Odisha News

ଗଜପତି: ଜିଲ୍ଲାସ୍ତରୀୟ ୭୩ ତମ ସାଧାରଣତନ୍ତ୍ର ଦିବସ ସମାରୋହ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୬/୧ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ଠାରେ ଆଜି ଜିଲ୍ଲା ପ୍ରଶାସନର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଗଜପତି ଜିଲ୍ଲାସ୍ତରୀୟ ୭୩ ତମ ସାଧାରଣତନ୍ତ୍ର ସମାରୋହ–୨୦୨୨ ପାଳିତ ହୋଇଯାଇଛି। ।
ଏହି ସମାରୋହ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ ଦଳର ଅଭିବାଦନ ଗ୍ରହଣ କରିଥିଲେ ।
ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଥମେ ପାରଳା ମାଟିର ଗର୍ବ ଓ ଗୌରବ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ କହି ଜିଲ୍ଲାର ବିଭିନ୍ନ ଅଞ୍ଚଳର ମହାନ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତିଚାରଣ କରି ସେମାନଙ୍କ ତ୍ୟାଗ ଫଳରେ ଆଜି ଆମେ ଗର୍ବିତ ବୋଲି କହି ସେମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧଞ୍ଜଳି ଜ୍ଞାପନ କରିଥିଲେ ।
ବର୍ତ୍ତମାନ ଗତ କିଛିମାସ ଧରି କରୋନାର ତୃତୀୟ ଲହର ସାରା ଦେଶରେ ତାର କାୟା ବିସ୍ତାର କରି ଚାଲିଛି , ତେଣୁ ଆଜିର ଏହି ଶୁଭଦିନ ଅବସରରେ ଆମେ ସମସ୍ତେ ଶପଥ ନେବା ଯେ , ଆମେ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ସହ ସମସ୍ତେ କୋଭିଡ ଟୀକା ନେବା ।
ଅନ୍ୟପକ୍ଷରେ ଆମେ ସମସ୍ତେ ଗଜପତି ଜିଲ୍ଲାବାସୀ ଆମ ଜିଲ୍ଲା , ରାଜ୍ୟ ଓ ଦେଶର ଉନ୍ନତି ପାଇଁ ମିଳିମିଶି କାମ କରିବା ପାଇଁ ଆହ୍ବାନ କରିଥିଲେ ।
ଏହି ଅବସରରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରି ଶ୍ରେଷ୍ଠ ବିବେଚିତ ହୋଇଥିବା ବ୍ୟକ୍ତି ମାନଙ୍କୁ ଉପଢୌକନ ଓ ପ୍ରମାଣପତ୍ର ଦେଇ ସମ୍ମାନିତ କରା ଯାଇଥିଲା ଏବଂ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ବଣ୍ଟନ କରା ଯାଇଥିଲା।
କୋଭିଡ କଟକଣା ଯୋଗୁଁ ଏହି ସମାରୋହ କାର୍ଯ୍ୟକ୍ରମରେ ମାତ୍ର ୨ଟି ପୋଲିସ ପ୍ଲାଟୁନ ଓ ଗୋଟିଏ ମିଳିତ ବ୍ୟାଣ୍ଡ ଦଳ ଯଥା:- ତୃତୀୟ ସ୍ୱତନ୍ତ୍ର ସୁରକ୍ଷା ସଶସ୍ତ୍ର ବାଟାଲିଅନ ଏବଂ ଜିଲ୍ଲା ପୋଲିସ ସଶସ୍ତ୍ର ବାହିନୀଙ୍କ ସମେତ ଜିଲ୍ଲା ପୋଲିସ ଓ ୩ୟ ଏସଏସବିଏନର ମିଳିତ ବ୍ୟାଣ୍ଡ ଦଳ ଭାଗ ନେଇଥିଲେ।
ଏହି ପ୍ୟାରେଡ଼ ଦଳର ଆରଆଇ: ଶ୍ରୀ ଡମ୍ବରୁ ଧର ହନାଗା ଏବଂ ସରଜେଣ୍ଟ ଶ୍ରୀ ଏମ: ଲକ୍ଷ୍ମୀ ରଞ୍ଜନଙ୍କ ନେତୃତ୍ୱରେ ପରିଚାଳନା ହୋଇଥିଲା। ।
ଏହି ସମାରୋହ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , କମାନଡେଣ୍ଟ ଶ୍ରୀ ଜୁରିଆ ବେହେରା , ଏଏସପି: ଶ୍ରୀ ବାମଦେବ ସିଂହ , ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଡିଆଇପିଆରଓ: ଶ୍ରୀ ସ୍ୱରାଜ୍ୟ କୁମାର ଶିସା ଏବଂ ଡିସିପିୟୁ: ଶ୍ରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜିଲ୍ଲାସ୍ତରୀୟ ପ୍ରଶାସନିକଓ ପୋଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ। ।

Related Posts

Seo wordpress plugin by www.seowizard.org.