Odisha News

ଗଜପତି: ” ନିୟତି ” ଭିନ୍ନକ୍ଷମ ଅନୁଷ୍ଠାନ ଆନୁକୁଲ୍ୟରେ ଭିନ୍ନକ୍ଷମ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି ,୧୮/୧୧: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠ ସ୍ଥିତ କାଶୀନଗର ବ୍ଲକର ରାଣିପେଣ୍ଠା ଗ୍ରାମ ଠାରେ ଥିବା ଭିନ୍ନକ୍ଷମ ଅନୁଷ୍ଠାନ “ନିୟତି” କାର୍ଯ୍ୟାଳୟ ପରିସରରେ ଅନୁଷ୍ଠାନର ସମସ୍ତ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବିଶିଷ୍ଟ ବଦାନ୍ୟ ବ୍ୟକ୍ତି ଶିକ୍ଷାବିତ୍ ଶ୍ରୀ ମହେଶ ଚରଣ ଦାଶଙ୍କ ପକ୍ଷରୁ ଏଭଳି ମହତ କାର୍ଯ୍ୟ ସ୍ୱରୂପ ଅନୁଷ୍ଠାନର ସମସ୍ତ ତଥା ୪୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୀତବସ୍ତ୍ର (ସୁଇଟର ପୋଷାକ) ବଣ୍ଟନ କରାଯାଇଛି ।
ଏଭଳି ମହତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଥା ଏସପି: ଶ୍ରୀ ଜୟରାମ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦେଶ ଓ ଜାତିର ଶ୍ରେଷ୍ଠତାକୁ ବୃଦ୍ଧି କରାଇବାକୁ ହେଲେ ଭାରତୀୟ ମାନେ ଭିନ୍ନକ୍ଷମଙ୍କ ପ୍ରତି ସମ୍ମାନ ଜଣାଇବାକୁ ପଡିଵ କହିଥିଲେ ଏବଂ ପରେ ସଂପୃକ୍ତ ମାନଙ୍କୁ ଶୀତବସ୍ତ୍ର ପୋଷାକ ବଣ୍ଟନ କରିଥିଲେ ।
ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶିକ୍ଷାବିତ୍ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଶ୍ରୀ ଭାଗବତ ପାଢ଼ୀ , ଅଧ୍ୟାପକ ଡଃ ଅଜୟ ତ୍ରିପାଠୀ , ଅନୁଷ୍ଠାନର ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ସୁଶ୍ରୀ ଶାଶ୍ଵତୀ ବେବର୍ତ୍ତା , ଅନିତା ଅଧିକାରୀ , ରୁଚି ଅଧିକାରୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଶେଷରେ ଉପସ୍ଥିତ ସମସ୍ତଙ୍କୁ ଅଧ୍ୟାପକ ଶ୍ରୀ ସୌଦାଗର ସିଅ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.