Odisha News

ଗଜପତି: ଜିଲ୍ଲାରେ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅବସରରେ ମିଶନଶକ୍ତି ମହିଳା ଗ୍ରୁପ ପକ୍ଷରୁ ୫୦ ହଜାର ଜାତୀୟ ପତାକା ତିଆରି ଶେଷ ପର୍ଯ୍ୟାୟରେ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୧/୮: ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ମିଶନ ଶକ୍ତି ଆନୁକୁଲ୍ୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଟି ମାନଙ୍କ ଜୀବିକା ବିକାଶ ଓ ସ୍ୱାବଲମ୍ବୀ କରିବାର ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାରେ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମହିଳା ମାନଙ୍କ ଦ୍ଵାରା ତ୍ରିରଙ୍ଗା ପତାକା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଏହି ଅବସରରେ ତ୍ରିରଙ୍ଗା ପତାକା ତିଆରି କରିବା ପାଇଁ ରାୟଗଡ଼ ବ୍ଲକର ୨ଟି ମିଶନ ଶକ୍ତିର ତାଲିମ ପ୍ରାପ୍ତ ମହିଳା ଗୋଷ୍ଠୀର ସିଲେଇ କେନ୍ଦ୍ର ଯଥା:-ରାୟଗଡ଼ ଓ ଜିରାଙ୍ଗ ସ୍ଥିତ ମିଶନ ଶକ୍ତିର ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ତାଲିମ ପ୍ରାପ୍ତ ସିଲେଇ କେନ୍ଦ୍ରକୁ ଦାୟିତ୍ଵ ପ୍ରଦାନ କରାଯାଇଛି ।
ଗଜପତି ଜିଲ୍ଲାରେ ୫୦ ହଜାର ତ୍ରିରଙ୍ଗା ପତାକା ଏହି ୨ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ୫୫ ଜଣ ମହିଳା ସଦସ୍ୟା ମାନଙ୍କୁ ନେଇ ତିଆରି କରାଯିବା ଲକ୍ଷ୍ୟ ରହିଥିବା ବେଳେ ଏହି ତିଆରି କାର୍ଯ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
୫୦ ହଜାର ତ୍ରିରଙ୍ଗା ପତାକା ତିଆରି କାର୍ଯ୍ୟ ସମ୍ପନ୍ନ ହେବା ପରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ ଅନୁସାରେ ଏ ସବୁ ପାରଳା ସହର ଓ ପ୍ରତ୍ୟେକ ବ୍ଲକାଞ୍ଚଳରେ ବଣ୍ଟନ କରାଯିବ ବୋଲି ଜଣାଯାଇଛି ।
ସ୍ୱାଧୀନତାର ୭୫ ବର୍ଷର ପୂର୍ତ୍ତି ପାଳନ ଅବସରରେ ସ୍ମରଣ କରିବା ଏବଂ ସ୍ଵାଧୀନତା ପାଇଁ ନିଜ ଜୀବନ ବ୍ୟାପି ସାଧନା ଓ ଜୀବନକୁ ବଳିଦାନ ଦେଇଥିବା ଦେଶ ଭକ୍ତ ମାନଙ୍କୁ ସ୍ମରଣ କରିବା ପାଇଁ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବା ପାଇଁ ଆହ୍ବାନ କରାଯାଇଛି ।
ମିଶନଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ରଶ୍ମି ରଂଜନ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ରାୟଗଡ଼ ବ୍ଲକ୍ ସଂଯୋଜକ ଶ୍ରୀ ଅମ୍ରିତ ପରିଛାଙ୍କ ପରିଚାଳନା ଗତ ସହଯୋଗରେ ଏହି ତ୍ରିରଙ୍ଗା ପତାକା ତିଆରି କାର୍ଯ୍ୟ ଆଗେଇ ଚାଲିଥିବା ସହ ତିଆରି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣା ଯାଇଛି ।
ଏ ସମ୍ପର୍କରେ ମିଶନଶକ୍ତି ମହିଳା ଏସଏଚଜି ଗ୍ରୁପ ସମ୍ପାଦିକା ଶ୍ରୀମତୀ ପ୍ରିୟଙ୍କା ଶବର ଏବଂ ବରିଷ୍ଠ ସଭ୍ୟା ଶ୍ରୀମତୀ ଅଭାଗିନୀ ନାଗ ସେମାନେ ଏହି ହର ଘର ତ୍ରିରଙ୍ଗା ଉଦ୍ଦେଶ୍ୟରେ ୫୦ ହଜାର ଜାତୀୟ ପତାକା ତିଆରି କରୁଥିବା ଏବଂ ସେମାନଙ୍କ ତିଆରି ତ୍ରିରଙ୍ଗା ପତାକା ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ହେଉଥିବା ଯୋଗୁଁ ଆମେ ଅତ୍ୟନ୍ତ ଖୁସି ଓ ଗର୍ବିତ ବୋଲି କହିଛନ୍ତି। ।
ସେହିଭଳି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଛି ଆଯାଡ଼ିକ ମହୋତ୍ସବ ।
ଏହି ପରିପ୍ରେକ୍ଷୀରେ ଆହ୍ବାନ ଦିଆ ଯାଇଥିବା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଳନ ପାଇଁ ଜିଲ୍ଲାରେ ୫୦ ହଜାର ତ୍ରିରଙ୍ଗା ବଣ୍ଟନ ହେବ , ସେଥିପାଇଁ ମିଶନଶକ୍ତିର ମହିଳା ଗୃପକୁ ସ୍ୱାବଲମ୍ବୀ ହେବା ଉଦ୍ଦେଶ୍ୟରେ ଏହି ତ୍ରିରଙ୍ଗା ପତାକା ତିଆରି ଦାୟିତ୍ଵ ସେମାନଙ୍କୁ ଦିଆଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା କହିଛନ୍ତି ।

Related Posts

Seo wordpress plugin by www.seowizard.org.