Odisha News

ଗଜପତି: ବିବେକାନନ୍ଦ କନ୍ୟାକୁମାରୀ କେନ୍ଦ୍ର ତରଫରୁ ଆଲୋଚନା ଚକ୍ର କାର୍ଯ୍ୟକ୍ରମ

`ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୯/୩ :ପାରାଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତ ମଠ ପରିସରରେ ବିବେକା ନନ୍ଦ କନ୍ୟାକୁମାରୀ କେନ୍ଦ୍ର ଶାଖା ସଂଯୋଜକ ଶ୍ରୀ ଭାଗବତ ପାଢ଼ିଙ୍କ ସଭାପତିତ୍ୱରେ ସ୍ୱାମୀ ବିବେକା ନନ୍ଦ କନ୍ୟାକୁମାରୀ କେନ୍ଦ୍ର ଶାଖା ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ସୁଦୂର ବ୍ରହ୍ମପୁରରୁ ଆସିଥିବା ଅବସରପ୍ରାପ୍ତ ପ୍ରାଧ୍ୟାପକ ସଚ୍ଚିଦା ନନ୍ଦ ପାତ୍ର , ପ୍ରାଧ୍ୟାପକ ଶ୍ରୀ ପ୍ରଫୁଲ୍ଲ କୁମାର ରଥ , ଶ୍ରୀ ବିପ୍ର ଚରଣ ରଥ , ଶ୍ରୀ ବି: ନୀଳାଖି , ଶ୍ରୀ କିଶୋର ଚନ୍ଦ୍ର ରାଉତ , ଶ୍ରୀ ଗୋପାଳ କୃଷ୍ଣ ପାଣୀଗ୍ରାହି ପ୍ରମୁଖ ଉପସ୍ଥିତ ରହି ପାରାଳାଖେମୁଣ୍ଡି ଠାରେ ଏକ ଶାଖା କାର୍ଯ୍ୟାଳୟ ଖୋଲିବା , ନିୟମିତ କାର୍ଯ୍ୟକ୍ରମ ଜାରୀ ରଖି ସ୍ୱାମୀ ବିବେକା ନନ୍ଦଙ୍କ ସନ୍ଦେଶ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ରହିଥିବା ମୂଳ ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ ।
ଏତତ ବ୍ୟତୀତ ସଂସ୍କାର , ଚରିତ୍ର ଗଠନ , ରାଷ୍ଟ୍ର ଗଠନ , ଏବଂ ଯୋଗାଭ୍ୟାସ ଦ୍ୱାରା ଯୁବ ଗୋଷ୍ଟିଙ୍କ ମଧ୍ୟରେ ଶୃଙ୍ଖଳା ସୃଷ୍ଟି କରିବା । ତତ ସଙ୍ଗେ ସଙ୍ଗେ ସମ୍ପର୍କ ସ୍ଥାପନ ମାଧ୍ୟମରେ ଯୁବ ଗୋଷ୍ଟିଙ୍କୁ ବାର୍ତ୍ତା ପ୍ରଦାନ କରି ପାରାଳାଖେମୁଣ୍ଡି ଠାରେ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଆହ୍ବାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ନାଗରିକ ଶ୍ରୀ ଅନାଦୀ ପାଣିଗ୍ରାହୀ , ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶିକ୍ଷାବିତ ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା , ଶ୍ରୀ ବିଘ୍ନେଶ୍ଵର ଦାସ , ଶ୍ରୀ ବିଘ୍ନରାଜ ପଣ୍ଡା , କୁମୁଦ ରଞ୍ଜନ ଦାସ ଓ ସସ୍ମିତା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ୱାମୀଜୀଙ୍କ ଆଦର୍ଶ ଓ ଆଜିର ଯୁବଗୋଷ୍ଟିଙ୍କ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ଶେଷରେ ପ୍ରଫୁଲ୍ଲ କୁମାର ରଥ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts