Odisha News

ଗଜପତି : ବାଲ୍ୟ-ବିବାହ ମୁକ୍ତି ଭାରତ ଗଠନ ସଚେତନତା ପାଇଁ ୧୦୦ ଦିନିଆ ଅଭିଯାନ “ରଥ” ର ଶୁଭାରମ୍ଭ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୫/୨ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆଜି ଗଣିଆ ଉନ୍ନୟନ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନର ସହଯୋଗରେ ବାଲ୍ୟ-ବିବାହ ମୁକ୍ତି ଭାରତ ଗଠନ ସଚେତନତା ପାଇଁ ୧୦୦ ଦିନିଆ \”ଅଭିଯାନ ରଥ\”ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୂଜାର୍ଚ୍ଚନା କରିବା ପରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଲୋକଙ୍କ ମଧ୍ୟରେ ବାଲ୍ୟ-ବିବାହ ମୁକ୍ତି ଉପରେ ସଚେତନତା ସୃଷ୍ଟି କରିବା ଏହି ଅଭିଯାନ କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ।
ଏହି କାର୍ଯ୍ୟକ୍ରମ ଉପରେ ଅଧିକ ସଚେତନତା ସୃଷ୍ଟି କରିବା ସହ ବାଲ୍ୟବିବାହ ସମ୍ପୂର୍ଣ ଭାବେ ବନ୍ଦ କରିବା ପାଇଁ ୫୦ ରୁ ଉର୍ଦ୍ଧ୍ବ ଧାର୍ମିକ ଅନୁଷ୍ଠାନ ସମେତ ପ୍ରତ୍ୟେକ ବ୍ଲକ୍ , ପଞ୍ଚାୟତ ଓ ବିଭିନ୍ନ ଗ୍ରାମ ଗୁଡିକରେ ସଚେତନତା ପ୍ରଚାର ପତ୍ର ବଣ୍ଟନ କରାଯିବା ସହ ବ୍ୟାନର ଓ ପୋଷ୍ଟର ମଧ୍ୟ ଲଗାଯାଇଛି ।
ଏହି ଅବସରରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ଏବଂ ଗଣିଆ ଉନ୍ନୟନ କମିଟି ର ସଭାପତି ଶ୍ରୀମତୀ ଉଷା ପଟ୍ଟନାୟକ ବାଲ୍ୟ-ବିବାହ ମୁକ୍ତି ଉପରେ ଶୁଭାରମ୍ଭ ହୋଇଥିବା ସଚେତନତା ଅଭିଯାନ ରଥ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ , ଗଜପତି ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନ ସହଯୋଗରେ ୧୦୦ ଦିନିଆ ବାଲ୍ୟ ବିବାହ ମୁକ୍ତି ସଚେତନତା ଅଭିଯାନ ଚାଲିଛି ।
ଏହି ଅବସରରେ ଆଜି ଗଣିଆ ଉନ୍ନୟନ କମିଟି ପକ୍ଷରୁ ଯେଉଁ ଅଭିଯାନ କାର‌୍ୟ୍ୟକ୍ରମ ସଚେତନତା ପ୍ରଚାର ରଥର ଶୁଭାରମ୍ଭ ହେଲା ଏହା ଜିଲ୍ଲାର ଆଦିବାସୀ ବହୁଳ ତଥା ବାଲ୍ୟ ବିବାହ ପ୍ରବଣ ବ୍ଲକ ରା: ଉଦୟଗିରି ଏବଂ ଗୁମ୍ମା ବ୍ଲକ ଅଞ୍ଚଳରେ ଏହି ପ୍ରଚାର ରଥ ବିଭିନ୍ନ ଗ୍ରାମକୁ ଯାଇ ବାଲ୍ୟବିବାହ ବିରୋଧୀ ବିଭିନ୍ନ ସ୍ଲୋଗାନ ଯେଉଁ ରହିଛି ।
ତା ଉପରେ ସଚେତନ କରିବ , ଯାହାକି , ଛୁଆକୁ ପାଠ ପଢ଼ାଇବା , ବାଲ୍ୟ ବିବାହ କୁ ବନ୍ଦ କରିବା ଏବଂ ବାଲ୍ୟ ବିବାହ କଲେ ତାର ଭବିଷ୍ୟତ କୁ ପ୍ରଭାବ ଏବଂ ଏହା ବିରୋଧରେ ରହିଥିବା ବିଭିନ୍ନ ନୀତି ନିୟମ ଆଇନ ଉପରେ ସଚେତନ କରିବ । ମୁଖ୍ୟତଃ ଭାବେ ବାଲ୍ୟ ବିବାହ ଏକ ବ୍ୟାଧି ଏବଂ ଏହା ସମାଜର ଏକ କଳଙ୍କ , ବାଲ୍ୟ-ବିବାହ ଦ୍ଵାରା ଛୁଆ ମାନଙ୍କ ଭବିଷ୍ୟତ ନଷ୍ଟ ହୋଇ ଯାଇଥାଏ ।
୧୮ ବର୍ଷରୁ କମ ବୟସରେ ବିବାହ କଲେ କୌଣସି ପ୍ରକାରର ପରିପକ୍ୱତା ଆସି ନ ଥାଏ । ଏଥିରେ ମା ଓ ଶିଶୁ ଉଭୟେ କୁ-ପୁଷ୍ଟିରେ ପଡ଼ିବା ସହ ସେମାନଙ୍କର ଭବିଷ୍ୟତ ସମ୍ପୂର୍ଣ୍ଣ ଭାବେ ଅନ୍ଧକାର ହୋଇ ଯାଇଥାଏ ।
ତେଣୁ ଛୁଆ ମାନଙ୍କୁ କିଭଳି ସ୍କୁଲ ମୁହାଁ କରି ପାଠ ପଢିବାକୁ ଛାଡ଼ିବା , ସେମାନଙ୍କ ଭବିଷ୍ୟତ କିଭଳି ସୁଗଠାନ ହୋଇପାରିବ , ସେମାନେ ପ୍ରାପ୍ତ ବୟସ ପାଇବା ପରେ ସ୍ଵାଧୀନ ହୋଇ କିଭଳି ଖୁସିରେ ବିବାହ କରନ୍ତୁ , ଏ ମନୋଭାବ ଓ ଚିନ୍ତାଧାରା ରଖିବାକୁ ହେବ , କିନ୍ତୁ ଏହା ନ କରି ତାଙ୍କୁ ଯେଉଁଭଳି ବାଲ୍ୟ-ବିବାହ କରି ଦେଉଛନ୍ତି ଏବଂ ଏ ଦିଗରେ ସଂପୃକ୍ତ ମାଆ-ବାପା ଆମର ଦାୟିତ୍ବ ସାରିଲା ବୋଲି ଯେଉଁ ଭାବୁଛନ୍ତି ।
ତାକୁ ବନ୍ଦ କରିବା ପାଇଁ ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଚାଲିଛି ଏବଂ ଏଭଳି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସହାୟତା ଦେଇ ଏନ:ଜି:ଓ: ମାନଙ୍କ ତରଫରୁ ଆଜି ଯେଉଁ କାର୍ଯ୍ୟକ୍ରମ କରାଯାଇଛି ।
ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଏବଂ ଆମେ ଏହାକୁ ସ୍ଵାଗତ କରୁଛୁ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସଲମାନ୍ ରାଇକାଙ୍କ ସମେତ , ଗଣିଆ ଉନ୍ନୟନ କମିଟି , ଜିଲ୍ଲା ସମାଜ ମଙ୍ଗଳ ବିଭାଗ , ସଖୀ ୱାନ ଷ୍ଟପ ସେଣ୍ଟର , ଜିଲ୍ଲା ଶିଶୁ ମଙ୍ଗଳ ସମିତି , ଡିସିପିୟୁ: କାର୍ଯ୍ୟାଳୟ ପ୍ରଭୃତି ଅନୁଷ୍ଠାନ ଓ ସଂଗଠନ ଅଧିକାରୀ, କର୍ମଚାରୀ ଓ କର୍ମକର୍ତ୍ତା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

Related Posts