Odisha News

ଗଜପତି: ବିକଳାଙ୍ଗ ଶିଶୁ ମାନଙ୍କ ନିମନ୍ତେ ଅର୍ଥୋସିସ ଏବଂ ସହାୟକ ଉପକରଣ ମାପ କରାଯିବା ଶିବିର କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୪/୧୧: ପାରଳାଖେମୁଣ୍ଡି ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ର ସମ୍ମିଳନୀ କକ୍ଷ ଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସିସିଡ଼ି: ର ଆୟୋଜକରେ ଏବଂ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ର ମିଳିତ ସହଯୋଗରେ ଜିଲ୍ଲାର ବିକଳାଙ୍ଗ ଶିଶୁ ମାନଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଏକ ଅର୍ଥୋସିସ ଏବଂ ସହାୟକ ଉପକରଣ ବଣ୍ଟନ ପାଇଁ ସଠିକ୍ ମାପ ନେବା ଶିବିର କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ସହାୟତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ସଠିକ୍ ମାପ ନିଆ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସ୍ଥିତ ଓମ୍ ବିକଳାଙ୍ଗ କେନ୍ଦ୍ରର ଡ଼ାଃ ଚିନ୍ମୟ କୁମାର ସ୍ୱାଇଁଙ୍କ ନେତୃତ୍ୱ ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ବିଶେଷଜ୍ଞ ଦଳଙ୍କ ଦ୍ଵାରା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୨୧ ଜଣ ବିକଳାଙ୍ଗ ଶିଶୁଙ୍କ ବିକଳାଙ୍ଗ ଗୋଡ଼-ହାତର କୁତ୍ରିମ ସହାୟକ ଉପକରଣ ଦେବା ନିମନ୍ତେ ସଠିକ୍ ମାପ-ଜୁପ ନେଇଥିଲେ ଏବଂ ତାହା ଯେଭଳି ସେମାନଙ୍କ ଭବିଷ୍ୟତ ପାଇଁ ଫିଟ୍ ସୁନିଶ୍ଚିତ ହୋଇପାରିବ , ସେ ଦିଗରେ ବିଶେଷ ଗୁରୁତ୍ବ ଦିଆ ଯାଇଥିଲା ।
ଶିବିର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ , ବିକଳାଙ୍ଗ ଶିଶୁ ମାନଙ୍କୁ ସେମାନଙ୍କ ଜନ୍ମରୁ ବିକଳାଙ୍ଗ ହୋଇ ପଡିଥିବା ଅଙ୍ଗ ର କୁତ୍ରିମ୍ ଚାଳନ ପାଇଁ ସହାୟକ ଉପକରଣ ଯୋଗାଇ ଦେବା , ଯାହା ଦ୍ୱାରା କି ସେମାନେ ସେହି ସହାୟକ ଉପକରଣ ମାଧ୍ୟମରେ ହିଁ ଦୈନନ୍ଦିନ ଜୀବନରେ ସକ୍ଷମ ଭଳି ବ୍ୟବହାର ଉପଯୋଗୀ ହୋଇ ନିଜର ଭବିଷ୍ୟତ ଉନ୍ନତିରେ କିଛିଟା ସହାୟକ ହୋଇ ପାରିବେ ବୋଲି କୁହାଯାଇଛି ।
ସମସ୍ତ କାର୍ଯ୍ୟକ୍ରମ ସି ସି ଡ଼ି ମୁଖ୍ୟ ଶ୍ରୀ ଏ: ଜଗନ୍ନାଥ ରାଜୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସମର୍ଥ ଅନୁଷ୍ଠାନର ସଭାପତି ଶ୍ରୀ ନିରଂଜନ ବେହେରା , ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା , ଫିଜୋଥେରାପିଷ୍ଟ ସରୋଜିନୀ ରଇତ, କେଦାର ପାଣିଗ୍ରାହୀ ଏବଂ ଓମ୍ ବିକଳାଙ୍ଗ କେନ୍ଦ୍ରର ସହଯୋଗୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.