Odisha News

ଗଜପତି: ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ- ୨୦୨୨-୨୩ ଓ ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତା କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୧/୧୨:ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ସମେତ ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ ଯୋଗଦେଇ ବିଜ୍ଞାନ , ଗଣିତ ଓ ପରିବେଶ ପ୍ରଦର୍ଶନୀ ସମନ୍ଧୀୟ ସୂଚନା ଦେଇ ଛାତ୍ର ଛାତ୍ରୀମାନଙ୍କ ପ୍ରତି ଅନୁରାଗୀ ମନୋବଳ ବୃଦ୍ଧି ହେବା ପାଇଁ ପ୍ରେରଣା ଦେଇଥିଲେ କ୍ଷ ଅନ୍ୟପକ୍ଷରେ ବିଜ୍ଞାନର ଅଗ୍ରଗତିକୁ ନିମନ୍ତ୍ରଣ କରିବା ସହ ଏହାର କୁପ୍ରଭାବକୁ ମଧ୍ୟ ଏଡ଼ାଇବା ପାଇଁ ଚେଷ୍ଠା କରିବାକୁ ଉପଦେଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଉତ୍ତିଦ-ବିଜ୍ଞାନ ବିଭାଗ ପ୍ରଫେସର ଡଃ ଜିତେନ୍ଦ୍ର ନାଥ ପଟ୍ଟନାୟକ ଯୋଗଦେଇ ବିଜ୍ଞାନର ମହାନତା ଓ ଅବଦାନ ସମ୍ପର୍କରେ କହି ଉନ୍ନତ ମାନର ପ୍ରକଳ୍ପ ପ୍ରସ୍ତୁତି କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ଜିଲ୍ଲା ସ୍ତରୀୟ ବିଜ୍ଞାନ , ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳାରେ ଜିଲ୍ଲାର ୭ ଗୋଟି ବ୍ଲକ ଓ ଗୋଟିଏ ମ୍ୟୁନିସିପାଲିଟି ର ମୋଟ ୧୦୮ ଗୋଟି ବିଜ୍ଞାନ ଗଣିତ ପ୍ରକଳ୍ପ ପ୍ରଦର୍ଶୀତ ହୋଇଛି କ୍ଷ ଏହି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ବ୍ୟତୀତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପରିବେଶ ଅଧ୍ୟୟନ , ବିଜ୍ଞାନ କୁଇଜ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୃତି ଅନୁଷ୍ଠିତ ହେବ ।
ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆସନ୍ତା କାଲି ଉଦଯାପନ ଉତ୍ସବରେ ପ୍ରମାଣ ପାତ୍ର ଦେଇ ପୁରସ୍କୃତ କରାଯିବ ।
ଏହି କାର୍ଯ୍ୟକ୍ର଼ମରେ ସମ୍ମାନିତ ଅତିଥିଭାବେ ଶ୍ରୀ ଆମ୍ଫୋଲୁ ରବି କୁମାର , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗଜପତି ସମସ୍ତ ଆୟୋଜନ କାର୍ଯ୍ୟକ୍ରମ\’ର ବିବରଣୀ ଦେବା ସହ ବିଜ୍ଞାନ କିଭଳି ଆମକୁ ନିୟନ୍ତ୍ରଣ କରୁଛି ତାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
କାର‌୍ୟ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ ଜଣାଇବା ସହ ବିଜ୍ଞାନର ମହତ୍ତ୍ୱ-ପୂର୍ଣ୍ଣତା ଉପରେ ଆଲୋକପାତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ର଼ମରେ ଶ୍ରୀ ବାଳକୃଷ୍ଣ ପାତ୍ର , କାଉନସିଲର ୱାର୍ଡ-ନଂ -୪ , ଶ୍ରୀ ବାବୁନା ବେହେରା , କାଉନସିଲର ୱାର୍ଡ-ନଂ- ୩ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମଞ୍ଚାସିନ ଥିଲେ। ।
ଏହି କାର୍ଯ୍ୟକ୍ର଼ମରେ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ପ୍ରକଳ୍ପର ଗାଇଡ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଗଜପତି ଜିଲ୍ଲାର ଯୁବ ଶିକ୍ଷକ ମାନେ ସହଯୋଗ ପ୍ରଦାନ କରିଥିଲେ ।ବିଜ୍ଞାନ ଓ ଗଣିତ ପରିବେଶ ପ୍ରଦର୍ଶନୀ ରିଟାଏର୍ଡ ଶିକ୍ଷକ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ସମସ୍ତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଶିକ୍ଷକ ପ୍ରଫୁଲ୍ଲ କୁମାର ବରାଡ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ରିଟାଏର୍ଡ ଶିକ୍ଷକ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ସମସ୍ତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଶିକ୍ଷକ ପ୍ରଫୁଲ୍ଲ କୁମାର ବରାଡ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.