Odisha News

ଗଜପତି : ଫିନୋ ବ୍ୟାଙ୍କ ପକ୍ଷରୁ “ଆର୍ଥିକ ସାକ୍ଷରତା ସଚେତନା” ଶିବିର କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୩/୮ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ସେବକପୁର ସ୍ଥିତ ପର୍ଶୁରାମ ଗୁରୁକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା କନିଷ୍ଠ ମହାବିଦ୍ୟାଳୟ ଠାରେ ଫିନୋ ବ୍ୟାଙ୍କ୍ ପକ୍ଷରୁ ଆର୍ଥିକ ସାକ୍ଷରତା ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ଶଶିକାନ୍ତ ମହାପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇ ଥିଲେ ।
ଅନୁଷ୍ଠିତ ଏହି ସଚେତନା ଶିବିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ ଶ୍ରୀ ହରି ମୋହନ ପଟ୍ଟନାୟକ ଯୋଗ ଦେଇ ବ୍ୟାଙ୍କର ଉତ୍ପାଦ ଓ ବିଭିନ୍ନ ସେବା ଉପରେ କହିବା ସହ ବ୍ୟାଙ୍କ୍ ରେ ଟଙ୍କା କେତେ ସୁରକ୍ଷିତ ଓ ବ୍ୟାଙ୍କର ବିମା , ଯୋଜନା , ବିଭିନ୍ନ ବିନିମୟ ବିଷୟ ଉପରେ ବୁଝାଇଥିଲେ ।
ମୁଖ୍ୟବକ୍ତା ଭାବେ ଶ୍ରୀ ଲୋକନାଥ ମିଶ୍ର ଯୋଗଦେଇ ସାଇବର ଅପରାଧ ଓ ଓଟିପି: ର ବ୍ୟବହାର ବିଷୟ ରେ ଅବଗତ କରାଇଥିଲେ । ସେହିଭଳି ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ତନୁଜା ଶତପଥି ଯୋଗଦେଇ ଟଙ୍କା କୁ କିପରି ଭବିଷ୍ୟତ ପାଇଁ ସଞ୍ଚୟ କରିବେ , ଏବଂ ସଞ୍ଚୟ କରିବା ପ୍ରଣାଳି ଉପରେ କହି ଧନ , ଜୀବନ, ଯୌବନ ଚିର ସ୍ଥାୟୀ ନୁହ, ସେଥିପାଇଁ ଆର୍ଥିକ ସଂଚୟ ମନୁଷ୍ୟ ର ଜୀବନ ରେ ଏକ ମେରୁଦଣ୍ଡ ସଦୃଶ୍ୟ ବୋଲି କହିଥିଲେ ।
ସେହିଭଳି ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ୟାଙ୍କ ର ଉପଲବ୍ଧ ହେଉଥିବା ୧୨ ଗୋଟି ଉତ୍ପାଦ ଓ ସେବା ଗୁଡିକର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରା ଯାଇଥିଲା ।
ଏହି ଅବସରରେ ଅନୁଷ୍ଠିତ ବ୍ୟାଙ୍କ୍ ସମ୍ବନ୍ଧୀୟ କୁଇଜ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ବଣ୍ଟନ କରା ଯାଇଥିଲା ।
ଫୀନୋ ପେମେଣ୍ଟ ବ୍ୟାଙ୍କ ପକ୍ଷରୁ ଅନୁଷ୍ଠିତ ଏହି ଆର୍ଥିକ ସାକ୍ଷରତା ଶିବିର କାର୍ଯ୍ୟକ୍ରମରେ ଶତାଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ଶେଷରେ ଅଧ୍ୟାପିକା ଶ୍ରୀମତୀ ସ୍ମିତା ଗୌଡ଼ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.