Odisha News

ଗଜପତି: ଜିଲ୍ଲାସ୍ତରୀୟ ଜାତୀୟ ନବଜାତ ଶିଶୁ ସପ୍ତାହ ଏବଂ ବିଶ୍ଵ ନିମୋନିଆ ଦିବସ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୬/୧୧: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପ୍ରସୂତି-କାଳୀନ ଏବଂ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜି ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ନବଜାତ ଶିଶୁ ସପ୍ତାହ ଏବଂ ବିଶ୍ଵ ନିମୋନିଆ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ନବଜାତ ଶିଶୁ ଏବଂ ନିମୋନିଆ ରୋଗର ବିଭିନ୍ନ ଦିଗ ଉପରେ କହି ନିମୋନିଆ କଣ , ଏହାର ସଂକ୍ରମଣତା , ଏହାର ଲକ୍ଷଣ ଓ କିଭଳି ଚିହ୍ନିବେ ଏବଂ ନିମୋନିଆରୁ ରକ୍ଷା ପାଇବା ପାଇଁ ଉପାୟ ପ୍ରଭୃତି କହି ରୋଗ ଲକ୍ଷଣ ଦେଖା ଦେଲେ ଘରୋଇ ଚିକିତ୍ସାରେ ସମୟ ନଷ୍ଟ ନ କରି ତୁରନ୍ତ ସ୍ବାସ୍ଥ୍ୟକର୍ମୀ ପାଖକୁ କିମ୍ବା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡ଼ାଃ ପ୍ରମୋଦ କୁମାର ପଣ୍ଡା , ଏଡିପିଏଚଓ: ଡ଼ାଃ ମହେନ୍ଦ୍ର ଭୂୟାଁ , ଜାତୀୟ ସ୍ୱାସ୍ଥ୍ୟ ମିଶନ ଡିପିଏମ: ସୌମ୍ୟାରାଣୀ ଗୌଡ଼ , ଶିଶୁ ରୋଗ ବିଶେଷଜ୍ଞ ଡ଼ାଃ ପ୍ରଶାନ୍ତ ପାଢ଼ୀ , ଡିଏମଆରସିଏଚ: ଶ୍ରୀମତୀ ପ୍ରଣତି ସାହୁ ପ୍ରମୁଖ ମଞ୍ଚାସିନ ରହି ନିମୋନିଆ ରୋଗ ଓ ନବଜାତ ଶିଶୁର ଯତ୍ନ ଉପରେ ବିଭିନ୍ନ ଉପାଦେୟ ତଥ୍ୟ ଉପରେ କହି ପ୍ରସୂତି ମା ମାନେ ସଚେତନ ହେଲେ ଏଭଳି ରୋଗରୁ ଶିଶୁ ଯତ୍ନ କରିହେବ ବୋଲି କହିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ସିଡିଏମଓ: କାର୍ଯ୍ୟାଳୟର ଜିଲ୍ଲା ପରିସଂଖ୍ୟାନ ନିରୀକ୍ଷକ ଶ୍ରୀ ନେତ୍ରାନନ୍ଦ ଶତପଥୀ ପ୍ରାରମ୍ଭିକ ସୂଚନା ପ୍ରଦାନ କାରୀ କାର‌୍ୟ୍ୟକ୍ରମ ପାଳନର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ଏବଂ ଏଡିପିଏଚସିଓ: ଶ୍ରୀମତୀ ନୟନା ମଲ୍ଲିକ , ମା ଓ ଶିଶୁ ସଂଯୋଜକ ସିପ୍ରା ବଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମ୍ୟାନେଜର ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଗର୍ଭବତୀ ଓ ପ୍ରସୂତି ମା , ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ , ମହିଳା ସ୍ବାସ୍ଥ୍ୟକର୍ମୀ ଏବଂ ଏଏନଏମ: ତାଲିମ ଛାତ୍ରୀ ମାନେ ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.