Odisha News

ଗଜପତି: ପ୍ରଗତି ମହିଳା ସଂଗଠନ ପକ୍ଷରୁ ବିଶ୍ଵ ପଖାଳ ଦିବସ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୧/୩ : ବିଶ୍ଵ ଦରବାରରେ ଓଡ଼ିଆ ବ୍ୟଞ୍ଜନ ପଖାଳ ଦିବସ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସ୍ଥିତ ୟୁ-ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଠାରେ ପ୍ରଗତି ମହିଳା ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି।
ସଂଗଠନର ସଭାନେତ୍ରୀ ଶ୍ରୀମତୀ କଳ୍ପନା ପଟ୍ଟନାୟକଙ୍କ ସଭାପତିତ୍ବରେ କାର‌୍ୟ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ଶାଖାର ପୂର୍ବତନ ସଦସ୍ୟ ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଵତନ୍ତ୍ର ଅତିଥି ଭାବେ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫେସର ଡ଼ଃ ଦୁର୍ଗା ପ୍ରସାଦ ପାଢ଼ୀ , ମୁଖ୍ୟବକ୍ତା ଭାବେ ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ସୁଲତା ଶୁଭଦର୍ଶନୀ , ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଶ୍ରୀ ହରି ମୋହନ ପଟ୍ଟନାୟକ ଏବଂ ସଂଗଠନର ସଂଯୋଜକ ଶ୍ରୀ ଲୋକନାଥ ମିଶ୍ର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।
ମଞ୍ଚାସୀନ ଅତିଥି ମାନେ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହ ପଖାଳର ମହତ୍ତ୍ଵ ଓ ବିଶେଷତ୍ଵ ଉପରେ କହି ପଖାଳ ଓଡ଼ିଆ ଜାତିର ଅନନ୍ୟ ଅବଦାନ । ତେବେ ସମୟ ବଦଳିବା ସହ ଏହା ଆଉ ଓଡ଼ିଶାରେ ସୀମିତ ରହିନାହିଁ , ଏହି ପଖାଳର ସ୍ଵାଦ ଓ ଭାବ ସାରା ବିଶ୍ୱକୁ ବ୍ୟାପିଛି ବୋଲି କହିଥିଲେ ।
ସଂଗଠନର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ କାର୍ଯ୍ୟକ୍ରମରେ ବିବରଣୀ ପାଠ କରିଥିଲେ । ଅନ୍ୟପକ୍ଷରେ ଶ୍ରୀମତୀ ତନୁଜା ଶତପଥୀଙ୍କୁ \”ଏକାମ୍ର ରତ୍ନ\” ସମ୍ମାନ (ଭୁବନେଶ୍ୱର) ପ୍ରଦାନ କରା ଯାଇଥିଲା ।
ଏହି ଅବସରରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଶିକ୍ଷାବିତ୍ ଶ୍ରୀ ଵିଚିତ୍ରା ନନ୍ଦ ବେବର୍ତ୍ତା\’ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୪୦ ଗୋଟି କବିତା ଆସିଥିବା ବେଳେ କବି ଓ କବୟିତ୍ରୀ ମାନେ ଉପସ୍ଥିତ ରହି ସେମାନଙ୍କ ସ୍ବରଚିତ କବିତା ସବୁ ପାଠ କରିଥିଲେ ।
ଏହି ଅବସରରେ ଗୃହିଣୀ ଓ ଝିଅ ମାନଙ୍କ ପାଇଁ ପାରମ୍ପରିକ ଓଡ଼ିଆ ଖାଦ୍ୟ କାଞ୍ଜି , ଶାଗଭଜା ଓ ବେସର ପ୍ରଭୃତି ପ୍ରସ୍ତୁତି ଉପରେ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ତଥା ବିଜୟୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ପୁରସ୍କାର ଓ ମାନପତ୍ର ବଣ୍ଟନ କରା ଯାଇଥିଲା ।
ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶୁଭଶ୍ରୀ ଭୁକ୍ତା ପ୍ରାରମ୍ଭିକ ସୂଚନା ଦେବା ସହ ମଞ୍ଚାସୀନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଶେଷରେ ସ୍ନେହା ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କୁ ପ୍ରଗତି ମହିଳା ସଂଗଠନ ପକ୍ଷରୁ ପଖାଳ-କଂସାରେ ପର୍ଜଣା(ଛୁଙ୍କ) ହୋଇଥିବା ଦହି ପଖାଳ , ମାଛ ବେସର , ଶାଗଭଜା ଓ ମିକସ ଭଜା ଭୋଜନରେ ଆପ୍ୟାୟିତ କରା ହୋଇଥିଲା ।

Related Posts