Odisha News

ଗଜପତି: ଚାଷୀଙ୍କ ନିମନ୍ତେ ମାଣ୍ଡିଆ ମଣ୍ଡି ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩୦/୧ : ଗଜପତି ଜିଲ୍ଲାରେ ଚାଷୀମାନଙ୍କ ନିମନ୍ତେ ମାଣ୍ଡିଆ-ମଣ୍ଡିର ଶୁଭ ଉଦଘାଟନୀ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକ ଶ୍ରୀ ବଳରାମ ସୁବୁଦ୍ଧି ଯୋଗ ଦେଇ ରିବନ କାଟି ମାଣ୍ଡିଆ-ମଣ୍ଡିର ଶୁଭ ଉଦଘାଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଶ୍ରୀ ନାରାୟଣ ଚାନ୍ଦ , ସିସିଡି: ଅନୁଷ୍ଠାନର ସେକ୍ରେଟାରୀ ଶ୍ରୀ ଏ: ଜଗନ୍ନାଥ ରାଜୁ , ଟିଡିସିସି: ଅଫିସର ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ , ବ୍ଲକ ସଂଯୋଜକ ପ୍ରଦୀପ ଗମାଙ୍ଗ , ଗୁମ୍ମା ସ୍ଥିତ ଉଜ୍ଜାଲା ଉତ୍ପାଦକ ଚାଷୀ ସଂଘଠନର ଏଫପିଓ: ବୋର୍ଡ଼ ମେମ୍ବରସ ଶ୍ରୀ ଶଶୀ ଗମାଙ୍ଗ , ଏଲିୟ ମଣ୍ଡଳ , ମିଲେଟ ମିଶନର କର୍ମଚାରୀ ଏବଂ ଚାଷୀ ବୃନ୍ଦ ପ୍ରମୁଖ ଉପସ୍ଥିତ ରହି ମାଣ୍ଡିଆ-ମଣ୍ଡି ଉଦଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ।
ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟତଃ ମାଣ୍ଡିଆ-ମଣ୍ଡିର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଚାଷୀ ମାନଙ୍କୁ ସଚେତନ କରାଇବା ସହ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ପ୍ରକାରେ ମାଣ୍ଡିଆ କୁଇଣ୍ଟାଲ ପିଛା ୩,୮୬୪/- ଟଙ୍କା ମୂଲ୍ୟରେ ଚାଷୀ ମାନଙ୍କ ଠାରୁ ଏଫପିଓ: କ୍ରୟ କରିବ ।
ଅନ୍ୟପକ୍ଷରେ , ସେରଙ୍ଗ ନିମନ୍ତେ ସେରଙ୍ଗ ଗ୍ରାମ ପଞ୍ଚାୟତ ଅଫିସ , ଗୁମା ନିମନ୍ତେ ଗୁମ୍ମା ସମବାୟ କେନ୍ଦ୍ର ଅଫିସ , ଅଜୟଗଡ଼ ପାଇଁ ଅଜୟଗଡ ଗ୍ରାମ ପଞ୍ଚାୟତ ଅଫିସ ଏବଂ ଗାଇବା ପାଇଁ ଗାଇବା ଠାରେ , ଏହି ପରି ଗୁମା ବ୍ଲକରେ ୫ ଗୋଟି ମଣ୍ଡିର ବ୍ୟବସ୍ତା କରାଯାଇଛି ।
ଚଳିତ ବର୍ଷ ଗୁମ୍ମା ବ୍ଲକ ପାଇଁ ୯ ହଜାର କୁଇଣ୍ଟାଲ ମାଣ୍ଡିଆର କ୍ରୟ ନିମନ୍ତେ ଏଫପିଓ: କୁ ଟାର୍ଗେଟ ଦିଆ ଯାଇଥିବା ସୂଚନା ଦିଆଯାଇଛି ।

Related Posts

Seo wordpress plugin by www.seowizard.org.