Odisha News

ଗଜପତି: ପାରାଳାଖେମୁଣ୍ଡିରେ ହୋଲି ଖେଳ ପର୍ବ ପାଳନ କଲେ ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୯/୩ : ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ଆଜି ଦିନିକିଆ ପାରାଳାଖେମୁଣ୍ଡି ଗ୍ରସ୍ତରେ ଆସି ହୋଲି ଖେଳିବା ସହ ହୋଲି ପର୍ବ ପାଳନ କରିଛନ୍ତି ।
ଗଜପତି ଜିଲ୍ଲାରେ ରଙ୍ଗର ପର୍ବ ହୋଲିକୁ ଅତି ଧୁମଧାମରେ ପାଳନ କରା ଯାଇଥିବା ବେଳେ । ଏହି ଅବସରରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦିନିକିଆ ଗସ୍ତରେ ପାରଳାଖେମୁଣ୍ଡି ରେ ପହଞ୍ଚି ଦଳୀୟ କର୍ମକର୍ତ୍ତାଙ୍କ ସମେତ ଲୋକଙ୍କ ସହ ହୋଲି ଖେଳି ଥିଲେ ।
ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି , ସ୍ଥାନୀୟ ହାଇସ୍କୁଲ ଛକଠାରୁ ଦଳୀୟ କର୍ମକର୍ତ୍ତାଙ୍କ ଗହଣରେ ଏକ ବିରାଟ ବାଇକ୍ ରାଲିରେ ବାହାରି ସହର ପରିକ୍ରମା କରିଥିଲେ । ରଙ୍ଗର ପର୍ବ ହୋଲିରେ ରଙ୍ଗ ଖେଲିଥିଲେ । ଏହି ବାଇକ ରାଲିର ସହର ପରିକ୍ରମା ବେଳେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସମେତ ପାରାଳାଖେମୁଣ୍ଡି ବିଧାୟକ ତଥା ବିଜେପି ଜିଲ୍ଲା ସଭାପତି ଶ୍ରୀ କେ: ନାରାୟଣ ରାଓ , ଜିଲ୍ଲା ପ୍ରଭାରି ଶ୍ରୀ ସରୋଜ ସାବତ , ତ୍ରିପତି ନାୟକ , ସିଦ୍ଧେଶ୍ଵର ମିଶ୍ର ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ନେତାଙ୍କ ଓ କର୍ମୀ ଶତାଧିକ ସଂଖ୍ୟାରେ ସାମିଲ ଥିଲେ ।
ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଥିଲେ ଯେ , ପାରାଳାଖେମୁଣ୍ଡି ସହର ଓଡ଼ିଆ ଅସ୍ମିତାର ମାଟି କ୍ଷ ଓଡିଶାର ସଂସ୍କୃତି ସମ୍ପନ୍ନ ସହର ପାରାଳାଖେମୁଣ୍ଡକୁ ଆସି ଆଜି ଆମ ଦଳୀୟ ବିଜେପି କର୍ମକର୍ତ୍ତାଙ୍କ ସହ ହୋଲି ଉତ୍ସବ ପାଳନ କରୁଛି ।
ଠାରେ ସହର ବୁଲିବା ବେଳେ ଲୋକଙ୍କ ସହ ଭେଟିବା ପରେ ଅତ୍ୟନ୍ତ ଭାବ ବିହ୍ଵଳ ଲାଗିଲା । ଏହି ମାଟିର ଏକ ସ୍ୱତନ୍ତ୍ର ମହକ ରହିଛି , ଯାହାକି ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଉଦ୍ୟମ ଫଳରେ ଓଡିଶା ତାର ସ୍ୱତନ୍ତ୍ର‌୍ୟତା ବଜାୟ ରଖିପାରିଛି କ୍ଷ ଏହି ଓଡ଼ିଆ ଅସ୍ମିତାର ସହର ପାରାଳାଖେମୁଣ୍ଡି ମୋ ପାଇଁ ଏକ ଅଭୁଲା ସ୍ମୃତି ହୋଇ ରହିବ ।
ଏହି ଐତିହ୍ୟ ସମ୍ପନ୍ନ ପାରଳାଖେମୁଣ୍ଡି ସହରରେ ଆଜି ଲୋକଙ୍କ ସହ ହୋଲି ଖେଳିବାର ସୁଯୋଗ ପାଇବା ସହ ମୋ ଭାବାବେଗକୁ ଆଦାନ ପ୍ରଦାନ କରିପାରିଲି , ଏହା ମୋ ଜୀବନର ଏକ ଅଭୁଲା ସ୍ମୃତି ହୋଇ ରହିବ ବୋଲି କହିଥିଲେ ।
ଅନ୍ୟପକ୍ଷରେ ଆଗକୁ ପୌର ନିର୍ବାଚନ ରହିଛି ଏବଂ ଏହି ନିର୍ବାଚନ ବହୁ ବିଳମ୍ବରେ ହେଉଛି ।
ଏହି ନିର୍ବାଚନ ଶୀଘ୍ର ହେଉ ବୋଲି ବିଜେପି ଚାହୁଁଥିଲା କ୍ଷ ଏହି ନିର୍ବାଚନରେ ଜନତାଙ୍କ ପାଇଁ ଜଣେ ସୁ-ପ୍ରତିନିଧି ଆସନ୍ତୁ ଏବଂ ପୌର ପରିଷଦ ଗଠନ ହେଉ ।
ବ୍ୟାପକ ମାତ୍ରାରେ ଏଇ ୭ ବର୍ଷ ୮ ମାସ ମଧ୍ୟରେ କେନ୍ଦ୍ରରେ ବିଜେପି ସରକାରର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଯେଉଁ ଫୋକସ ସବୁ ରହିଛି, ତାହା ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ ହେଉ ସେଥିରେ ନୂତନ ଭାରତ ଗଠନ ପାଇଁ ଯେଉଁ ସବୁ ଯୋଜନା ରହିଛି , ସେହି ଯୋଜନା ସବୁ ଆଜି ମୁଁ ବୁଲିବା ବେଳେ ଦେଖିଛି ।
ତାହା ଅତ୍ୟନ୍ତ ଭାବ ବିହ୍ଵଳ ଓ ମୋତେ ବହୁ ଦୁଃଖ ମଧ୍ୟ ଲାଗୁଛି ଯେ , ରାସ୍ତାର ପିଚୁ ଓ କଂକ୍ରିଟ ଗୁଡ଼ି ସବୁ ଉଠି ଗଲାଣି ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଥିଲେ ।

Related Posts

Seo wordpress plugin by www.seowizard.org.