Odisha News

ଗଜପତି: ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ଅବସରରେ ବୃଷଭ ଏବଂ ଭୁବନୀ ପଞ୍ଚାୟତରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା ସଭା ଓ ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୭/୧୨: ଗଜପତି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ସଚେତନତା ରଥ ଆଜି ଗୁମ୍ମା ବ୍ଲକର ବୃଷଭ ଏବଂ ଭୁବନୀ ପଞ୍ଚାୟତରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ସଚେତନ କରାଇଛି।
ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥ ପ୍ରଥମେ ବୃଷଭ ପଞ୍ଚାୟତରେ ପହଞ୍ଚିବା ପରେ ସେଠାରେ ବିଭିନ୍ନ ସ୍ତରରେ ହୁଳହୁଳି ସହ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା ।
ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀମତୀ ପ୍ରଣତି ରଇତ , ପିଇଓ: ଶ୍ରୀ ବି: ଶ୍ୟାମ ସୁନ୍ଦର ରେଡ୍ଡୀ , ନୋଡାଲ ଅଧିକାରୀ ଶ୍ରୀ ଏସ ଶଙ୍କର ଏବଂ କେବିକେ: ବୈଜ୍ଞାନିକ ସୁଶ୍ରୀ ଚୌଧୁରୀ , ଆଇସିଡିଏସ: ସୁପରଭାଇଜର ଶ୍ରୀମତୀ ଧରିତ୍ରୀ ପାତ୍ର ଏବଂ ନାଏବ ସରପଞ୍ଚ ଜିଶୀଙ୍ଗ ନାୟକ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନା ଯଥା: ଆୟୁଷ୍ମାନ ଭାରତ , ପିଏମ କିସାନ , ପିଏମ ଆବାସ , ଉଜ୍ଜଲା ଯୋଜନା , ସ୍ଵଚ୍ଛ ଭାରତ ଶୌଚାଳୟ ଯୋଜନା ଉପରେ ସଚେତନ କରାଇବା ସହ ତାର ସଫଳତା ସଂପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇବା ସହ ଯୋଜନାର ଲାଭ କିଭଳି ତୃଣମୂଳ ସ୍ତରରେ ହିତାଧିକାରୀଙ୍କ ଦ୍ଵାରା ଉଠା ଯାଇପାରିବ ସେ ସମ୍ପର୍କରେ କହିଥିଲେ ।
ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସଚେତନତା ସଂକଳ୍ପ ଯାତ୍ରା ରଥ\’ରେ ଲାଗିଥିବା ଏଲଇଡି: ର କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଉପସ୍ଥିତ ସମସ୍ତଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ପ୍ରଦର୍ଶିତ କରା ଯାଇଥିଲା ।
ଏହି ଅବସରରେ କେନ୍ଦ୍ରୀୟ ଯୋଜନାର ହିତାଧିକାରୀ ଯଥା:- ବୃଷଭ ଗ୍ରାମର ଜିନିଷୟ ଭୂୟାଁ ପିଏମ ଆବାସ ଯୋଜନା ସମ୍ପର୍କରେ , ଆରିଡା ଗ୍ରାମର ପବ୍ଲିଷ ରଇତ – ପିଏମ: କିଶାନ ଯୋଜନା ସମ୍ପର୍କରେ , ବୃଷଭ ଗ୍ରାମର ଦେବାସିନି ଭୂୟାଁ ପିଏମ: ସ୍ଵଚ୍ଛ ଭାରତ ମିଶନ ଶୌଚାଳୟ ସମ୍ପର୍କରେ ଏବଂ ତାଲାସିଂ ଗ୍ରାମର ଏଲିଓ ଭୂୟାଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସମ୍ପର୍କରେ କିଭଳି ସେମାନେ ଉପକୃତ ହେଉଛନ୍ତି , ସେ ସମ୍ପର୍କରେ କହି କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ନିକଟସ୍ଥ ବିଦ୍ୟାଳୟର ଛାତ୍ରୀ ମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । ସେହିଭଳି , ଜଣଙ୍କୁ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମ ଅବସରରେ ସଭାସ୍ଥଳ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଶତାଧିକ ଲୋକଙ୍କ ଶୁଗାର , ରକ୍ତଚାପ , ମ୍ୟାଲେରିଆ ଏବଂ ହିମୋଗ୍ଲୋବୀନ ପରୀକ୍ଷା କରାଯିବା ସହ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ପରାମର୍ଶ ଦିଆ ଯାଇଥିଲା ।

Related Posts

Seo wordpress plugin by www.seowizard.org.