Odisha News

ଗଜପତି : ପାରଳାଖେମୁଣ୍ଡି ସହରରେ ନିର୍ମାଣ ଚାଲିଥିବା ଜଗନ୍ନାଥ ମନ୍ଦିର ପାଇଁ ପାରଳା ବିଧାୟକ ଦେବେ ୫୦ ଲକ୍ଷ ଟଙ୍କା ଏବଂ ମାମୁଁ ଦେବେ ୩୦ ଲକ୍ଷ ଟଙ୍କା

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୬/୩ : ଗଜପତି ଜିଲ୍ଲା ସଦର ମହକୁମା ତଥା ଉପାନ୍ତ ସହର ପାରଳାଖେମୁଣ୍ଡି ଠାରେ ଦୀର୍ଘ ବର୍ଷ ଧରି ନିର୍ମାଣ ଚାଲିଥିବା ଜଗନ୍ନାଥ ମନ୍ଦିର ପାଇଁ ପାରଳା ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ତାଙ୍କ ବିଧାୟକ ପାଣ୍ଠିରୁ ଦେବେ ୫୦ ଲକ୍ଷ ଟଙ୍କା ବୋଲି ପ୍ରତିଶ୍ରୁତି ଦେବା ସହ ତାଙ୍କ ମାମୁଁ ତିରୁପତି ଚୌଧୁରୀ ଦେବେ ୩୦ ଲକ୍ଷ ଟଙ୍କା ଓ ହାଇଟେକ୍ ଗ୍ରୁପ ଅଧ୍ୟକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀ ମଧ୍ୟ ଏ ଦିଗରେ ତାଙ୍କର ଆର୍ଥିକ ସହାୟତା ଓ ସହଯୋଗ ରହିବ ଏବଂ ଏହାର ଦାୟିତ୍ଵ ମୋର ବୋଲି ପାରଳାଖେମୁଣ୍ଡି ସ୍ଥିତ ହାଇଟେକ୍ ପ୍ଲାଜା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପାରଳା ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ କହିଛନ୍ତି ।
ଏ ଦିଗରେ ଅଧିକ ସୂଚନା ଦେଇ ବିଧାୟକ ଇଂ ପାଣିଗ୍ରାହୀ କହିଛନ୍ତି ଯେ , ଆମ ପାରଳାଖେମୁଣ୍ଡି ସହରରେ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ କେତେ ଶୀଘ୍ର ସମ୍ପୂର୍ଣ ହୋଇ କେମିତି ମନ୍ଦିର ଶିଖରରେ ବାନା ଉଡ଼ିବ , ଦୂର ଦୁରାନ୍ତର ଶ୍ରଦ୍ଧାଳୁ ଲୋକ ମାନେ ଏଠାକୁ ଆସି ପ୍ରଭୁ ଜଗନ୍ନାଥଙ୍କୁ ନୂତନ ମନ୍ଦିରରେ ଦର୍ଶନ କରିବେ ଏବଂ ଖୁସି ମନରେ ପ୍ରଭୁଙ୍କ ଆଶୀର୍ବାଦ ନେଇ ଯିବେ , ସେ ଦିଗରେ ଆମ ସମସ୍ତଙ୍କୁ ଚେଷ୍ଟା କରିବାକୁ ହେବ ।
ଏହି ମନ୍ଦିରର ନିର୍ମାଣ ଦିଗରେ ବର୍ତ୍ତମାନ ଶୁଦ୍ଧ କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇ ସାରିବଣି। ଏଥିରେ ଅନେକ ଶ୍ରଦ୍ଧାଳୁ ମାନଙ୍କ ସାହାଯ୍ୟ , ସହଯୋଗ ଓ ଆର୍ଥିକ ଅନୁଦାନ ରହିଛି , ଯାହାର କି କର୍ମ ଓ ଧର୍ମ ଥିଲା , ସେମାନେ କ୍କଲେ ।
ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଯେତେ ଶୀଘ୍ର ସମ୍ପୂର୍ଣ ହେବ , ତାହା ସମସ୍ତଙ୍କ ପାଇଁ ଏକ ଖୁସିର କଥା ହେବ ତେବେ ସବୁ ସ୍ତରରେ ଗୋଟିଏ ମାତ୍ର ପ୍ରଶ୍ନ ଯେ କେବେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।
ଭଗବାନ ଚାହିଁଲେ ଏବଂ ପ୍ରଭୁ ଜଗନ୍ନାଥ ଆଶୀର୍ବାଦ କଲେ ଶୀଘ୍ର ସମ୍ପୂର୍ଣ୍ଣ ହେବ ଏ ଜଗନ୍ନାଥ ମନ୍ଦିର ।
ଏ ଦିଗରେ ସମସ୍ତଙ୍କ ସହଯୋଗ ରହିବା ଉଚିତ । ମନ୍ଦିର ନିର୍ମାଣ ପାଇଁ ମୁଁ ମୋର ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି । ଆଗାମୀ ଦିନ ମାନଙ୍କରେ ଆପଣ ମାନଙ୍କ ଏବଂ ସମସ୍ତଙ୍କ ଆଶୀର୍ବାଦ ଓ ସହଯୋଗ ରହିଲେ ୫୦ ଲକ୍ଷ ଟଙ୍କା ଦେବା ପରେ ମଧ୍ୟ ଏଥିପାଇଁ ତଥା ପ୍ରଭୁ ଜଗନ୍ନାଥଙ୍କ ସେବା ପାଇଁ ଯାହା ଅନୁଦାନ ଟଙ୍କା ଦରକାର ପଡିବ ତାହା ମୁଁ କରିବା ପାଇଁ ପ୍ରତିଶ୍ରୁତି ଦେଉଛି ବୋଲି ବିଧାୟକ ଇଂ ପାଣିଗ୍ରାହୀ କହିଛନ୍ତି ।
ଏ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା କ୍ଷେତ୍ରରେ ସମସ୍ତେ ତଥା ଅଧିକରୁ ଅଧିକ ଶ୍ରଦ୍ଧାଳୁ ଆଗେଇ ଆସିବାର ଅଛି , ଏମିତି କି କିଏ ଆର୍ଥିକ କ୍ଷେତ୍ରରେ ହେଉତ କିଏ କାମରେ ତ କିଏ କଥାରେ ସହଯୋଗ କରନ୍ତୁ ତ କିଏ କେବଳ ଆସିକରି କିଛି ହେଲେ ଗୁଣ୍ଡିଚା ମୂଷା ଭଳି ଯାହା ମଧ୍ୟ ସେବା କରନ୍ତୁ । ସମସ୍ତଙ୍କ ଚେଷ୍ଟା ପ୍ରଚେଷ୍ଟାରେ ହିଁ ଏହି ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣତା ଲାଭ ପାଇବ ।
ସେଥିପାଇଁ ଆମେ ଏଠାରେ କୌଣସି ପ୍ରକାରର ରାଜନୈତିକ ରଙ୍ଗ ଦେବାର ଆବଶ୍ୟକତା ନାହିଁ । ସମସ୍ତଙ୍କ ଏହା ଏକ କର୍ତ୍ତବ୍ୟ ।
ପାରଳାଖେମୁଣ୍ଡି ସହର ଏକ ମନ୍ଦିର-ମାଳିନୀ ସହର । ଏଠାରେ ବହୁ ସଂଖ୍ୟାରେ ବୁଢ଼ାବୁଢ଼ୀ ଓ ବୁଦ୍ଧିଜୀବୀ ବହୁ ଆଶାବାନ୍ଧି ରହିଛନ୍ତି ଯେ , ଆମ ପାରଳା ସହରରେ ନିର୍ମାଣାଧୀନ ଜଗନ୍ନାଥ ମନ୍ଦିର କେବେ ସମ୍ପୂର୍ଣ ହେବ ।
ଏ କ୍ଷେତ୍ରରେ ଦେଖିବାକୁ ଗଲେ , ଠାକୁର ମାନଙ୍କ ଯେଉଁ ପୂଜା-ନୀତି ପାଇବାର ଅଛି , ତାହା ଏଠାରେ ନନା-ପୂଜାରୀ ମାନେ ବହୁତ ବଢିଆ ସେବା କରୁଛନ୍ତି ।
କିନ୍ତୁ ମନ୍ଦିର ନିର୍ମାଣ କାର‌୍ୟ୍ୟ ସମ୍ପୂର୍ଣ୍ଣ ନ ହୋଇଥିବା ଯୋଗୁଁ ଠାକୁର ମାନେ ନିର୍ମାଣାଧୀନ ମନ୍ଦିର ପାର୍ଶ୍ୱରେ ଏକ ଛୋଟିଆ ଘରେ ପୂଜା ପାଉଛନ୍ତି । ଠାକୁର୍ ମାନଙ୍କୁ ଆମେ ଯେଉଁଭଳି ଆଦରରେ ରଖିବା , ସେତିକି ସମ୍ପୂର୍ଣ୍ଣ ଭାବେ କରିବାର ଅଛି , ଯାହାକି ତାହା ଠାକୁର ମାନେ ପାଇବା କଥା ।
ଟଙ୍କା ପଇସା ପାଇଁ ମନ୍ଦିର ନିର୍ମାଣ କାର‌୍ୟ୍ୟ ଆଦୌ ଅଟକିବ ନାହିଁ । ମୁଁ ଆଜି ଏହି ପବିତ୍ର ଦିନରେ କଥା ଦେଇ ରଖୁଛି ଯେ , ଟଙ୍କା ପାଇଁ ମନ୍ଦିର ନିର୍ମାଣ କାର୍ଯ୍ୟ କୌଣସି ପ୍ରକାରେ କି କୌଣସି ମୁହୂର୍ତ୍ତରେ ଅଟକିବ ନାହିଁ କି ବନ୍ଦ ହେବ ନାହିଁ ।
ଏହି ଅବସରରେ ମନ୍ଦିର ନିର୍ମାଣ କାର୍ଯ୍ୟ ଯେଉଁ ଦୁର୍ଗା ପାଣିଗ୍ରାହୀଙ୍କ ଦାୟିତ୍ୱରେ ଚାଲିଛି , ଆମେ ସମସ୍ତେ ତାଙ୍କୁ ସମ୍ମାନ ଜଣାଇବା ଉଚିତ୍ , କାରଣ ସେ ଜଗନ୍ନାଥ ପ୍ରଭୁଙ୍କ ଦାୟିତ୍ଵ ନେଇଛନ୍ତି , ମନ୍ଦିର ନିର୍ମାଣ କ୍ଷେତ୍ରରେ ।
ଏଣିକି , ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟରେ କୌଣସି ଅବହେଳା ହେବ ନାହିଁ କି ଅଟକିବ ନାହିଁ କି ବନ୍ଦ ହେବ ନାହିଁ। ଯେତିକି , ଯାହା ବି ଟଙ୍କା ଦରକାର ପଡୁ , ଯେମିତି ହେଲେ ମଧ୍ୟ ନିର୍ମାଣ କାର୍ଯ୍ୟ କରିବାର ଦାୟିତ୍ଵ ଆମର , ତାହା ବିଧାୟକ ଭାବେ ମୁଁ ନିର୍ବାହ କରିବି , ତାହା ମୋ ବିଦାୟ ପାଣ୍ଠିରୁ ହେଉ କି ମୋ
ବ୍ୟକ୍ତିଗତ ପାଣ୍ଠିରୁ ହେଉ କି ସି:ଏସ:ଆର: ଫଣ୍ଡରୁ ହେଉ ଆମ ଯେଉଁଠୁ ବି ଟଙ୍କା ଆଣି ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ଦାୟିତ୍ଵ ହେଉଛି ଆମର ।
ତେବେ ପାରଳାଖେମୁଣ୍ଡିର ଜଗନ୍ନାଥ ମନ୍ଦିର ରାଜ୍ୟ ପରିବାର ଅଧୀନରେ ରହି ଆସିଛି । ଏହି ନୂତନ ନିର୍ମାଣାଧୀନ ମନ୍ଦିର ପାଇଁ ବହୁ ବଦାନ୍ୟ ବ୍ୟକ୍ତି ରହିଛନ୍ତି ଆର୍ଥିକ ସହାୟତା ପାଇଁ , ହେଲେ ଏ ଦିଗରେ କୌଣସି କମିଟି ନ ଥିବା ଯୋଗୁଁ ବଡ଼ ବଡ଼ ବଦାନ୍ୟ ବ୍ୟକ୍ତି ଆର୍ଥିକ ସହାୟତା ଦେବାକୁ ଚାହୁଁଥିଲେ ମଧ୍ୟ ଦେଇ ପାରୁନାହାନ୍ତି , ଏକ ପ୍ରଶ୍ନରେ ବିଧାୟକ ଇଂ ପାଣିଗ୍ରାହୀ କହିଥିଲେ ଯେ , ଏ ଦିଗରେ ନିହାତି ଭାବେ ଏକ କମିଟି ହେବା ଉଚିତ୍ , କମିଟି ନ ଥିଲେ ଯେଉଁ ବଦାନ୍ୟ ବ୍ୟକ୍ତି ମାନେ ରାଜ୍ୟ ଓ ଦେଶ ବାହାରେ ରହୁଛନ୍ତି ଏବଂ ସେମାନେ ଆର୍ଥିକ ସହାୟତା ଦେବାକୁ ଚାହୁଁଛନ୍ତି , ହେଲେ ସେମାନେ କେଉଁଠି ଦେବେ ଏବଂ କେମିତି ଦେବେ । ଅନ୍ୟପକ୍ଷରେ ହେଲେ ମଧ୍ୟ ଯେଉଁ ମନ୍ଦିର କମିଟି ରହିଛି ପ୍ରକୃତରେ ତାହା ଠିକ୍ କରୁଛି ନା ନାହିଁ , ସେମାନଙ୍କ ମନରେ ନିହାତି ଭାବେ ଏକ ପ୍ରଶ୍ନବାଚୀ ଚିହ୍ନ ସୃଷ୍ଟି ହେବ ନିଶ୍ଚୟ । ତାହା ନ ରହୁ , ସମସ୍ତେ ପ୍ରଭୁ ଜଗନ୍ନାଥଙ୍କ ସେବା ପାଇଁ ଆଗ୍ରହ ସହ ଆଗେଇ ଆସି ଟଙ୍କା ଅନୁଦାନ ଦିଅନ୍ତୁ ବୋଲି ବିଧାୟକ ଇଂ ପାଣିଗ୍ରାହୀ କହିଛନ୍ତି

Related Posts