Odisha News

ଗଜପତି: ଜିଲ୍ଲା ସ୍ତରୀୟ ହିନ୍ଦୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ୧୦ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୬/୮: ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ- ଆଗ୍ରାର ଭୁବନେଶ୍ୱର କେନ୍ଦ୍ର , ଓଡିଶା ଶାଖା ତରଫରୁ ଜିଲ୍ଲା ସ୍ତରୀୟ ହିନ୍ଦୀ ଶିକ୍ଷକ ମାନଙ୍କ ୧୦ ଦିନିଆ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।
ଏହି ପ୍ରଶିକ୍ଷଣ ଶିବିର ୧୪/୮/୨୦୨୩ ଠାରୁ ୨୫/୮/୨୦୨୩ ପର୍ଯ୍ୟନ୍ତ ୧୦ ଦିନଧରି ଜିଲ୍ଲା ଶିକ୍ଷଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଜପତି ଜିଲ୍ଲା ହିନ୍ଦୀ ଶିକ୍ଷକ ମାନଙ୍କର ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଚାଲିବ ।
ଆଜିର ଏହି ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନର ନିର୍ଦେଶକ ଡଃ ରଞ୍ଜନ କୁମାର ଦାସ , ଡଃ ଚନ୍ଦ୍ର ପ୍ରତାପ ସିଂ ସମ୍ବଳ ସାଧନ ଅଧିକାରୀ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଆମ୍ପୋଲୁ ରବି କୁମାର ଏବଂ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଶିବିର କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୭୦ ଜଣ ପ୍ରଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଛନ୍ତି ଓ ପ୍ରଶିକ୍ଷାର୍ଥୀ ମାନଙ୍କ ମଧ୍ୟରୁ ଶ୍ରୀ ଶରତ ଚନ୍ଦ୍ର ପାଢ଼ୀ , ଶ୍ରୀ ସରୋଜ କୁମାର ଭୂୟାଁ , ଚନ୍ଦ୍ରକାନ୍ତି ନାୟକ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା ଓ ପରିଚାଳନା କରୁଛନ୍ତି ।
ଏଭଳି ଏକ ପ୍ରଶିକ୍ଷଣ ଶିବିର ଗଜପତି ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ଯୋଗୁଁ ଗଜପତି ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ଡଃ ରଞ୍ଜନ କୁମାର ଦାସ , ନିର୍ଦେଶକ, କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ ଓ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ ମହୋଦୟ\’ଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

Related Posts

Seo wordpress plugin by www.seowizard.org.