Odisha News

ଗଜପତି: ପାରଳାରେ ଭକ୍ତି ପୁଷ୍ପାଞ୍ଜଳି ସାଂସ୍କୃତିକ ସଂସଦ ପକ୍ଷରୁ ପବିତ୍ର “ମକର ଉତ୍ସବ-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୬/୧: ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ସାମନା ରାଜଦାଣ୍ଡ ଠାରେ ପାରଳାଖେମୁଣ୍ଡି ସହରର ଏକ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ” ପୁଷ୍ପାଞ୍ଜଳି ସାଂସ୍କୃତିକ ସଂସଦ ” ପକ୍ଷରୁ ପବିତ୍ର ମକର ଉତ୍ସବ-୨୦୨୩ ପାଳନ ଅବସରରେ ରଙ୍ଗାରଙ୍ଗ ନୃତ୍ୟ ଓ ଭକ୍ତି ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଆୟୋଜିତ ଉଦଘାଟନୀ ସଭା କାର୍ଯ୍ୟକ୍ରମରେ ସଂସଦର ସଭାପତି ଶ୍ରୀ ହରୀ ମୋହନ ପଟ୍ଟନାୟକଙ୍କ ସଭାପତିତ୍ବରେ ସଂସଦର ଉପଦେଷ୍ଟା ତଥା ଉଦଘାଟକ ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସଜୀ ଏବଂ ମୁଖ୍ୟଅତିଥି ଭାବେ ପାରଳା ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ ଯୋଗଦେଇ ମକର ଉତ୍ସବ ପାଳନର ମହତ୍ତ୍ୱ ତାତ୍ପର୍ଯ୍ୟ ସମ୍ପର୍କରେ କହି ମକର ସଂକ୍ରାନ୍ତି ଏକ ସର୍ବ ଭାରତୀୟ ପର୍ବ ହୋଇଥିବା ବେଳେ ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରିଥାନ୍ତି ।
ମୁଖ୍ୟତଃ ସୂର୍ଯ୍ୟ ଦେବତାଙ୍କ ଯୋଗୁଁ କୃଷି କ୍ଷେତ୍ରରେ ଶସ୍ୟ ଉତ୍ପାଦନ ହେଉଥିବା ଯୋଗୁଁ ଚାଷୀମାନଙ୍କ ଏହା ଅନ୍ୟଏକ ମହାନ୍ ପର୍ବ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସଂସଦର ଉପସଭାପତି ଶ୍ରୀ ଲୋକନାଥ ମିଶ୍ର ଏବଂ ସଂପାଦକ ଶ୍ରୀ ହେମନ୍ତ କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ସଂସଦର ବରିଷ୍ଠ କର୍ମକର୍ତ୍ତା ଶ୍ରୀ କୈଳାଶ ଚନ୍ଦ୍ର ପଟ୍ଟନାୟକ ସଂଯୋଜନା କରିଥିଲେ ।
ଏହି ଅବସରରେ ସଂସଦ ପକ୍ଷରୁ କଳା , ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ପଣ୍ଡିତ ନରସିଂହ ଗୌଡ , ନାଟ୍ୟ କଳାକାର ଶ୍ରୀ ଆଦର୍ଶ ଦାସ , ନୃତ୍ୟଗୁରୁ ଶ୍ରୀମତୀ ବିନ୍ଦୁପ୍ରୀୟା ବେହେରା , ସଙ୍ଗୀତରେ ପ୍ରଣତୀ ବିଡ଼ିକା ଓ ସାଇ କୃଷ୍ଣ କୁମାର ପ୍ରମୁଖଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା । ପରେ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବିଭିନ୍ନ ନୃତ୍ୟରେ ଅଂଶଗ୍ରହଣ କରିଥିବା ନୃତ୍ୟଶିଳ୍ପୀ ମାନଙ୍କୁ ପୁରସ୍କାର ବଣ୍ଟନ କରା ଯାଇଥିବା ବେଳେ ଶେଷରେ ରାୟଗଡ଼ା ଗୁଣୁପୁର ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଭକ୍ତି ସଙ୍ଗୀତ ତଥା ଭଜନ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Related Posts

Seo wordpress plugin by www.seowizard.org.