Odisha News

ଗଜପତି: ତିନି ମାତୃପିତ୍ରୁହୀନ ଶିଶୁଙ୍କ ଦାୟିତ୍ଵ ନେଲା ଜିଲ୍ଲା ପ୍ରଶାସନ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୨୧/୯: ଗଜପତି ଜିଲ୍ଲାର ବାଳିକା ଶିଶୁ ଅନୁଷ୍ଠାନରେ ରହୁଥିବା ଦୁଇଜଣ ମାତୃପିତ୍ରୁହୀନ ଶିଶୁକନ୍ୟା ଓ ଅଣ ଅନୁଷ୍ଠାନର ଜଣେ ମାତୃପିତ୍ରୁହୀନ ଶିଶୁକନ୍ୟା ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଯୋଗୁଁ ସେମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଭୁବନେଶ୍ଵର ସ୍ଥିତ ସିଭି: ରମଣ ବୈଷୟିକ ବିଶ୍ୱବିଦ୍ୟାଳୟରେ ସେମାନଙ୍କ ନାମଲେଖା କରାଯାଇଛି । ଯେଉଁଠାରେ କି ମାଗଣାରେ ଶିଶୁମାନେ ଖାଇବା , ରହିବା ଓ ପାଠ ପଡ଼ିବାର ସମସ୍ତ ସୁବିଧା ପାଇପାରିବେ ।
ସିଭି ରମଣ ବୈଷୟିକ ବିଶ୍ଵବିଦ୍ୟାଳୟରେ ସାଧାରଣ ଶିଶୁମାନେ ପାଠ ପଢିବା ଏକ ସ୍ବପ୍ନ ହୋଇପାରେ , କିନ୍ତୁ ଗଜପତି ଜିଲ୍ଲା ପ୍ରଶାସନଙ୍କ ସହାୟତାରେ ଉକ୍ତ ତିନିଜଣ ଶିଶୁକନ୍ୟା ସିଭି: ରମଣ ବିଶ୍ୱବିଦ୍ୟାଳୟରେ ପାଠପଢି ତାଙ୍କ ସ୍ବପ୍ନକୁ ସାକାର କରିବା ଦିଗରେ ସାହାଯ୍ୟ ପାଇଁ ଆଗକୁ ବଢ଼ିପାରିବେ । ଯାହାଦ୍ବାରା ସେହି ଶିଶୁମାନେ ଭବିଷ୍ୟତରେ ସ୍ୱାବଲମ୍ବୀ ହେବା ସହ ସମାଜରେ ସସମ୍ମାନରେ ବଞ୍ଚିପାରିବେ ।
ଏହିବିଶ୍ୱବିଦ୍ୟାଲେ ଉପରୋକ୍ତ ଶିଶୁ ମାନଙ୍କ ପାଇଁ ଏମ-ଟେକ୍ ପର୍ଯ୍ୟନ୍ତ ମାଗଣାରେ ପଢିବା ପାଇଁ ସୁଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଯାଇଛି ।
ଏହି କାର୍ଯ୍ୟକ୍ରମକୁ କଟକର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସଂଯୋଗ” ସହଯୋଗ କରିଥିବା ଜଣାଯାଇଛି ।

Related Posts

Seo wordpress plugin by www.seowizard.org.