Odisha News

ଗଜପତି: ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ , ୧ ଲକ୍ଷ ୯୮ ହଜାର ୨୪୧ ଜଣ ଶିଶୁଙ୍କୁ ଏବଂ ୨୨ ହଜାର ୫୮୦ ଜଣ ପ୍ରଜନନ କ୍ଷମ ମହିଳାଙ୍କୁ ଔଷଧ ଦେବା ଲକ୍ଷ୍ୟଧାର୍ଯ୍ୟ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୦/୮: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ନୂଆ କେରାଣ୍ଡି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ସୌମ୍ୟାରାଣୀ ଗୌଡଙ୍କ ପୌରହିତ୍ୟରେ ଜିଲ୍ଲାବ୍ୟାପୀ କୃମିନାଶକ କାର୍ଯ୍ୟକ୍ରମର ଅନୁଷ୍ଠିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏଡିପିଏଚଓ: ପରିବାର କଲ୍ୟାଣ ତଥା ଭାରପ୍ରାପ୍ତ ସିଡିଏମଓ: ଡ଼ାଃ ମହେନ୍ଦ୍ର ଭୂୟାଁ ଏବଂ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧ୍ୟିକ୍ଷକ ଡ଼ାଃ ପତିତପାବନ ବାରୀକ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।
ସେମାନେ ମୁଖ୍ୟତଃ କୃମି କଣ , ଏହା କାହିଁକି ହୋଇଥାଏ ଏବଂ ପିଲାମାନଙ୍କ ଉପରେ କୃମି ସଂକ୍ରମଣର ପ୍ରଭାବ ସମ୍ପର୍କରେ କହି କୃମି ଔଷଧ ସେବନ କରିବା ଦ୍ୱାରା ଏହା କିଭଳି ପିଲାକୁ ରୋଗମୁକ୍ତ କରିବା ସହ ଏହା ଶରୀର ରକ୍ତହୀନତା ନିୟନ୍ତ୍ରଣ କରିବା ଓ ଖାଦ୍ୟ ଗ୍ରହଣ ପରିମାଣ ବୃଦ୍ଧି କରିବା ସହ ମାନସିକ ସ୍ଥିରତା ଆଣିବା ଓ ପାଠପଢ଼ା ଦକ୍ଷତା ବୃଦ୍ଧି ଏବଂ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଉପସ୍ଥାନ ବୃଦ୍ଧି କରିବାରେ ବିଶେଷ ସହାୟକ ହୋଇଥାଏ ସେ ସମ୍ପର୍କରେ କହି , ଜିଲ୍ଲାବ୍ୟାପୀ କାର୍ଯ୍ୟକ୍ରମର ସଫଳତା ସହ କୃମିମୁକ୍ତ ତଥା ଏନିମିଆ ମୁକ୍ତ ସମାଜ ଗଠନରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଅନ୍ୟପକ୍ଷରେ ଏ ସମ୍ପର୍କରେ ଅଧିକ ସୂଚନା ଦେଇ ସେମାନେ କହିଥିଲେ ଯେ , ଏହି କାର୍ଯ୍ୟକ୍ରମରେ ଚଳିତ ଥର ଜିଲ୍ଲାରେ ଥିବା ୧ ହଜାର ୨ଟି ସ୍କୁଲ ଏବଂ ୨ ହଜାର ୪୩୬ ଟି ଅଙ୍ଗନବାଡି ସମେତ ଏଥି ବ୍ୟତୀତ ରହି ଯାଇଥିବା ମୋଟ ୧ ଲକ୍ଷ୍ୟ ୯୮ହଜାର ୨୪୧ ଜଣ ୧ ରୁ ୧୯ ବର୍ଷ ବୟସର ସବୁ ପିଲାଙ୍କୁ କୃମି ଔଷଧ ଦିଆଯିବା ସହ ୨୦ ରୁ ୨୪ ବର୍ଷ ବୟସର ସମସ୍ତ ୨୨ ହଜାର ୫୮୦ ଜଣ ପ୍ରଜନନକ୍ଷମ ମହିଳା ମାନଙ୍କୁ କୃମୀନାଶକ ଔଷଧ ଖାଇବାକୁ ଦିଆଯିବା ଲକ୍ଷ୍ୟଧାର‌୍ୟ୍ୟ ରହିଛି । ଏହା ଜିଲ୍ଲାର ସମସ୍ତ ସ୍କୁଲ , ଅଙ୍ଗନବାଡି କେନ୍ଦ୍ର ଓ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଦିଆହେବ । ଆଜି ଶୁଭାରମ୍ଭ ହୋଇଥିବା ଦିନ (୧୦ ତାରିଖ)ରେ ଯେଉଁ ପିଲା କୌଣସି କାରଣରୁ କୃମିନାଶକ ଔଷଧ ଖାଇପାରି ନ ଥିବେ ସେମାନେ ଚଳିତ ମାସର ଆଉ ୭ ଦିନ ପରେ ଅର୍ଥାତ ଅଗଷ୍ଟ ୧୭ ତାରିଖ ଦିନ ଏହି ଔଷଧ ଖାଇପାରିବେ ବୋଲି କହିଥିଲେ ।।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଥିବା ଅତିଥି ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ ଟି: କିଶୋର କୁମାର , ଏବିଇଓ: ଶ୍ରୀ ଏନ: ବିମଳ , ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଏମ: ରବି କୁମାର ଏବଂ ଜିଲ୍ଲା ଆଶା ସହକାରୀ ପ୍ରବନ୍ଧକ ଶ୍ରୀ ନାରାୟଣ ମଲ୍ଲିକ ପ୍ରମୁଖ କାର‌୍ୟ୍ୟକ୍ରମର ଆଭିମୁଖ୍ୟ ଏବଂ କୃମିନାଶକ ଔଷଧ ଖାଇବାର ଆବଶ୍ୟକତା ଓ ଏହାର ଉପାଦେୟତା ସମ୍ପର୍କରେ କହିଥିଲେ ।
ପରେ ବିଦ୍ୟାଳୟର ଶତାଧିକ ପିଲାଙ୍କୁ ମଞ୍ଚାସିନ ଅତିଥିମାନେ କୃମିନାଶକ ଔଷଧ ବଟିକା ଖୁଆଇ ଜିଲ୍ଲାବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମରେ ଡିଏମଆରସିଏଚ: ଶ୍ରୀମତୀ ପ୍ରଣତୀ ସାହୁ ସଂଯୋଜନା ଓ ପରିଚାଳନା କରିଥିବା ବେଳେ ପିଏଚଇଓ: ମମତା ପାଢ଼ୀ ଅତିଥି ମାନଙ୍କୁ ସ୍ଵାଗତ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଏଡିପିଏଚସିଓ: ଶ୍ରୀମତୀ ନୟନା ମଲ୍ଲିକ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସେହିଭଳି ଭାରପ୍ରାପ୍ତ ସିଡିଏମଓ: ଡ଼ାଃ ମହେନ୍ଦ୍ର ଭୂୟାଁ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ସୌମ୍ୟାରାଣୀ ଗୌଡ ପ୍ରମୁଖଙ୍କ ଗହଣରେ ଆୟୁଷ୍ମାନ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ , କେନ୍ଦ୍ରର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ପୂର୍ଣ୍ଣିମା ଦାସ ଏବଂ ଏଏନଏମ: ଶ୍ରୀମତୀ ବି: ଜଗଦମ୍ବା ଛୋଟ ଛୁଆ ମାନଙ୍କୁ କୃମିନାଶକ ସିରପ ଖୁଆଇଥିଲେ ।

Related Posts

Seo wordpress plugin by www.seowizard.org.