Odisha News

ଗଜପତି: ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ନୂଆ ବସଷ୍ଟାଣ୍ଡ ଠାରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଟିତ

ଗଜପତି, ୨୬/୯ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନୂଆ ବସଷ୍ଟାଣ୍ଡ ଠାରେ ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଗୌରଚନ୍ଦ୍ର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷଙ୍କ ସମେତ ପୌର ପରିଷଦର ସମସ୍ତ ଅଧିକାରୀ , ଇଞ୍ଜିନିୟର , କାଉନସିଲର , କର୍ମଚାରୀ , ସ୍ଵଚ୍ଛସାଥି ଏବଂ ସଫେଇ କର୍ମଚାରୀ ମାନେ ଏହି “ସ୍ଵଚ୍ଛତା ହିଁ ସେବା” କାର୍ଯ୍ୟକ୍ରମରେ ସାମିଲ ହୋଇ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସ୍ୱଚ୍ଛତା ର ବିଭିନ୍ନ ଦିଗ ଉପରେ ସଚେତନ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ସମସ୍ତେ ସାମିଲ ହୋଇ ନୂଆ ବସଷ୍ଟାଣ୍ଡ ପରିସର ସଫେଇ କରିଥିଲେ ।
ବସଷ୍ଟାଣ୍ଡର ବିଭିନ୍ନ ଅଳିଆ ଅପରିଷ୍କାର ସ୍ଥାନ ସବୁ ଝାଡୁ ମାରି ସଫେଇ କରିବା ସହ ପରିସରରେ ଥିବା ସମସ୍ତ ମଇଳା , ଅଳିଆ ଆବର୍ଜନା ଓ ଅନାବନା ଗଛ ସବୁ ମିଳିତ ଭାବେ ସଫା କରିଥିଲେ ।
ପରେ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗୌରଚନ୍ଦ୍ର ପଟ୍ଟନାୟକ ଏବଂ ଅଧିକାରୀ ଶ୍ରୀମତୀ ଇଁ: ମଧୁସ୍ମିତା ଦାସ କହିଛନ୍ତି ଯେ , ସ୍ୱଚ୍ଛତା ହିଁ ସେବା ଏହା ମନୁଷ୍ୟର ପ୍ରକୃତି ହେବା ଉଚିତ , ଯାହାକି , ସ୍ୱଭାବରେ ହିଁ ସ୍ୱଚ୍ଛତା ଲକ୍ଷ୍ୟ କରା ଯାଇଥାଏ ।
ଏଥିରେ ମନୁଷ୍ୟର ପ୍ରକୃତି ଅନ୍ତର୍ଭୁକ୍ତ ହୋଇଗଲେ ପ୍ରତ୍ୟେକ ଲୋକ ନିଜ ଘରଠାରୁ ସ୍ୱଚ୍ଛତା ଆରମ୍ଭ କରିବେ ଏବଂ ଏହା ସମାଜ ସହିତ ଦେଶ ଓ ଜାତି ପାଇଁ ମଧ୍ୟ ସ୍ୱଚ୍ଛତା ରଖିପାରିବେ ।
ଏ ଦିଗରେ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।
ନାଳରେ କେହି ମଇଳା ପକାନ୍ତୁ ନାହିଁ , ଏହା ହେଲେ ନାଳ ଜମିରହି ନାଳର ଆବର୍ଜନା ପାଣି ରାସ୍ତା ଉପରେ ଗଡିବ ଏବଂ ଦୁର୍ଗନ୍ଧ ପରିବେଶ ସୃଷ୍ଟି ହୋଇ ଟା ଦ୍ଵାରା ରୋଗବ୍ୟାଧି ହେବା ସମ୍ଭାବନା ରହିବ ।
ତେଣୁ ଘର ବାଟକୁ ପୌର ପରିଷଦର ଆସୁଥିବା ସଫେଇ ଗାଡ଼ିରେ ଘରର ବାହାରୁଥିବା ମଇଳା ଓ ପରିବା ଚୋପା ସେହି ଗାଡ଼ିରେ ଭିନ୍ନ ଭିନ୍ନ ଭାବେ ପକାଇବେ ।
ପରିବେଶ ସ୍ଵଚ୍ଛ ଓ ନିର୍ମଳ ରହିବା ପାଇଁ ସଦାସର୍ବଦା ତତ୍ପର ରହିବା ସହିତ ଅନ୍ୟମାନଙ୍କୁ ଭି ପ୍ରେରଣା ଦେବା ପାଇଁ ଆଗ୍ରହ ପ୍ରକାଶ କରିବା ସହ ଏ ଦିଗରେ ସମସ୍ତେ ସହଯୋଗ କରି ନିଜ ନିଜ ଘର ପରିବେଶ ପରିସ୍କାର କରିବା ପାଇଁ କହିଥିଲେ ।

Related Posts

Seo wordpress plugin by www.seowizard.org.