Odisha News

ଗଜପତି: ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଗଜପତି ଜିଲ୍ଲା ଗ୍ରସ୍ତ ଏବଂ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୫/୮ : ଆଜି ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ପାରଳାଖେମୁଣ୍ଡି ଠାରେ ପହଞ୍ଚିଥିଲେ । କୋରାପୁଟ ଏବଂ ରାୟଗଡା ଜିଲ୍ଲା ଗ୍ରସ୍ତ ସାରି ନିର୍ବାଚନ ପରେ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ଗଜପତି ଜିଲ୍ଲାକୁ ଏହା ତାଙ୍କର ପ୍ରଥମ ଗ୍ରସ୍ତ ।
ପାରଳାଖେମୁଣ୍ଡି ସର୍କିଟ ହାଉସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସାମଲ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ଯେ , ଏ ବିଜେପି ସରକାର ଆସିବା ପୂର୍ବରୁ ଯେଉଁ ସବୁ କରିବା ପାଇଁ ସଂକଳ୍ପ ପତ୍ରରେ ଉଲ୍ଲେଖ କରିଥିଲା , ତାହା ଅକ୍ଷର ସହ ପାଳନ କରିବୁ ।
ଓଡ଼ିଶାର ଲୋକେ ବିଜେପିକୁ ଦୀର୍ଘ ୭୫ ବର୍ଷ ପରେ ଏକାକୀ ସରକାର ଦେଇଛନ୍ତି , ଏହା କେବଳ ଓଡ଼ିଶା ବାସୀଙ୍କ ବିଜେପି ପ୍ରତି ଅକୁଣ୍ଠ ସହଯୋଗ , ଶୁଭେଛା ଓ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇଛି , ତେଣୁ ଓଡ଼ିଶା ବାସୀଙ୍କ ବିଶ୍ୱାସ ଓ ଭରସାକୁ ଆମେ ସମ୍ମାନ ଦେବୁ ବୋଲି କହିଥିଲେ ।
ଓଡ଼ିଶା ନିର୍ବାଚନ ଫଳାଫଳରେ ଆମେ ବିଜୟୀ ହେବା ପରେ ଗତ ୧୨ ତାରିଖରେ ଆମେ ଶପଥ ନେବା ୧ ଘଣ୍ଟା ପରେ ଯେଉଁ ପ୍ରଥମ କେବିନେଟ ମିଟିଂ ହୋଇଥିଲା ଏବଂ ଆମର ସଂକଳ୍ପ ପତ୍ରରେ ଉଲ୍ଲେଖ ଥିବା ୪ ଟି ସଂକଳ୍ପ ପୁରାଣ ନିଷ୍ପତ୍ତିର ଅନୁମୋଦନ ହୋଇଥିଲା , ଯେ ପୁରୀ ଜଗନ୍ନାଥ ମନ୍ଦିରର ୪ ଟି ଦ୍ଵାରା ଖୋଲାଯିବ , ରତ୍ନଭଣ୍ଡାର ଚାବି ଖୋଲାଯିବ , କଟନି ଛଟନି ନ ହୋଇ ଚାଷୀଙ୍କ ସବୁ ଧାନ ବସ୍ତା ପିଛା ୩୧ ଶହ ଟଙ୍କାରେ କିଣାଯିବା ସହ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିବ ଏବଂ ପରେ ୮ଶହ ଟଙ୍କା ଏକ୍ସ୍ତ୍ରା ବନସ ମିଳିବ ।
ମାଆ ଭଉଣୀ ମାନଙ୍କ ସ୍ୱାବଲମ୍ବୀ ହେବା ପାଇଁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ବ୍ୟବସ୍ଥା ଏ ସବୁ ଅନୁମୋଦିତ ହୋଇଥିବା କହିଥିଲେ ।
ଶ୍ରୀ ସାମଲ କହିଥିଲେ ଯେ , ବିକାଶକୁ ଆଧାର କରି ବଜେଟରେ ୧୫ ପ୍ରତିଶତ ବୃଦ୍ଧି କରାଯାଇ ଏବଂ ସବୁ ବର୍ଗର ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ବଜେଟ ବ୍ୟବସ୍ଥା କରାଯାଇଛି ।
କୃଷକ ମାନଙ୍କ ସୁବିଧା ପାଇଁ ସବୁ ବ୍ଲକରେ ଶୀତଳଭଣ୍ଡାର ନିର୍ମାଣ କରାଯିବ ଏବଂ ଅଚଳ ଶୀତଳଭଣ୍ଡାର କୁ ସଚଳ କରାଯିବ । ଜଳସେଚନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଜଳସେଚନ ଯୋଜନା ଏବଂ ଓଡ଼ିଶା ବଜେଟ ମିଲିତରେ ବଡ଼ ପ୍ୟାକେଜ ବ୍ୟବସ୍ଥା କରାଯିବ ।
କିଶନ ସମ୍ମାନ ନିଧି ଯୋଜନାରେ ଯେଉଁ ଚାଷୀ ମାନେ ବଞ୍ଚିତ ଅଛନ୍ତି , ସେହି ଚାଷୀ ମାନଙ୍କୁ ଏହି ଯୋଜନାରେ ଯୋଡାଯିବ । ଏଥି ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହାୟତାରେ ଓଡ଼ିଶାର ୨୫ ଲକ୍ଷ ମହିଳା ଯୁବତୀଙ୍କୁ ଲକ୍ଷ୍ ପତି ଦିଦି କରାଯିବା ଲକ୍ଷ୍ୟଧାର୍ଯ୍ୟ ରହିଛି ।
ଅନ୍ୟପକ୍ଷରେ ଯୁବକ ଯୁବତୀ ମାନଙ୍କ କର୍ମନିଯୁକ୍ତି ପାଇଁ ବିଦ୍ୟାଳୟ ମାନଙ୍କରେ ଖାଲିଥିବା ସମସ୍ତ ଶିକ୍ଷକ ପଦବୀ ପୂରଣ କରାଯିବ ।
ପ୍ରତି କେଲେଣ୍ଡର ବର୍ଷରେ ୧ ଲକ୍ଷ ଚାକିରି ସୃଷ୍ଟି କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଥିଲେ ।
କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ ତଥା ଗଜପତି ଜିଲ୍ଲା ବିଜେପି ସଭାପତି ଶ୍ରୀ କେ: ନାରାୟଣ ରାଓ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସାଂଗଠନିକ ସଚିବ ଶ୍ରୀ ମାନସ ମହାନ୍ତି , ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଏବଂ ମୋହନା ପୂର୍ବତନ ବିଧାୟକ ଶ୍ରୀ ଚକ୍ରଧର ପାଇକ ପ୍ରମୁଖଙ୍କ ସମେତ ବହୁ ଜିଲ୍ଲା ଓ ବ୍ଲକ୍ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.