Odisha News

ଗଜପତି : ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୯/୬ : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ପରିମଳ ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା-ପରିଷଦ ଶ୍ରୀ ରୋମାଞ୍ଚଳ ଖମାରୀ ପ୍ରମୁଖ ଏହି ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ପରିମଳ ଗ୍ରାମ ପଞ୍ଚାୟତ ସମେତ ଉଦୟପୁର , ସମ୍ବଲପୁର ଓ କିରାମା ପଞ୍ଚାୟତର ସମୁଦାୟ ୫୫ ଟି ଅଭିଯୋଗ ପତ୍ର ଗ୍ରହଣ କରା ଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୨୧ ଗୋଟି , ଏବଂ ଗ୍ରାମ ଭିତ୍ତିକ ସମସ୍ୟା- ୩୪ ଗୋଟି ରହିଥିଲା ।
ଉଭୟ ବ୍ୟକ୍ତିଗତ ଓ ଗ୍ରାମ ଭିତ୍ତିକ ସମସ୍ୟା ଅଭିଯୋଗ ମଧ୍ୟରୁ ୧୦ ଗୋଟି ଅଭିଯୋଗକୁ ତୁରନ୍ତ ଫୈସଲା କରାଯାଇ ସମାଧାନ କରା ଯାଇଥିଲା । ଏଥି ସମେତ ୭ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ପ୍ରଦାନ କରା ଯାଇଥିଲା।
ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା , ଜମି ପଟ୍ଟା , ମନରେଗା , ଗୃହ ନିର୍ମାଣ , ରାସନ୍ କାର୍ଡ , ଶିକ୍ଷା , ଜଳ ସେଚନ ଓ ରାସ୍ତା ଭଳି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା ।
ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସମୟରେ ନୂଆଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମାଳତୀ ପ୍ରଧାନ , ବିଡ଼ିଓ ଶ୍ରୀ ଲୋକନାଥ ଶବର , ତହସିଲଦାର ଶ୍ରୀ କୁରେଶ୍ ଚନ୍ଦ୍ର ଜାନି ଓ ଜନ ଅଭିଯୋଗ ଶୁଣାଣି ନୋଡାଲ ଅଧିକାରୀ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଏହି ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ।

Related Posts

Seo wordpress plugin by www.seowizard.org.