Odisha News

ଗଜପତି: ଜିଲ୍ଲାସ୍ତରୀୟ ବିକାଶ ମେଳା, ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ମେଳା ଓ ଆମ୍ବ ମେଳା ଉପରେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୨/୬ : ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବିକାଶ ମେଳା , ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ଆମ୍ବ ମେଳା ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇ କହି ,ଜିଲ୍ଲାସ୍ତରୀୟ ବିକାଶ ମେଳା, ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ମେଳା ଓ ଆମ୍ବ ମେଳା ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ।
ସରକାର ଗଠନର ଏକବର୍ଷ ଉପଲବ୍ଧିରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇ ବିକଶିତ ଓଡିଶା ପାଇଁ ପ୍ରଚେଷ୍ଟା ଅବ୍ୟାହତ ରହିଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ଗତ ଏକ ବର୍ଷ ମଧ୍ୟରେ କେଉଁ ସବୁ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି ତାହାକୁ ଲୋକ ଲୋଚନରେ ପ୍ରକାଶ କରିବା ଉଦ୍ଦେଶ୍ୟରେ ସମଗ୍ର ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଆୟୋଜିତ ହେଉଛି ବିକାଶ ମେଳା ଏବଂ ବିକାଶ ବାହନ ଯାତ୍ରା ।
ସରକାରଙ୍କ ଆଭିମୁଖ୍ୟ ରହିଛି ଯେ , ସରକାରଙ୍କ ଦ୍ବାରା ଗ୍ରହଣ କରା ଯାଇଥିବା ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣ ଅବଗତ ହେବେ ଏବଂ କେଉଁ ଯୋଜନାରୁ କିଭଳି ଲୋକେ ଉପକୃତ ହୋଇପାରିବେ ସେହି ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କୁ ବ୍ୟାପକ କରାଯିବ । ଏହି ପରିପ୍ରେକ୍ଷୀରେ ଗଜପତି ଷ୍ଟାଡିୟମ୍ ଠାରେ ଆସନ୍ତା ତା.୧୪.୦୬.୨୦୨୫ ରିଖ ଠାରୁ ତା.୨୦.୦୬.୨୦୨୫ ରିଖପର୍ଯ୍ୟନ୍ତ ସାତ ଦିନ ଧରି ଆୟୋଜିତ ହେବ ଜିଲ୍ଲାସ୍ତରୀୟ ବିକାଶମେଳା, ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ମେଳା ଓ ଆମ୍ବ ମେଳା ।
ଏହି ମେଳାରେ ବିଭିନ୍ନ ଲାଇନ୍ ବିଭାଗ ସମେତ ପଞ୍ଚୟତି ରାଜ ବିଭାଗ ପକ୍ଷରୁ ୭୭ ଗୋଟି ଷ୍ଟଲ ଗୁଡିକ ପ୍ରସ୍ତୁତ କରାଯାଉଛି ।
ପ୍ରତ୍ୟେକ ବିଭାଗ ପକ୍ଷରୁ ସମସ୍ତ ସେବା ପ୍ରଦାନ କରାଯାଉଅଛି ତାହା ଉକ୍ତ ଷ୍ଟଲ ଗୁଡିକରେ ଦର୍ଶାଇ ଦିଆଯିବ । ଏଥି ସହିତ ରାଜ୍ୟର ସମସ୍ତ ଜିଲ୍ଲାର ମହିଳା ସ୍ଵୟଂସହାୟିକା ଗୋଷ୍ଠୀ ମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନୀ ଓ ବିକ୍ରିବଟା ହେବ ।
ମିଶନ୍ ଶକ୍ତି ମା ମାନଙ୍କ ଦ୍ଵାରା ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ଓ ପ୍ରଦର୍ଶନ ହେବ । ପ୍ରତ୍ୟେକ ଦିନ ପୂର୍ବାହ୍ନରେ ବିଭିନ୍ନ ବିଭାଗ ଦ୍ଵାରା କର୍ମଶାଳା, ଆଲୋଚନା ଚକ୍ର ଏବଂ ପ୍ରଶିକ୍ଷଣ ଶିବିର ଆୟୋଜନ କରି ହିତାଧିକାରୀ ମାନଙ୍କୁ ପରାମର୍ଶ ପ୍ରଦାନ କରାଯିବ ଏବଂ ପ୍ରତ୍ୟେକ ଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଏହା ସହିତ ଗଜପତି ଜିଳ୍ଲାର ୧୩୯ ଗୋଟି ଗ୍ରାମ୍ୟ ପଞ୍ଚାୟତରେ ବିକାଶ ବାହନ ଯାତ୍ରା ଭ୍ରମଣ କରିବ । ଏହି ବାହନଟି ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କରିବ ।
ପଞ୍ଚାୟତରେ ପ୍ରଚାର ପ୍ରସାର ସମୟରେ ବିଭିନ୍ନ ବିଭାଗର ଜନହିତକର ସେବା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଅଛି ।
ଆଧାରକାର୍ଡ ପଞ୍ଜିକରଣ, ରାଜସ୍ଵ ପଟ୍ଟା ପ୍ରଦାନ , କିଷାନ କ୍ରେଡିଟ୍ କାର୍ଡ ବଣ୍ଟନ , ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଜ୍ୟୋତି ଯୋଜନାର ଆବେଦନ ପ୍ରକ୍ରିୟା ସଚେତନତା ସହିତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ବାରା ଅନ୍ତୋଦୟ ଗୃହ ଯୋଜନା , ପ୍ରଧାନମନ୍ତ୍ରୀ ଜନମନ ଯୋଜନା , ଜବକ୍ରା୍ଡ ବଣ୍ଟନ , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ଵାରା ରାସନ୍ କାର୍ଡ , ଉଜ୍ଜଳା , କୃଷି ବିଭାଗ ଦ୍ବାରା ମୁଖ୍ୟମନ୍ତ୍ରୀ କିଷାନ ଯୋଜନା, ପ୍ରଧାନ ମନ୍ତ୍ରୀ କିଷାନ ଯୋଜନା , ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ଵାରା ବାସିନ୍ଦା, ଉତ୍ତରାଧିକାରୀ ପ୍ରମାଣ ପତ୍ର , ଆୟ , ଜାତିଗତ ପ୍ରମାଣ ପତ୍ର , ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ପ୍ରଧାନମନ୍ତ୍ରୀ ଭୟ ବନ୍ଦନା ଯୋଜନା , ସିକିଲସେଲ୍ , ଯକ୍ଷ୍ମା , ଔଷଧ ସିଞ୍ଚନ କରାଯାଇଥିବା ମଶାରୀ ବଣ୍ଟନ , ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି , ଅନୁସୂଚୀତ ଜାତି ଓ ଜନଜାତିଙ୍କୁ ପଟ୍ଟା , ମାଧୋସିଂ ହାତଖର୍ଚ୍ଚ ଯୋଜନା , ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ସୁଭଦ୍ରା ଯୋଜନା , ମମତା ଯୋଜନା , ମିଶନ୍ ଶକ୍ତି ଦ୍ଵାରା ଲକ୍ଷପତି ଦିଦି , ଜଙ୍ଗଲ ଓ ପରିବେଶ ବିଭାଗ , ଯୋଗ୍ୟ ବିବେଚିତ ଯୁବକ ଯୁବତୀ ମାନଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରଦାନ କରାଯାଇ ସେମାନେ କିଭଳି ଆତ୍ମନିର୍ଭରଶୀଳ ହେବେ ସେଦିଗରେ ସଚେତନତା କରାଯିବ ।
ଅର୍ଥ ବିଭାଗ ଦ୍ବାରା ଜନଧନ ଆକାଉଣ୍ଟ ଖୋଲିବା, ହସ୍ତତନ୍ତ ଓ ବୟନ ଦ୍ଵାରା ବୁଣାଳୀ ମାନଙ୍କୁ ପେନସନ୍ ଯୋଜନା , ଶ୍ରମ ଓ କର୍ମଚାରୀ ବୀମା ଯୋଜନା ଦ୍ଵାରା ଶ୍ରମ କାର୍ଡ , ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା , ଏମ୍ଏସ୍ଏମ୍ଇ ଦ୍ଵାରା ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା , କିଷାନ କ୍ରେଡିଟ୍ କାର୍ଡ ପ୍ରଦାନ , ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତା କରାଯିବ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ , ଡେପୁଟି ସିଇଓ ଓରର୍ମାସ ଶ୍ରୀ ସୁବଳ ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ।

Related Posts