Odisha News

ଗଜପତି: ପାରଳାଖେମୁଣ୍ଡି ସହରରେ ” ବନ୍ଧନ ବ୍ୟାଙ୍କ ଶାଖା ” ଉଦଘାଟିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୯/୨: ପାରଳାଖେମୁଣ୍ଡି ସହର ସ୍ଥିତ ମହାରାଜାଙ୍କ ପ୍ୟାଲେସ ସମ୍ମୁଖରେ ଥିବା ଶ୍ରୀ ସାଇଲାମ ଫଙ୍କସନ ହଲ ପରିସରରେ “ବନ୍ଧନ ବ୍ୟାଙ୍କର ଏକ ବ୍ରାଞ୍ଚ ଉଦଘାଟିତ ହୋଇଯାଇଛି ।
ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରୋମାଞ୍ଚଳ ଖମାରୀ , ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।
ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ଖମାରୀ ଉଦବୋଧନ ଦେଇ ଅନ୍ୟ ବ୍ୟାଙ୍କ ମାନଙ୍କ ଅପେକ୍ଷା ଏହି ବନ୍ଧନ ବ୍ୟାଙ୍କର ରହିଥି ସୁଧ ବ୍ୟବସ୍ଥା ପ୍ରାୟତଃ ଭଲ ଅଛି , ଏ ଦିଗରେ ଅଧିକ ପ୍ରଚାର ପ୍ରସାର ହେଲେ ବ୍ୟାଙ୍କ୍ ସହିତ ଅଧିକ ଲୋକ ଜଡ଼ିତ ହୋଇ ବ୍ୟାଙ୍କରେ ଏକାଉଣ୍ଟ୍ ଖାତା ଖୋଲିବେ ।
ଅନ୍ୟପକ୍ଷରେ ବ୍ୟାଙ୍କକୁ ଆସୁଥିବା ଗ୍ରାହକ ମାନେ ଯେଭଳି ବ୍ୟାଙ୍କ୍ ପକ୍ଷରୁ କୌଣସି ପ୍ରକାରର ହଇରାଣ-ହରକତ ନ ହୋଇ ଉତ୍ତମ ସାହାଯ୍ୟ ଓ ସେବା ପାଇ ପାରିବେ , ସେ ଦିଗରେ ବ୍ୟାଙ୍କ୍ ଅଧିକାରୀ ମାନେ ଅଧିକ ଗୁରୁତ୍ବ ଦେବାପାଇଁ ପରାମର୍ଶ ଦେଇଥିଲେ ।
ଜିଲ୍ଲା ଲିଡ ବ୍ୟାଙ୍କ ମ୍ୟାନେଜର ଶ୍ରୀ ମହେଶ୍ୱର ମଣ୍ଡଳ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଲୋକଙ୍କ ଚାହିଦା ପ୍ରକାରେ ବ୍ୟାଙ୍କ ପକ୍ଷରୁ ଋଣ ଓ ଉତ୍ତମ ସେବା ଯୋଗାଇ ଦେଇ ପାରିଲେ ଭବିଷ୍ୟତରେ ଏହି ବନ୍ଧନ ବ୍ୟାଙ୍କର ସୁନାମ ବଢ଼ିବାରେ ସହାୟକ ହୋଇପାରିବ ବୋଲି କହିଥିଲେ।
ସେହିଭଳି ଶ୍ରୀ ସାଇଲାମ୍ ଫଙ୍କସନ ହଲ ପ୍ରୋପ୍ରିଏଟର ଶ୍ରୀ ସିଦ୍ଧେଶ୍ୱର ମିଶ୍ର ଯୋଗଦେଇ ବ୍ୟାଙ୍କକୁ ତୃଣମୂଳ ସ୍ତରରୁ ଆସୁଥିବା ଲୋକଙ୍କୁ ବ୍ୟାଙ୍କ୍ ପକ୍ଷରୁ ଉତ୍ତମ ବ୍ୟବହାର , ସାହାଯ୍ୟ ଓ ସେବା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିବା ସହ ଏଟିଏମ: ବ୍ୟବସ୍ଥା ତୁରନ୍ତ ଖୋଲାଯିବା ଉପରେ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ବନ୍ଧନ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ଶ୍ରୀ କେ: ସନ୍ତୋଷ କୁମାର ବ୍ୟାଙ୍କ୍ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଓଡ଼ିଶା କ୍ଲଷ୍ଟର ହେଡ଼ ତଥା ମୁଖ୍ୟ ଶ୍ରୀ ଅଶୋକ କୁମାର ସାହୁ ଉପସ୍ଥିତ ରହି ବନ୍ଧନ ବ୍ୟାଙ୍କର କାର୍ଯ୍ୟକ୍ରମ ଓ ଗ୍ରାହକଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧା ବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରି କହିଥିଲେ ଯେ , ଗଜପତି ଜିଲ୍ଲାରେ ଏହି ବ୍ୟାଙ୍କ ଖୋଲା ହେବା ପରେ ଓଡ଼ିଶାରେ ଏହା ୨୦୭ ତମ ବ୍ୟାଙ୍କ ।
ସର୍ବ ଭାରତ ସ୍ତରରେ ଏହି ବନ୍ଧନ ବ୍ୟାଙ୍କର ମୋଟ ୫୩୬୧ ଟି ବ୍ରାଞ୍ଚ ରହିଥିବା ବେଳେ ଏହାର ହେଡ-ଅଫିସ କୋଲକାତା ଠାରେ ରହିଛି । ବନ୍ଧନ ବ୍ୟାଙ୍କର ଡିପୋଜିଟ ଗତ ୭ ବର୍ଷ ହେଲା ହୋଇଥିବା ବେଳେ ଓଡ଼ିଶାରେ ଏହାର ସିଡି:- ରେସିଓ ୯୪ ପ୍ରତିଶତ ରହିଛି ।
ଯାହାକି , ଏହି ବନ୍ଧନ ବ୍ୟାଙ୍କର ମୋଟ ଡିପୋଜିଟ ଏକ ଲକ୍ଷ କୋଟି ଟଙ୍କା ଏବଂ ମୋଟ ଏଡ଼ଭାନସ ୯୦ ହଜାର କୋଟି ଟଙ୍କା ରହିଥିବା କହିଥିଲେ ।
ସେହିଭଳି ବ୍ୟାଙ୍କ ପକ୍ଷରୁ ସେଭିଙ୍ଗସ ଏକାଉଣ୍ଟ୍ , କରେଣ୍ଟ ଏକାଉଣ୍ଟ୍ , ଫିକ୍ସଡ ଡିପୋଜିଟ ପ୍ରଭୃତି ବ୍ୟବସ୍ଥା ରହିଥିବା ବେଳେ ସେଥିରେ ଥିବା ଆକର୍ଷଣୀୟ ସୁଧ ବ୍ୟବସ୍ଥା ସମ୍ପର୍କରେ କହିଥିଲେ ।
ଅନ୍ୟ ପକ୍ଷରେ , ସମସ୍ତ ଜିଲ୍ଲାରେ ଥିବା ବନ୍ଧନ ବ୍ୟାଙ୍କରେ ଲକରର ସୁବିଧା ବ୍ୟବସ୍ଥା ସହ ବ୍ୟାଙ୍କର ଋଣ ବ୍ୟବସ୍ଥା ମଧ୍ୟରେ ୨ ଚକିଆ ଓ ୪ ଚକିଆ ଗାଡ଼ି , ଗୋଲ୍ଡ-ଲୋନ, ପର୍ଶନାଲ ଓ ହୋମ ଲୋନ ଏବଂ ପ୍ରପର୍ଟି ଆଗେନଷ୍ଟ ଲୋନ ପ୍ରଭୃତି ଉପରେ ଋଣ ଦିଆଯିବା ବ୍ୟବସ୍ଥା ରହିଛି ବୋଲି ସୂଚନା ପ୍ରଦାନ କରିଥିଲେ ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବନ୍ଧନ ବ୍ୟାଙ୍କର ଏବି-ହେଡ ଶ୍ରୀ ବିଶ୍ୱଜିତ୍ ମିଶ୍ର ଏବଂ ଟେଲର ବାପିନି ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବ୍ୟାଙ୍କର ଅଧିକାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.