Odisha News

ଗଜପତି: ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଜିଲ୍ଲାସ୍ତରୀୟ “ପଖାଳ ଦିବସ” ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୦/୩: ପାରଳାଖେମୁଣ୍ଡି ସ୍ଥିତ ୟୁ-ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ ଆଜି ପ୍ରଗତି ମହିଳା ସଂଗଠନ ପକ୍ଷରୁ ଜିଲ୍ଲାସ୍ତରୀୟ ପଖାଳ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଅନୁଷ୍ଠିତ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ହରି ମୋହନ ପଟ୍ଟନାୟକଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ଉପ-କାରାଗାରର ଅଧିକ୍ଷକ ଶ୍ରୀ ହନୁମନ୍ତ ସେଠୀ ଯୋଗଦେଇ ପଖାଳ ଓଡ଼ିଆଙ୍କ ପାରମ୍ପରିକ ଖାଦ୍ୟ , ଏହା ସ୍ୱାସ୍ଥ୍ୟ ପକ୍ଷେ କିଭଳି ହିତକାରକ ଏବଂ ଏହା ଖାଇବା ଦ୍ଵାରା ଶରୀରର ପ୍ରତିରୋଧକ ଶକ୍ତି କିଭଳି ବୃଦ୍ଧି ହୋଇଥାଏ କହି ଏହାର ମହତ୍ତ୍ଵ ଓ ଉପକାରିତା ଉପରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆଙ୍କ ଅତୀତ ଓ ପ୍ରାଚୀନ ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ପଖାଳ ଦିବସ ପାଳନର ଯଥାର୍ଥତା ଉପରେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ , ବରିଷ୍ଠ ସାମ୍ବାଦିକ ଶ୍ରୀ ଗରୁଡ଼ ଧ୍ଵଜ ଚୌଧୁରୀ , ଅନୁଷ୍ଠାନର ଉପଦେଷ୍ଟା ଶିକ୍ଷାବିତ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ଏବଂ ଏବଂ ସଂଯୋଜକ ଶ୍ରୀ ଲୋକନାଥ ମିଶ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ପଖାଳ ଓଡ଼ିଆଙ୍କ ପାରମ୍ପରିକ ପ୍ରିୟ ଖାଦ୍ୟ , ଏହା ଶସ୍ତା , ସୁନ୍ଦର ଓ ସ୍ୱାଦିଷ୍ଠ ତଥା ସ୍ୱାସ୍ଥ୍ୟକର ଖାଦ୍ୟ ବୋଲି କହି ନୂତନ ପିଢ଼ି ଏହି ପ୍ରାଚୀନ ପରମ୍ପରା ତଥା ଓଡ଼ିଆ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପଖାଳକୁ ଦୈନନ୍ଦିନ ଜୀବନର ଖାଦ୍ୟ ଭାବେ ନିୟୋଜିତ କରିବାକୁ ଆହ୍ବାନ କରିଥିଲେ ।
ଏହି ଅବସରରେ ଗୃହିଣୀଙ୍କ ପାଇଁ କାଞ୍ଜି ପ୍ରସ୍ତୁତି ପ୍ରତିଯୋଗିତା , ଝିଅ ମାନଂକ ପାଇଁ ପଖାଳ ପ୍ରସ୍ତୁତି ପ୍ରତିଯୋଗିତା ଏବଂ ନବମ , ଦଶମ ଓ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ସ୍ତରରେ “ମୋ ଓଡ଼ିଶା – ମୋ ପଖାଳ କଂସା” ପ୍ରସଙ୍ଗ ଉପରେ ଏକ ବକ୍ତୃତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ସବୁ ପ୍ରତିଯୋଗିତା ମାନଙ୍କରେ ବିଚାରକ ଭାବେ ପଣ୍ଡିତ ଶ୍ରୀ ନରସିଂହ ଗୌଡ଼ , ମୂରଲୀଧର ପରିଚ୍ଛା , ଶ୍ରୀ ଡାକ୍ତର ମୁର୍ମୁ , ନରସିଂହ ପଟ୍ଟନାୟକ ଓ ଶ୍ରୀ ଭାଗବତ ପାଢ଼ୀ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନ କରିଥିଲେ ।
ଏହି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନେ ଅନୁଷ୍ଠାନ ପକ୍ଷରୁ ପଖାଳ କଂସା ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ ।
ସଭା କାର୍ଯ୍ୟକ୍ରମ ପରେ ଶ୍ରୀ ଭାଗବତ ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଶେଷରେ ସଭା କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତଙ୍କୁ ଦହି ପଖାଳ ଭାତ ସାଙ୍ଗକୁ ଶାଗ , ମିକ୍ସ୍ ଭଜା , ଆଳୁ ଚକଟା , ପାପଡ ଓ ଆଚାର ପ୍ରଭୃତିରେ ବ୍ୟଞ୍ଜନ କରା ଯାଇଥିଲା ।
ସମସ୍ତ କାଯ କୁ ଶ୍ରୀମତୀ ମାନସୀ ପଣ୍ଡା , ଶ୍ରୀମତୀ ପ୍ରଫୁଲ୍ଲ କୁମାରୀ ବେବର୍ତ୍ତା , ଶ୍ରୀମତୀ ସବିତା କୁମାରୀ ପଣ୍ଡିତ , ଶ୍ରୀମତୀ ଲାଲି ଖଡଗରାୟ ଓ ତ୍ରିପତି ପ୍ରସାଦ ପଣ୍ଡା ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.