Odisha News

ଗଜପତି : ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତିକ ମାତୃ ଦିବସ ଏବଂ ପ୍ରଗତି ର ବାର୍ଷିକ ଉତ୍ସବ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୯/୫ : ପାରଳାଖେମୁଣ୍ଡି ସ୍ଥିତ “ୟୁ- ଟେକ କମ୍ପୁଟର ଏଜୁକେଶନ ଇନ୍ଷ୍ଟିଚ୍ୟଟ ପରିସରରେ ଅଗ୍ରଣୀ ମହିଳା ସଂଗଠନ “ପ୍ରଗତି” ଆନୁକୂଲ୍ୟରେ ଆନ୍ତର୍ଜାତିକ ମାତୃ ଦିବସ ଓ ପ୍ରଗତି ମହିଳା ସଂଗଠନର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବର୍ଷୀୟାନ ମହିୟସୀ ମହିଳା ମନୋହରା ବେବର୍ତ୍ତା , ଶଶିରେଖା ମିଶ୍ର ଓ କୁମୁଦିନୀ ପାତ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ମାତଙ୍ଗିନୀ ଗୁରୁ ସ୍ଵାଗତ ସମ୍ଭାଷଣ ଦେଇଥିବା ବେଳେ ପରିଚୟ ପ୍ରଦାନ କରିଥିଲେ ସୁଜାତା ପଣ୍ଡିତ । ମୁଖ୍ୟ ଉପଦେଷ୍ଟା ଶିକ୍ଷାବିତ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।
ପ୍ରଗତି ସଂଗଠନର ସଭାନେତ୍ରୀ ଅଧ୍ୟାପିକା ସୁଶ୍ରୀ ଡି: ପ୍ରିୟଙ୍କା ସଭା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ସଂଗଠନର ବାର୍ଷିକ ବିବରଣୀ ପାଠ କରିଥିଲେ ।
ଏହି କାର୍ଯ୍ୟକ୍ରମ ଅବସରରେ ୫ ଜଣ ମାଙ୍କୁ ଅନୁଷ୍ଠାନ ପକ୍ଷରୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ସେହି ୫ ଜଣ ସମ୍ଭର୍ଦ୍ଧିତ ପ୍ରତିଭା ହେଲେ , ଶ୍ରୀମତୀ ଜ୍ୟୋତ୍ସ୍ନା ପଟ୍ଟନାୟକ , ଶ୍ରୀମତୀ ଗୌରୀ ବେହେରା , ଶ୍ରୀମତୀ ପ୍ରଭାବତୀ ପଟ୍ଟନାୟକ , ଶ୍ରୀମତୀ ସସ୍ମିତା ଗନ୍ତାୟତ ଓ ଶ୍ରୀମତୀ ମହେଶ୍ୱରୀ ମହାରଣା ପ୍ରମୁଖ ।
ପ୍ରଗତି ମହିଳା ସଂଗଠନର ପ୍ରଥମ ବାର୍ଷିକ ଉତ୍ସବ ପାଳନ ଅବସରରେ ବର୍ଷୀଆନ ମହିୟସୀ ମହିଳା ଦ୍ବୟଙ୍କ ଦ୍ୱାରା ପିଲାମାନଙ୍କୁ ନେଇ “କେକ” କଟା ଯାଇଥିଲା ।
ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଲୋକନାଥ ମିଶ୍ର , ଶ୍ରୀ ମୁରଲୀ ପରିଛା , ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ , ଶାଶ୍ଵତୀ ବେବର୍ତ୍ତା , ଶ୍ରୀ ଭି: କୁରୁମୁ ନାଥମ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ମାନସୀ ପଣ୍ଡା , ରଞ୍ଜିତା ତ୍ରିପାଠୀ , କଳ୍ପନା ପଟ୍ଟନାୟକ , ସୁଲତା ଶୁଭଦଶିର୍ନୀ ପ୍ରମୁଖ ଯୋଗ ଦେଇଥିଲେ ।
ମାତୃ ଦିବସ ଓ ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ ଅବସରରେ ହାଇସ୍କୁଲ ଓ କଲେଜ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମାତୃ ସମ୍ଭନ୍ଧୀୟ ବକ୍ତୃତା ଏବଂ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।
ଶେଷରେ “ୟୁ-ଟେକ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ମୁଖ୍ୟ ଶ୍ରୀ ଲୋକନାଥ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସତ୍ୟ ପାଢ଼ୀ , ପ୍ରଫୁଲ୍ଲ ବେବର୍ତ୍ତା ଏବଂ ରଚିତା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ମାର ଭୂମିକା ସନ୍ତାନ ପାଇଁ ଯୁଗେ ଯୁଗେ ଏକ ସ୍ଵତନ୍ତ୍ର ପରିଚୟ ଆଣିପାରିଛି।ତାର ନିସର୍ତ୍ତ ଭଲପାଇବା ସନ୍ତାନର ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିଥାଏ ବୋଲି ବକ୍ତାମାନେ କହିଥିଲେ ।

Related Posts

Seo wordpress plugin by www.seowizard.org.