Odisha News

ଗଜପତି: ଜିଲ୍ଲାସ୍ତରୀୟ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ

ଗଣେଶ କୁମାର ରାଜୁଙ୍କ ରିୋର୍ଟ
ଗଜପତି,୬/୧:ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଲିଙ୍ଗରାଜ ପଣ୍ଡାଙ୍କ ଦ୍ୱାରା ଆଜି ଜିଲ୍ଲାସ୍ତରୀୟ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ହୋଇଯାଇଛି ।
ଜିଲ୍ଲାର ସମସ୍ତ ଭୋଟର ଗ୍ରହଣ କେନ୍ଦ୍ର ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ , ତହସିଲଦାରଙ୍କ କାର୍ଯ୍ୟାଳୟ , ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଅଛି ।
ଚଳିତ ଭୋଟର ତାଲିକାରେ ଜିଲ୍ଲାର ସମୁଦାୟ ଭୋଟରଙ୍କ ବିବରଣୀ ସୂଚନା ପ୍ରଦାନ କରାଯାଇଛି ।
ଗଜପତି ଜିଲ୍ଲାରେ ଥିବା ୨ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା:-(୧):- ନଂ- ୧୩୬- ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୧୧ହଜାର ୫୯୪ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୮ହଜାର ୦୫୩ ରହିଛନ୍ତି । ଏପରି ଭାବେ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୨୯ ହଜାର ୬୪୭ ରହିଛି ।
ସେହିପରି ନଂ:- ୧୩୭- ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୦୩ ହଜାର ୩୫୭ ପୁରୁଷ ଭୋଟର ରହିଥିବା ବେଳେ ୧ ଲକ୍ଷ ୦୬ ହଜାର ୫୮୪ ମହିଳା ଭୋଟର ରହିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୦୯ ହଜାର ୯୪୦ ଭୋଟର ରହିଛନ୍ତି । ଏପରି ଭାବେ ଜିଲ୍ଲାର ଦୁଇଗୋଟି ବିଧାନ ସଭା ମଣ୍ଡଳୀରେ ମୋଟ ପୁରୁଷ ଭୋଟର ସଂଖ୍ୟା ୨ଲକ୍ଷ ୧୪ହଜାର ୯୫୦ ରହିଥିବା ବେଳେ ମୋଟ ମହିଳା ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୨୪ ହଜାର ୬୩୭ ରହିଛନ୍ତି ।
ସମଗ୍ର ଜିଲ୍ଲାରେ ମହିଳା ଓ ପୁରୁଷ ଭୋଟରଙ୍କ ସଂଖ୍ୟା ମିଶାଇଲେ ମୋଟ ୪ ଲକ୍ଷ ୩୯ ହଜାର ୫୮୭ ଜଣ ଭୋଟର ରହିଥିବାର ସୂଚନା ପ୍ରଦାନ କରାଯାଇଛି ।
ଚୁଡାନ୍ତ ଭୋଟର ତାଲିକାର ୨୦୨୨ରେ ମୋଟ ୧୧ ହଜାର ୨୬୯ ଜଣ ନୂତନ ଭୋଟର ଭାବେ ନାମ ପଞ୍ଜିକୃତ କରିଛନ୍ତି । ଏତଦ୍ ମଧ୍ୟରୁ ଯୁବ ବର୍ଗର ଭୋଟର ୪ହଜାର ୯୯୬ଜଣଙ୍କ (୧୮-୧୯ବୟସର) ନାମ ପଞ୍ଜିକୃତ ହୋଇଛି । ସେହିଭଳି ଚୁଡାନ୍ତ ଭୋଟର ତାଲିକା-୨୦୨୨ରେ ଯୋଗ, ବାଦ, ସଂଶୋଧନ ଏବଂ ସ୍ଥାନାନ୍ତର ପ୍ରକ୍ରିୟାରେ ୨୨ହଜାର ୨୯୦ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା । ଏତଦ୍ ମଧ୍ୟରୁ ଅନ୍ଲାଇନ ଆବେଦନରେ ୧୪ହଜାର ୧୨୭ ଫର୍ମ ଏବଂ ଅଫ୍ଲାଇନ୍ ଆବେଦନରେ ୮ ହଜାର ୧୬୩ ଫର୍ମ ଗ୍ରହଣ କରାଯାଇଥିଲା ।
ସେହିଭଳି ଜିଲ୍ଲାରେ ଭୋଟରଙ୍କ ସଂଖ୍ୟା ନୂତନ ଭାବେ ୧୧ହଜାର ୨୬୯ ଭୋଟରଙ୍କ ସଂଖ୍ୟା ବଢିଥିବା ବେଳେ ୩ହଜାର ୧୬୩ ଜଣ ବାଦ ପଡିଥିବାବେଳେ ୬ ହଜାର ୯୮୦ ଭୋଟର ସଂଶୋଧନ କରିଛନ୍ତି ।
ସେହିଭଳି ୨୧୭ ଜଣ ଭୋଟର ସ୍ଥାନାନ୍ତର କରା ଯାଇଥିବାର ସୂଚନା ପ୍ରଦାନ କରାଯାଇଛି ।
ଜିଲ୍ଲାରେ ବର୍ତ୍ତମାନ ମହିଳା ଓ ପୁରୁଷଙ୍କ ଆନୁପାତିକ ହାର ୧ ହଁଜାରରେ ୧୦୪୨ ମହିଳା ରହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳ ଯଥା:- ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ , ବାମପନ୍ଥୀ ନେତା ଜେନା ସୁବାଶ ଚନ୍ଦ୍ର ରାଓ , ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଶ୍ରୀ ଦିଲ୍ଲିପ କୁମାର ମହାରଣା, ତହସିଲଦାର ତଥା ନିର୍ବାଚନ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ଶ୍ରୀ ଅଚ୍ୟୁତାନନ୍ଦ ଜାନୀ ଏବଂ ଡିଆଇପିଆରଓ ଶ୍ରୀ ସ୍ୱରାଜ୍ୟ କୁମାର ସିଶା ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.