ୟୁନମାନ ସେବା , ରିଚାର୍ଜ ପୂର୍ବରୁ ବାରମ୍ବାର କଲ ଆସିବା , ନୋଡାଲ ଓ ଅପଲଟେ ଅଧିକାରୀଙ୍କ ତଥ୍ୟ ସାର୍ବଜନୀକ ନ କରିବା, ଟ୍ରାଇର ଭ୍ୟାଲିଡିଟି ୨୮ ରୁ ୩୦ଦିନ ନିୟମ କଲେ ବି ଟେଲିକମ କମ୍ପଓନୀ ଆଜିସୁଧା କାର୍ଯ୍ୟକ୍ଷମ ନ କରିବା , ଘରୋଇ ଇନ୍ଟାରନେଟ ସେବାକାରୀ ଓ , ଡ଼ିଟିଏଚ , ଗ୍ରାହକଠାରୁ ଅଧିକ ମାସିକ ଦର ନେଉଥିବା ପ୍ରଭୃତି ଅବ୍ୟବସ୍ଥା ଉପରେ ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।
ଏୟାରଟେଲ, ସନଟିଭ, ଭିଡିଓ କନ , ଡିଶଟିଭି, ଟାଟା ସ୍କୟ କମ୍ଫାନୀ ମାନେ ଏହି ସଭାକୁ ନ ଆସିବା ସେମାନଙ୍କ ସେବାରେ ଅବହେଳଓ ଦର୍ଶାଯିବା ମତ ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥିରୂପେ ପାରଳା ମୁନିସିପାଳିଟି ଚେୟାରମ୍ୟାନ ଶ୍ରୀମତୀ ନିର୍ମଳା ସେଠୀ ଯୋଗଦେଇ ମୋବାଇଲ ବ୍ୟବହାର ଏବଂ ତାର ଉପକାର ଓ ଅପକାର ସମ୍ପର୍କରେ କହିଥିଲେ ।
ସେହିଭଳି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ ଏବଂ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଭୁବନେଶ୍ଵର ପଟନାୟକ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଶିଶୁମାନେ ମୋବାଇଲ ବ୍ୟବହାର କରିବା ଦ୍ବାରା କିଭଳି କ୍ଷତିକାରକ ହୋଇଥାଏ , ସେ ସମ୍ପର୍କରେ କହିଥିଲେ ।
ଭାରତୀୟ ଦୂରସଂଚାର ନିଗମ\’ରୁ ଏସଡିଓ ପ୍ରଶାନ୍ତ କୁମାର ରାୟ , ଏୟାରଟେଲ ରୁ ଆଞ୍ଚଳିକ ମ୍ୟାନେଜର ଜିତେନ୍ଦ୍ର ମହାନ୍ତି, , ଜିଓ ତରଫରୁ ଆଶିଷ ନାୟକ, ଘରୋଇ ଇନ୍ଟାରନେଟ ସେବା ପ୍ରଦାନକାରୀ ଆଲେୟନ୍ସ ଏସ ଆର କମ୍ୟୁନିକେଶନ ଶ୍ରବଣକୁମାର , କବୁଲ ଅପେରଟର ର୍ରୁ ରମେଶ କୁମାର ଓ ସୁରେଶ ପ୍ରମୁଖ ଯୋଗଦେଇ ନିଜ ନିଜର ସଂସ୍ଥାର ସେବା ଉପରେ ବକ୍ତବ୍ୟ ପ୍ରଦାନ କରି ଥିଲେ ଓ
ଜିଲ୍ଲାରେ ନେଟୱର୍କ ଓ ଇଣ୍ଟେର୍ନେଟ ଭଲ ଭାବରେ କାମ ନ କରିବା ଓ ବିପର୍ଯ୍ୟୟ ଥିବାରୁ ଗ୍ରାହକ ମାନେ ବ୍ୟାଙ୍କ ସେବା, ଶିକ୍ଷା ସେବା, ସ୍ୱାସ୍ଥ୍ୟ ସେବା , ବାଣିଜିକ ସେବାରୁ ବଞ୍ଚିତ ହେବା ଓ ଡିଜିଟାଲ ସାକ୍ଷରତା ପ୍ରହସନ ପାଲଟିଛି ବୋଲି ସଭାରେ ଅନୁଷ୍ଠିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାମୁହିକ ଭାବେ ଗ୍ରାହକ ମାନେ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରି ଥିଲେ ଓ
ସଭା ଶେଷରେ ନିୟତି ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ତଥା ସମାଜସେଵୀ, ସୁସାହିତ୍ୟିକ ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ
ଗଜପତି ଜିଲ୍ଲା ଗ୍ରାହକ ପଞ୍ଚାୟତ\’ର ଶ୍ରୀ ହରି ମୋହନ ପଟ୍ଟନାୟକ ସ୍ଵାଗତ ଭାଷଣ ଦେବା ସହ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରତି କୋଣ ଅନୁକୋଣରୁ ବହୁ ବୁଦ୍ଧିଜୀବୀ , ଖାଉଟି କର୍ମୀ , ସ୍ଵୟଂ ସହାୟକ ଦଳ , ବରିଷ୍ଟ ନାଗରିକ ମଞ୍ଚ , ଅବସର ସୈନିକ ସଂଘ , ମହିଳା ଓ ଯୁବକ ସଂଘ , ଆଇନଜୀବି , ଛାତ୍ରଛାତ୍ରୀ , ଗଣ ମାଧ୍ୟମ ପ୍ରତିନିଧି , ଭିନ୍ନକ୍ଷମ ବୃନ୍ଦ, ଆଶା ଓ ଅଙ୍ଗନାବାଡି ପ୍ରମୁଖ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଓ

Related Posts

Seo wordpress plugin by www.seowizard.org.