Odisha News

ଗଜପତି:, ଜିଲ୍ଲାସ୍ତରୀୟ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୨/୧୨:ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶ୍ୱାସ ଥହ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ସାର୍ବଜନୀନ ସ୍ୱାସ୍ଥ୍ୟ-ସେବା ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ଅଧ୍ୟକ୍ଷତା କରି ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରି ଆମର ଉପଲବ୍ଧ ହେଉଥିବା ସ୍ୱାସ୍ଥ୍ୟସେବା , ତାହା ସମସ୍ତଙ୍କ ଠାରେ ପହଞ୍ଚିବା ଆବଶ୍ୟକ । ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଯେଉଁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନେ ଅଛନ୍ତି ସେମାନେ ସମସ୍ତଙ୍କୁ , ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟା ଉପରେ ବୁଝାଇ ସଚେତନ କରାଇବା ଦିଗରେ ଗୁରୁତ୍ୱାରୋପ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଡିଏମଓ: ଡ଼ାଃ ପ୍ରମୋଦ କୁମାର ପଣ୍ଡା , ଏଡିପିଏଚଓ: ଡ଼ାଃ ମହେନ୍ଦ୍ର କୁମାର ଭୂୟାଁ , ଏସଏମଓ:- ଡ଼ାଃ ବିଜୟ କୁମାର ସାହୁ ଡିଏମଆରସିଏଚ: ଶ୍ରୀମତୀ ପ୍ରଣତି ସାହୁ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ପ୍ରତିଷେଧକ , ପ୍ରତିବର୍ଦ୍ଧକ୍ ଓ ପ୍ରତିକାରାତ୍ମକ ସ୍ୱାସ୍ଥ୍ୟସେବା ସମସ୍ତଙ୍କ ପାଇଁ ସବୁ ସମୟରେ ଓ ସବୁଠାରେ ସହଜରେ ଉପଲବ୍ଧ କରାଯିବା ଉପରେ କହିଥିଲେ ।
କାର୍ଯ୍ୟକ୍ରମରେ ଏଡିପିଏଚସିଓ ତଥା ଏସଆଇ: ଶ୍ରୀ ନେତ୍ରାନନ୍ଦ ଶତପଥି ପରିଚାଳନା କରି ରହିଥିବା ଶୀର୍ଷକ \”ଆମେ ଚାହୁଁଥିବା ଆଗାମୀ କାଲିର ସୁସ୍ଥ ସମାଜ ଗଢ଼ିବା\” ର ବିଭିନ୍ନ ଦିଗ ସମ୍ପର୍କରେ କହି ଏଥିପାଇଁ ଦୈନନ୍ଦିନ ଜୀବନରେ ଖାଦ୍ୟପେୟ ଜାଗ୍ରତ ସହ ସୁସ୍ଥ ଓ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଶାରୀରିକ ବ୍ୟାୟାମ ଓ ପ୍ରାଣାୟାମ ହେଲେ ବିଭିନ୍ନ ସମୟ\’ରେ ଦେଖା ଦେଉଥିବା ଅଣ ସଂକ୍ରାମକ ରୋଗ ଆଉ ହେବନି , ଆମେ ସୁସ୍ଥ ରହିବା ବୋଲି କହିଥିଲେ ।

Related Posts

Seo wordpress plugin by www.seowizard.org.