Odisha News

ଗଜପତି : ଜିଲ୍ଲାସ୍ତରୀୟ ବିକାଶ ମେଳା ପାଇଁ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୬/୯ : ଗଜପତି ଜିଲ୍ଲାସ୍ତରୀୟ ବିକାଶ ମେଳା ଆୟୋଜନ ନିମନ୍ତେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଆସନ୍ତା ୨୦ ଠାରୁ ୨୨ ତାରିଖ ମଧ୍ୟରେ ବିଭିନ୍ନ ବିଭାଗର ସମନ୍ବୟରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଗଜପତି ଷ୍ଟାଡିୟମ୍ ଠାରେ ଆୟୋଜିତ ହେବ । ଏହି ବିକାଶ ମେଳାର ଉଦ୍ଦେଶ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଫଳପ୍ରସୂ ପଦକ୍ଷେପ ପ୍ରଣୀତ ବିବିଧ ଯୋଜନା ଗୁଡିକ ସଂପର୍କରେ ସଚେତନତା କରାଯିବ।
ସେହିପରି ଉଦ୍ଦେଶ୍ୟ ଓ କାର୍ଯ୍ୟନ୍ଵୟନ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ବହୁବିଧ କଲ୍ୟାଣକାରୀ ଦିଗ ଗୁଡ଼ିକ ସମ୍ପର୍କରେ ଜନ ସଚେତନା ସୃଷ୍ଟି କରିବା ଇତ୍ୟାଦି।
ଏହି ସମନ୍ବୟ ବୈଠକରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ , ମିଶନ ଶକ୍ତି ବିଭାଗ , ପୂର୍ବ ବିଭାଗ , ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ , ସୂଚନା ଓ ଲୋକସମ୍ପର୍କ ବିଭାଗ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ସମନ୍ବିତ ସ‌ହ‌ଯୋଗରେ ଏହି କାର୍ଯ୍ୟକ୍ରମ ଜନସାମାବେଶ , ଉନ୍ନୟନ ପ୍ରଦର୍ଶନୀ , ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ହେବ।
ଏହି ଅବସରରେ ଜିଲ୍ଲାର ଲୋକକଳାକାରଙ୍କୁ ନେଇ ତିନି ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼ଃ ଗୁଣନିଧି ନାୟକ , ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ମାଧବ ନନ୍ଦ ନାୟକ , ଡିଏସପି ଡ଼.ଚନ୍ଦ୍ର ଶେଖର ହୋତାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ପ୍ରମୁଖ ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.