Odisha News

ଗଜପତି: ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ଅବସରରେ ମୁନିସିଂ ଏବଂ ଗୁମ୍ମା ପଞ୍ଚାୟତରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨/୧୨: ଗଜପତି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ସଚେତନତା ରଥ ସଫଳତାର ସହ ଆଗେଇ ଚାଲିଛି ।
ଆଜି ଅଷ୍ଟମ ଦିନରେ ଏହି ସଚେତନତା ରଥ ଗଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ ମୁନିସିଂ ଓ ଗୁମ୍ମା ପଞ୍ଚାୟତରେ ପହଞ୍ଚି ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନ କରାଇଥିଲା ।
ପ୍ରଥମେ ମୁନିସିଂ ପଞ୍ଚାୟତରେ ଭାରତ ସରକାରଙ୍କ ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରାର ସଚେତନତା ରଥ ପହଞ୍ଚିବା ପରେ ସେଠାରେ ବିଭିନ୍ନ ସ୍ତରରେ ହୁଳହୁଳି ସହ ପୁଷ୍ପ ଅର୍ପଣ କରି ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା ।
ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ନାଏବ ସରପଞ୍ଚ ଶ୍ରୀ ଜାକବ ରଇତ , ନୋଡାଲ ଅଧିକାରୀ ଶ୍ରୀ ବି: ଶଙ୍କର , ଡ୍ରୋନ- ପ୍ରତିନିଧି – ଓମିତା ପାତ୍ର , ପିଇଓ: ଶ୍ରୀ ରବି କୁମାର ପାତ୍ର , ଆଇସିଡିଏସ: ସୁପରଭାଇଜର ଶ୍ରୀମତୀ ମନୋରମା ମହାପାତ୍ର ଏବଂ କୃଷି ବୈଜ୍ଞାନିକ ସୁଶ୍ରୀ ଚୌଧୁରୀ ପ୍ରମୁଖ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସଫଳତା ସଂପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇବା ସହ ଯୋଜନାର ଲାଭ କିଭଳି ତୃଣମୂଳ ସ୍ତରରେ ହିତାଧିକାରୀଙ୍କ ଦ୍ଵାରା ଉଠା ଯାଇପାରିବ ସେ ସମ୍ପର୍କରେ କହି ସଚେତନ କରାଇଥିଲେ ।
ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସଚେତନତା ସଂକଳ୍ପ ଯାତ୍ରା ରଥରେ ଲାଗିଥିବା ଏଲଇଡି: ମାଧ୍ୟମରେ ଉପସ୍ଥିତ ସମସ୍ତଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ପ୍ରଦର୍ଶିତ କରା ଯାଇଥିଲା ।
ଏହି ଅବସରରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ୪ ଜଣ ହିତାଧିକାରୀ ଯଥା:- ମୁନିସିଂ ଗ୍ରାମର କୁସୁମ ରଇତ- ପିଏମ: ଉଜ୍ଜଲା ଯୋଜନା ସମ୍ପର୍କରେ , ବାରଙ୍ଗ ସିଂ ଗ୍ରାମର ଜାରବିୟମ ରଇତ- ପିଏମ କିସାନ ସମ୍ପର୍କରେ , ମୁନିସିଂ ଗ୍ରାମର ସୁଜନ୍ତି ନାଇକା- ଶୌଚାଳୟ ସମ୍ପର୍କରେ ଏବଂ ଜାଙ୍ଗଲ ଗ୍ରାମର ଶୟନ୍ତୀ ମଣ୍ଡଳ – ପିଏମ: ଆବାସ ଯୋଜନା ସମ୍ପର୍କରେ କିଭଳି ସେମାନେ ଉପକୃତ ହେଉଛନ୍ତି , ସେ ସମ୍ପର୍କରେ କହିଥିଲେ ।
ଡ୍ରୋନ ପ୍ରତିନିଧି ସୁଶ୍ରୀ ଓମିତା ପାତ୍ର , ଚାଷ ଜମିରେ ଚାଷ ସମୟରେ ସାର , ପାଣି ଓ କିଟ ନାଶକ ଔଷଧ ପକାଇବା କ୍ଷେତ୍ରରେ ଡ୍ରୋନ କିଭଳି ବ୍ୟବହାର କରିବେ , ସେ ସମ୍ପର୍କରେ ଡ୍ରୋନ ଦେଖାଇ ବୁଝାଇଥିଲେ ।
ଏହି ଅବସରରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ତଥା କିଶୋରୀ ବାଳିକା ମାନେ ସଙ୍ଗୀତ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏବଂ ସେମାନଙ୍କୁ ଅର୍ଥରାଶି ପୁରସ୍କାର ଦିଆ ଯାଇଥିଲା ।
ଏହି କାର୍ଯ୍ୟକ୍ରମ ଅବସରରେ ସଭାସ୍ଥଳ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିର\’ରେ ଶତାଧିକ ଲୋକଙ୍କ ଶୁଗାର , ରକ୍ତଚାପ , ମ୍ୟାଲେରିଆ ଏବଂ ହିମୋଗ୍ଲୋବୀନ ପରୀକ୍ଷା କରାଯିବା ସହ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ପରାମର୍ଶ ଦିଆ ଯାଇଥିଲା ।
ଭାରପ୍ରାପ୍ତ ଜିପିଇଓ: ତଥା କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଶ୍ରୀ ବି: ଶଙ୍କର ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ରବି କୁମାର ପାତ୍ର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Related Posts

Seo wordpress plugin by www.seowizard.org.